Chaudhary Jail in dispute: ବିବାଦରେ ଚୌଦ୍ବାର ଜେଲ୍‌: ଜେଲ୍ ଅଧୀକ୍ଷକ-ପୂର୍ବତନ ଜେଲର୍‌ ମୁହାଁମୁହିଁ

Advertisment

ଚୌଦ୍ବାର ସର୍କଲ୍‌ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣାରେ ବରିଷ୍ଠ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶ ମୁହାଁମୁହିଁ ହୋଇଛନ୍ତି।

ଚୌଦ୍ବାର ସର୍କଲ୍‌ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣାରେ ବରିଷ୍ଠ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶ ମୁହାଁମୁହିଁ ହୋଇଛନ୍ତି।

jail

କଟକ: ଚୌଦ୍ବାର ସର୍କଲ୍‌ ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣାରେ ବରିଷ୍ଠ ଜେଲ୍‌ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍‌ର ପୂର୍ବତନ ଜେଲର୍‌ ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍‌ ଭାବେ ଅବସ୍ଥାପିତ ସନ୍ତୋଷିନୀ ଦାଶ ମୁହାଁମୁହିଁ ହୋଇଛନ୍ତି। ଜେଲର୍‌ ସନ୍ତୋଷିନୀଙ୍କ ଜାଲିଆତି ଅଭିଯୋଗ ଆଧାରରେ ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ବିଏନ୍‌ଏସ୍‌ର ଧାରା  ୩୩୬(୩), ୩୩୬(୪), ୩୩୭ରେ ଏକ ମାମଲା(କେସ୍ ନଂ ୩୫) ରୁଜୁ କରିଛି। ସେହିଭଳି ବରିଷ୍ଠ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳ ‌ଜେଲର୍‌ ଶ୍ରୀମତୀ ଦାସଙ୍କ ବିରୋଧରେ ପାଲଟା ଆଣିଛନ୍ତି। ଜେଲ୍ କ୍ୟାଣ୍ଟିନରେ ଟଙ୍କା ହେରଫେର୍‌ ସହିତ ଫେରାର ଦୁଇ ଅଭିଯୁକ୍ତଙ୍କୁ ଠିକ୍ ଭାବେ ନ ଜଗିବା ଓ କର୍ତ୍ତବ୍ୟରେ ଅବହେଳା ଭଳି ଅଭିଯୋଗ କରିଛନ୍ତି। ପୁଲିସ ଦୁଇଟି ମାମଲା ରୁଜୁ କରି ଉଭୟଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ୨୦୨୫ ଅକ୍ଟୋବର ୩ରେ ଦଶହରା ଉତ୍ସବ ପାଳନ ଦିନ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ପରେ ଚୌଦ୍ବାର ଜେଲ୍‌ର ପିଛା ଛାଡ଼ୁନି ବିବାଦ। ଫେରାର ଦୁଇ ଅଭିଯୁକ୍ତଙ୍କ ଏଯାଏଁ ପତ୍ତା ମିଳୁ ନଥିବା ବେଳେ ବରିଷ୍ଠ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ଶନିବାର ସଙ୍ଗିନ ଅଭିଯୋଗ ଆସିଥିଲା। ଚୌଦ୍ବାର ଥାନା ପୁଲିସ ଶ୍ରୀ ରାଉଳଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୋଗକାରୀ ଶ୍ରୀମତୀ ଦାସଙ୍କ ବୟାନ ରେକର୍ଡ କରିଛି।

Bird census: ରାଇରଙ୍ଗପୁର ବନଖଣ୍ଡ ଅଧୀନରେ ୧୪ ସ୍ଥାନରେ ପକ୍ଷୀ ଗଣନା

ପରସ୍ପର ବିରୋଧରେ ମାମଲା ରୁଜୁ
ସରକାରୀ ରେକର୍ଡ ମାଗିଲା ପୁଲିସ
ଜେଲ୍‌ରେ ତନାଘନା, ସିସି କ୍ୟାମେରା ଜବତ

ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ୧, ୨ ଓ ୩ ତାରିଖର ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଉ‌ଦ୍ଦେଶ୍ୟମୂଳକ ଭାବେ ଜାଲିଆତି କରାଯାଇଛି। ଶ୍ରୀ ରାଉଳ ସେହି ଦୁଇଦିନ ଜେଲ୍‌ରେ ଲଗାତାର ଡ୍ୟୁଟି କରିଥିଲେ ବୋଲି ଦର୍ଶାଇବା ପାଇଁ ଏଭଳି ଜାଲିଆତି କରାଯାଇଛି। ଅକ୍ଟୋବର ୨ରେ ଶ୍ରୀ ରାଉଳ ନିର୍ଦ୍ଦିଷ୍ଟ ଖାତାରେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଖୋର୍ଦ୍ଧା ଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜେଲ୍‌ ପ୍ରବେଶ-ପ୍ରସ୍ଥାନ ଖାତାରେ ଜାଲିଆତି କରି ସେହି ଦିନ ସେ ଜେଲ୍‌ ଭିତରେ ପୂରା ଡ୍ୟୁଟି କରିଛନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ କରିଥିଲେ। ଏହି ତଥ୍ୟ ଥାନାରେ ଦାଖଲ କରିବାକୁ ଜେଲ୍‌ର ବରିଷ୍ଠ ଅଧୀକ୍ଷକଙ୍କୁ ପୁଲିସ ନିର୍ଦ୍ଦେଶ ଦେଇଛି। କଏଦୀ ଫେରାର୍ ଦିନ ଓ ଏହାର ପୂର୍ବଦିନଗୁଡ଼ିକର ସିସି କ୍ୟାମେରା ଫୁଟେଜ୍ ଚୌଦ୍ବାର ଥାନା ପୁଲିସର ତଦନ୍ତକାରୀ ଅଧିକାରୀ ଜବତ କରିଛନ୍ତି। ଏହି ଘଟଣାରେ ଚୌଦ୍ବାର ସର୍କଲ୍‌ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ କହିଛନ୍ତି ଯେ ଜେଲର୍‌ ସନ୍ତୋଷିନୀ ଦାଶଙ୍କ ବିରୋଧରେ ଥାନାରେ ପାଲଟା ଅଭିଯୋଗ ଦେଇଛି। ଶ୍ରୀମତୀ ଦାଶଙ୍କ ଅଭିଯୋଗରେ କୌଣସି ସତ୍ୟତା ନଥିବା ଶ୍ରୀ ରାଉଳ କହିଛନ୍ତି। ଦଶହରା ଉତ୍ସବ ବେଳେ ଶ୍ରୀମତୀ ଦାଶ ଦୁଇ ଫେରାର କଏଦୀଙ୍କୁ ସେଲ୍‌ ବାହାରକୁ ଆଣି ବୁଲାଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।

Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe