ଖଣ୍ଡପଡ଼ା: ‘ଆପଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଆସିଛି, ଖଣ୍ଡପଡ଼ା ଆସିଲେ ଫଟୋ ଉଠାଇ କାର୍ଯ୍ୟାଦେଶ ଦିଆଯିବ’। ଏଭଳି ଢଙ୍ଗରେ ଫୋନ ଯୋଗେ ବାରମ୍ବାର ହିତାଧିକାରୀଙ୍କୁ ଡାକିଲେ। ଖଣ୍ଡପଡ଼ାରେ ମହିଳା ହିତାଧିକାରୀ ପହଞ୍ଚିବା ପରେ ଆବାସ କାଟିଦିଆଯାଇଥିବା କହି ଭଣ୍ଡାଇଲେ। ଆଉ ପ୍ରତିବାଦ କରିବାରୁ ହିତାଧିକାରୀଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ଏନ୍ଏସି କର୍ତୃପକ୍ଷ। ଖଣ୍ଡପଡ଼ା ଏନ୍ଏସିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିବା ବେଳେ ହାତ ପାହାନ୍ତାରେ ସରକାରୀ ଯୋଜନା ଧୂଆଁବାଣ ବୋଲି ମତପ୍ରକାଶ ପାଇଛି। ମିଳିଥିବା ଅଭିଯୋଗ ଅନୁଯାୟୀ ଖଣ୍ଡପଡ଼ା ସହରାଞ୍ଚଳ ୧୦ ନଂ ୱାର୍ଡ ଅଧୀନ ବ୍ରାହ୍ମଣସାହିର ମାନସୀ ରାଣୀ ମିଶ୍ର (୫୦) ଆବାସ ଯୋଜନା ପାଇଁ ବର୍ଷବର୍ଷ ଧରି ଗୁହାରି କରି ଆସୁଛନ୍ତି। ତେବେ ବର୍ଷକ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯାଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ କାଗଜପତ୍ର ଜମା କରିଥିଲେ।
Accident: ୪ଟି ଦୁର୍ଘଟଣାରେ ଜଣେ ମୃତ, ଦୁଇ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ
ମାତ୍ର ବିଭିନ୍ନ ଆଳ ଦେଖାଇ ତାଙ୍କୁ ଏଥିରୁ ବାରମ୍ବାର ବଞ୍ଚିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ରୋଜଗାର ଅନ୍ୱେଷଣରେ ପରିବାର ବର୍ଗ ରାଜ୍ୟ ବାହାରେ ସୁଦୂର ମଧ୍ୟପ୍ରଦେଶ ରାଜ୍ୟର ଇନ୍ଦୋର ସହରରେ ରହୁଛନ୍ତି। ଗତ କିଛି ଦିନ ତଳେ ପୁନର୍ବାର ଆବାସ ଯୋଜନାରେ ସାମିଲ କରାଯାଇଥିବା ନେଇ ଏନ୍ଏସି ପକ୍ଷରୁ ଫୋନ୍ ଯୋଗେ ଅବଗତ କରିଥିଲେ ଗୋଷ୍ଠୀ ସଙ୍ଗଠିକା ସ୍ରୋତସ୍ୱିନୀ ନାୟକ। ଏହିକ୍ରମରେ ପ୍ରାୟ ୧୩ ଶହ କିମି ଦୂରରୁ ମାନସୀ ନିଜ ପରିବାର ସହିତ ଖଣ୍ଡପଡ଼ା ଫେରିବା ପରେ ଏବେ ଭୁଆଁ ବୁଲାଉଛି ଏନ୍ଏସି ପ୍ରଶାସନ। ଗତ ଶୁକ୍ରବାର ଏନ୍ଏସି କାର୍ଯ୍ୟଳୟରେ ଆବାସ ବାବଦରେ ସୂଚନା ପାଇଁ ଯାଇଥିବା ଶ୍ରୀମତୀ ମିଶ୍ର ଏବଂ ତାଙ୍କ ପୁଅ ରିତେଶ ମିଶ୍ରଙ୍କୁ ସିଓ ସ୍ରୋତସ୍ୱିନୀ ନାୟକ, ସିନିୟର ଆସିଷ୍ଟାଣ୍ଟ ବିପିନ ବିହାରୀ ପଟ୍ଟନାୟକ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। କେଉଁ କାରଣରୁ ସେମାନଙ୍କୁ ଆବାସ ଯୋଜନାରୁ ବାଦ ଦିଆଗଲା ତାକୁ ନେଇ ପ୍ରଶ୍ନ କରିବାରୁ ଉଭୟ ଅଧିକାରୀ ଉତ୍କ୍ଷିପ୍ତ ହୋଇଉଠିବା ସହିତ ମହିଳାଙ୍କୁ ଧକ୍କା ମାରି ଚପଲ୍ରେ ବାଡ଼େଇଥିବା ଥାନାରେ ଅଭିଯୋଗ ହୋଇଛି।
Horoscope 2026 March 05: ଜାଣନ୍ତୁ ଆଜିର ରାଶିଫଳ
ଗତ ବର୍ଷେରୁ ଅଧିକ ସମୟ ଧରି ହିତାଧିକାରୀଙ୍କୁ ଭଣ୍ଡାଇଥିବା ଏନ୍ଏସି ପ୍ରଶାସନ ଶେଷରେ ଆବାସ ବଦଳରେ ଥାନାରେ ଏତଲା କରିବା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଏ ନେଇ ଶ୍ରୀମତୀ ମିଶ୍ର ମୁଖ୍ୟମନ୍ତ୍ରୀ, ନୟାଗଡ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି। ଘଟଣା ବାବଦରେ ଏନ୍ଏସି ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କୁ ପଚାରିବାରେ ମହିଳା ହିତାଧିକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଯୋଗୁ ଥାନାରେ ଏତଲା ହୋଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିବାକୁ ଶ୍ରୀମତୀ ମିଶ୍ର ଓ ପରିବାର ବର୍ଗ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/05/fshfsfhsxvbb-2026-03-05-01-44-11.jpg)