ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତ୍ତାମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ଓ ରାଜନୈତିକ ବିକାଶ କରିବାକୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬’ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଦଳର ୧୦୫୨ ମଣ୍ଡଳ, ୩୭ ସାଙ୍ଗଠନିକ ଜିଲ୍ଲା ସମେତ ସମସ୍ତ ୭ ମୋର୍ଚ୍ଚାର ଜିଲ୍ଲାସ୍ତରରୁ ଆରମ୍ଭ କରି ପ୍ରଦେଶ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା, ବିଧାୟକ ଓ ସାଂସଦମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଜେପି କିପରି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ଜିତିବ ସେନେଇ ରଣନୀତି ପ୍ରସ୍ତୁତ କରିବା ସହ ଦଳୀୟ ନେତାଙ୍କୁ ବିଭିନ୍ନ ଦାୟିତ୍ବ ଦେବ ବୋଲି ଜଣାପଡ଼ିଛି।
ଶତକ ହାସଲରେ ରାଇନା ଏକମାତ୍ର ଭାରତୀୟ
ରାଜ୍ୟ ସଭାପତି ମନମୋହନ ସାମଲଙ୍କଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଷ୍ଟ୍ରୀୟ ପ୍ରଶିକ୍ଷଣ ଟୋଲି ସଦସ୍ୟା ତଥା ରାଷ୍ଟ୍ରୀୟ ଉପସଭାନେତ୍ରୀ କବିତା ପଟିଦାର, ପୂର୍ବ କ୍ଷେତ୍ର ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ଦିନେଶାନନ୍ଦ ଗୋସ୍ୱାମୀ, ରାଜ୍ୟ ସଂଯୋଜକ ତଥା ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ଜିଲ୍ଲା ପ୍ରଶିକ୍ଷଣ ଟୋଲି ସଦସ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି।
Police Reserve Barracks: ପୁଲିସ ରିଜର୍ଭ ବାରାକ୍ରୁ ଅଟକ ଯୁବକ ଚମ୍ପଟ: ୨ ପୁଲିସ କର୍ମଚାରୀ ନିଲମ୍ବିତ
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶୃଙ୍ଖଳା ଓ ଅନୁଶାସନକୁ ଗୁରୁତ୍ୱ ଦେବା, ସିଦ୍ଧାନ୍ତ, ବିଚାର ଓ ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାରେ ଅନୁପ୍ରାଣିତ ହେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିକାଶ ପାଇଁ କେଉଁ ବିଷୟରେ ପ୍ରଶିକ୍ଷଣ ରହିବ ସେସବୁ ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଥିଲା। ରାଜ୍ୟସ୍ତରରୁ ବୁଥ୍ସ୍ତର ଯାଏଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏ ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ସମାପ୍ତ ହେବ ସେ ନେଇ ବୈଠକରେ ଖସଡ଼ା ପ୍ରସ୍ତୁତ କରାଯାଇଛି।
Follow Us