Prison department: ଜେଲ୍ ବିଭାଗରେ ପୁଣି ଚାଞ୍ଚଲ୍ୟ: ଜେଲର୍‌ଙ୍କୁ ଡିଆଇଜିଙ୍କ ଫୋନ୍ କଲ୍, ‘ମାମଲା ଉଠାଅ... ପ୍ରୋସିଡିଂ ବନ୍ଦ କରିଦେବୁ...’

Advertisment

ଚୌଦ୍ବାର ସର୍କଲ ଜେଲ୍ ବିବାଦକୁ ନେଇ ପୁଣି ଚାଞ୍ଚଲ୍ୟକର ପ୍ରସଙ୍ଗ ସାମନାକୁ ଆସିଛି। ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶଙ୍କୁ ଜେଲ୍ ବିଭାଗର ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଫୋନ୍ କରିଛନ୍ତି।

ଚୌଦ୍ବାର ସର୍କଲ ଜେଲ୍ ବିବାଦକୁ ନେଇ ପୁଣି ଚାଞ୍ଚଲ୍ୟକର ପ୍ରସଙ୍ଗ ସାମନାକୁ ଆସିଛି। ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶଙ୍କୁ ଜେଲ୍ ବିଭାଗର ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଫୋନ୍ କରିଛନ୍ତି।

police

କଟକ: ଚୌଦ୍ବାର ସର୍କଲ ଜେଲ୍ ବିବାଦକୁ ନେଇ ପୁଣି ଚାଞ୍ଚଲ୍ୟକର ପ୍ରସଙ୍ଗ ସାମନାକୁ ଆସିଛି। ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାରର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶଙ୍କୁ ଜେଲ୍ ବିଭାଗର ଜଣେ ଡିଆଇଜି ପାହ୍ୟାର ଅଧିକାରୀ ଫୋନ୍ କରିଛନ୍ତି। ଚୌଦ୍ବାର ଥାନାରୁ ମାମଲା ପ୍ରତ୍ୟାହାର କରିନେବା ପାଇଁ ଏକ ପ୍ରକାର ଚାପ ପକାଯାଇଛି। ଉଭୟପକ୍ଷ ମାମଲାର ଆପୋସ ସମାଧାନ କରିଦେଲେ ଜେଲ୍‌ରେ ପୁନଃନିଯୁକ୍ତି ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ବନ୍ଦ କରିଦେବାକୁ ପ୍ରଲୋଭନ ଦେଖାଇଛନ୍ତି। ବିଭାଗ ଏହି ମାମଲାରେ ଅନେକ ପରିମାଣରେ ନିନ୍ଦିତ ହୋଇଥିବାରୁ ଆପୋସ ସମାଧାନ ପାଇଁ ଡିଆଇଜି ପାହ୍ୟାର ଅଧିକାରୀ ଏଭଳି ଚାପ ପକାଉଥିବା କୁହାଯାଉଛି। 

Ranji Trophy: ପରାଜୟ ଏଡ଼ାଇବାକୁ ଓଡ଼ିଶାର ସଂଘର୍ଷ

ଗୃହ ବିଭାଗ ଶୀଘ୍ର ପଦକ୍ଷେପ ନେବ: ଆଇନ ମନ୍ତ୍ରୀ

ଚୌଦ୍ବାର ଜେଲ୍‌ରୁ ଦୁଇ କଏଦୀ ଫେରାର ଘଟଣାରେ ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ତତ୍କାଳୀନ ଚୌଦ୍ବାର ଜେଲର୍‌ ସନ୍ତୋଷିନୀ ଦାଶ ମୁହାଁମୁହିଁ ହୋଇଛନ୍ତି। ସେମାନେ ଚୌଦ୍ବାର ଥାନାରେ ପରସ୍ପର ବିରୋଧରେ ଏତଲା ଦେଇଛନ୍ତି। ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଉ‌ଦ୍ଦେଶ୍ୟମୂଳକ ଭାବେ ଜାଲିଆତି କରିଥିବା ସଂକ୍ରାନ୍ତରେ ସନ୍ତୋଷିନୀ ଏତଲା ଦେଇଥିବା ବେଳେ ସୁଜିତ ପାଲଟା ଅଭିଯୋଗ କରିଥିଲେ। କ୍ୟାଣ୍ଟିନ ଟଙ୍କା ହେରଫେର୍, ଦୁଇ କଏଦୀ ଫେରାର ପଛରେ ଷଡ୍‌ଯନ୍ତ୍ର ଇତ୍ୟାଦି ଅଭିଯୋଗ ଆଣିଥିଲେ। ଅନ୍ୟପଟେ ସନ୍ତୋଷିନୀ ଦାଶ ଜେଲ୍‌ ଅକ୍ଷୀକ୍ଷକଙ୍କୁ ଲିଗାଲ୍‌ ନୋଟିସ୍‌ ଦେଇ ତାଙ୍କ ବିରୋଧରେ କରିଥିବା ଅଭିଯୋଗର ପ୍ରମାଣ ଦେବାକୁ ଦାବି କରିଛନ୍ତି। ପରସ୍ପର ବିରୋଧରେ ଏଭଳି ଆକ୍ଷେପ ପ୍ରତିଆକ୍ଷେପ ଚାଲିଥିବା ବେଳେ ଚୌଦ୍ବାର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ମାମଲାରେ ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଯେଉଁ ଜାଲିଆତି କରାଯାଇଛି, ଏହାକୁ ଭୁବନେଶ୍ବର ରସୁଲଗଡ଼ରେ ଥିବା ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ। ଏହି ଦସ୍ତାବିଜ ଜାଲିଆତି ପଛରେ ଥିବା ପ୍ରମାଣ ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ରିପୋର୍ଟ ଆଧାରରେ ସଂଗ୍ରହ କରାଯାଇ ଏହାକୁ ଶ୍ରୀ ରାଉଳଙ୍କ ବିରୋଧରେ ପ୍ରମାଣ ସ୍ବରୂପ କୋର୍ଟରେ ଦାଖଲ କରିବାକୁ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ଚତୁର୍ଥ ରାଉଣ୍ଡ୍‌ରେ ସିନ୍ନର, ଜୋକୋଭିକ୍‌

ଗୋଟିଏପଟେ ପୁଲିସ ଏହି ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ୧୮ ତାରିଖରେ ମାମଲା ରୁଜୁ ପରେ ପୁଲିସ ମାଗିଥିବା ଏହି ରିପୋର୍ଟ କିନ୍ତୁ ଜେଲ୍ ଅଧୀକ୍ଷକ ଥାନାରେ ଦାଖଲ କରିନାହାନ୍ତି। ଜେଲ୍ ବିଭାଗ ଉଭୟ ଜେଲର୍‌ ଓ ବରିଷ୍ଠ ଜେଲ୍ ଅଧୀକ୍ଷକଙ୍କୁ ଯେଉଁ କୈଫିୟତ ମାଗିଥିଲା, ଉଭୟ ଜେଲ୍ ବିଭାଗ ନିକଟରେ ଦାଖଲ କରିଥିବା ବେଳେ ଜେଲ୍ ବିଭାଗ ଡିଜି କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ତା’ ଉପରେ ନଜର ରହିଛି। ଏଭଳି ସ୍ଥିତିରେ ଜେଲ୍ ଡିଆଇଜିଙ୍କ ଫୋନ୍ କଲ୍ ଏବେ ମାମଲାକୁ ନୂଆ ମୋଡ଼ ଦେଇଛି। ଅନ୍ୟପଟେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଚୌଦ୍ବାର ଜେଲ୍ ଘଟଣା ଉପରେ ସରକାର ନଜର ରଖିଛନ୍ତି। ଗୃହ ବିଭାଗ ଖୁବ୍‌ଶୀଘ୍ର ଏ ଘଟଣାରେ ପଦକ୍ଷେପ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe