ଝାରସୁଗୁଡ଼ା: ଅଣମୌସୁମୀ ଋତୁରେ ଓଡ଼ିଶା ମହାନଦୀରୁ ପାଣି ଟିକିଏ ପାଇବା ପାଇଁ ଡହଳବିକଳ ହେଉଛି। ଚାଷକାମରୁ ଜଳବିଦ୍ୟୁତ୍ ଉତ୍ପାଦନ ପର୍ଯ୍ୟନ୍ତ ସବୁ କିଛି ବାଧାପ୍ରାପ୍ତ ହେଲାଣି। ଓଡ଼ିଶା ପ୍ରବେଶ ପୂର୍ବରୁ ମହାନଦୀରେ ଛତିଶଗଡ଼ର ଶେଷ ବ୍ୟାରେଜ୍ କଲ୍ମାରେ ‘ସମ୍ବାଦ’ର ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ ବେଳେ ଓଡ଼ିଶା କିଭଳି ପ୍ରତାରିତ ହେଉଛି ତାହାର ନିଛକ ଚିତ୍ର ଦେଖିବାକୁ ମିଳିଛି।
ଛତିଶଗଡ଼ ସରକାର ନିଜର ବଳକା ପାଣିକୁ ବି ଓଡ଼ିଶା ପଟକୁ ନଛାଡ଼ିବାକୁ ଯୋଜନା କରିଛନ୍ତି। ମହାନଦୀରେ ବାଲିବନ୍ଧ ବାନ୍ଧି ପାଣିକୁ ନିଜ ରାଜ୍ୟର କମ୍ପାନିମାନଙ୍କୁ ଦେବା ଲାଗି ଯୋଜନା ଚାଲିଛି। ଅଣମୌସୁମୀ ଋତୁରେ କଲ୍ମା ବ୍ୟାରେଜ୍ ଏହାର ସମସ୍ତ ୬୬ଟି ଯାକ ଗେଟ୍ ବନ୍ଦ କରିଦେଉଥିବା ବେଳେ ଧର୍ମକୁ ଆଖିଠାର ସଦୃଶ ଗୋଟିଏ ଗେଟ୍ରେ କେଇ ସେଣ୍ଟିମିଟର ଖୋଲି ମହାନଦୀକୁ ପାଣି ଛାଡ଼ୁଛି। ଆଜି କଲ୍ମା ବ୍ୟାରେଜର ଗେଟ୍ ନଂ ୫୩ରେ ପ୍ରାୟ ୫ ସେଣ୍ଟିମିଟର ଖୋଲାଯାଇ ମହାନଦୀକୁ ପାଣି ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା। ହେଲେ ସେତକ ପାଣି ବି ଓଡ଼ିଶା ଭାଗରେ ପଡ଼ୁନି। ଉକ୍ତ ପାଣି ଓଡ଼ିଶା ପ୍ରବେଶ ପୂର୍ବରୁ କଲ୍ମା ବ୍ୟାରେଜ୍ ତଳେ ମହାନଦୀରେ ବାଲିବନ୍ଧ ବାନ୍ଧି ନଦୀର ଗୋଟିଏ ଧାରକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। କଲ୍ମା ବ୍ୟାରେଜ୍ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସୂଚନା ଅନୁସାରେ, ବାଲପୁରସ୍ଥିତ ଏକ ବଡ଼ ଘରୋଇ କମ୍ପାନିକୁ ଇନ୍ଟେକ୍ ୱେଲରୁ ପାଣି ଦେବା ଲକ୍ଷ୍ୟରେ ବାଲିବନ୍ଧ ତିଆରି ଚାଲିଛି। କେବଳ ସେତିକି ନୁହେଁ, କଲ୍ମା ବ୍ୟାରେଜରୁ ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ଶୁଖାସୋଢ଼ା ଯାଏଁ ୧୨ କିମିର ଜଳପଥ ଦୂରତା ମଧ୍ୟରେ ଛତିଶଗଡ଼ ସରକାର ଏଭଳି ଧାର ତିଆରି କରି ଏକାଧିକ କମ୍ପାନିଙ୍କୁ ପାଣି ଯୋଗାଉଛନ୍ତି। ମଙ୍ଗଳବାର କଲ୍ମା ବ୍ୟାରେଜ୍ରେ ୧୯୭ ଫୁଟ ଜଳ ସଂରକ୍ଷିତ ରହିଥିଲା। ବ୍ୟାରେଜ୍ର ଉପର ପାର୍ଶ୍ବରେ ମହାନଦୀରେ ଜଳରାଶି ଦେଖିବାକୁ ମିଳିଥିବା ବେଳେ କଲ୍ମା ବ୍ୟାରେଜ୍ ତଳେ ମହାନଦୀରେ ୨ଟି ଧାରକୁ ଛାଡ଼ିଦେଲେ କେବଳ ବିସ୍ତୀର୍ଣ୍ଣ ବାଲିଶଯ୍ୟା ହିଁ ରହିଛି।
ବିବାଦ ସମାଧାନ ପାଇଁ ବସିଲା ପ୍ରଥମ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ଜାନୁଆରିରେ ପୁଣି ବସିବ
ଭୁବନେଶ୍ବର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଭବନରେ ବସିଥିବା ଏହି ବୈଠକରେ କମିଟିର ସଦସ୍ୟଙ୍କୁ ହୀରାକୁଦ ପ୍ରକଳ୍ପ, ମହାନଦୀ ଜଳ ବିବାଦର ପୃଷ୍ଠଭୂମି, ଟ୍ରିବ୍ୟୁନାଲ୍ରେ ଆଇନଗତ ସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା। ଜାନୁଆରି ମାସରେ କମିଟିର ବୈଠକ ପୁଣି ବସିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବିଜେପି ବିଧାୟକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, କଂଗ୍ରେସ ବିଧାୟକ ସୋଫିଆ ଫିରଦୋସ୍ ଯୋଗ ଦେଇଥିଲେ। ବିଧାୟକ ଜୟନାରାୟଣ ମିଶ୍ର ଆଭାସୀ ମାଧ୍ୟମରେ ସାମିଲ ହୋଇଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସମେତ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Paddy: ଟୋକନ ଲ୍ୟାପ୍ସ ଆଂଶଙ୍କାରେ ଚାଷୀ, ମନ୍ଥର ଗତିରେ ଚାଲିଛି ଧାନକିଣା
ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ ସଂପର୍କରେ କମିଟିର ସଦସ୍ୟଙ୍କୁ ଜଣାଇ ଦିଆଯାଇଛି। ଛତିଶଗଡ଼ ସରକାରଙ୍କ ସହ କ’ଣ ଆଲୋଚନା ହୋଇଛି ଜଣାଇଛୁ। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ସମସ୍ତେ ରାଜି ଅଛନ୍ତି। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ପ୍ରଥମେ ସର୍ବଦଳୀୟ ବୈଠକ ଡକାଯାଉ। ଯେଉଁମାନେ ମହାନଦୀ ଆନ୍ଦୋଳନରେ ସାମିଲ ଅଛନ୍ତି ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ। ଆଜି ପର୍ଯ୍ୟନ୍ତ ଆମ ଦେଶରେ କୌଣସି ନଦୀ ବିବାଦ ଆପୋସ ଆଲୋଚନାରେ ସମାଧାନ ହୋଇନି। ଟ୍ରିବ୍ୟୁନାଲ୍ରେ ବହୁ ଯୁକ୍ତି ବାଢ଼ିଛୁ। ଆଗାମୀ ଦିନରେ ଆହୁରି ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରାଯାଉ। କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ୍ କହିଛନ୍ତି, ଯଦି ଓଡ଼ିଶା-ଛତିଶଗଡ଼-କେନ୍ଦ୍ର ସରକାରଙ୍କ ଇଚ୍ଛା ଶକ୍ତି ମିଶିବ, ତେବେ ମହାନଦୀ ବିବାଦର ଆପୋସ ସମାଧାନ ହୋଇପାରିବ।
Follow Us