minor rape attempt , teacher arrested Photograph: (sambad.in)
ଅନୁଗୁଳ: ଅନୁଗୁଳ ଟାଉନ୍ ହାଇସ୍କୁଲ ସମ୍ମୁଖରୁ ପ୍ରାୟ ୩ ହଜାର ବୋତଲ ବେଆଇନ କଫ୍ ସିରପ୍ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୁଲିସ। ସେମାନେ ହେଲେ ଅନୁଗୁଳ ଥାନା ହେମସୁରପଡ଼ା ସ୍ୱିପର କଲୋନିର କାଳିଆ ସାହୁ(୪୫) ଓ ବାଲିମୀ ଥାନା ନିମବାହାଳି ଗାଁର ରଂଜନ କୁମାର ଦେହୁରୀ (୪୯)। ଏସ୍ପି ରାହୁଲ ଜୈନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କାଳିଆ ଏହି କଫ୍ ସିରପ୍ ସବୁ ମହଜୁଦ ରଖିଥିଲା। ସେ ଟାଉନ୍ ହାଇସ୍କୁଲ ପାଖରେ ଥିବା ଭେଣ୍ଡିଂ ଜୋନ୍ରେ ଲୁଚାଇ ରଖିଥିବା ଖବର ପାଇ ପୁଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍ ଚଢ଼ଉ କରିଥିଲା। ସେଠାରୁ ୨୯୬୭ ବୋତଲ କଫ୍ ସିରଫ୍ ଜବତ ହୋଇଛି।
Weekly Horoscope 2026 Jan 18 to 24: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ବେଆଇନ ଭାବେ ଏହି କଫ୍ ସିରପ୍ ଆଣି ଅଧିକ ଦରରେ ବିକିବା ପାଇଁ ଯୋଜନା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହ କଫ୍ ସିରଫ୍ ଓ ୩ଟି ମୋବାଇଲ୍ ଜବତ କରିଛି। ଏହି ରୢାକେଟ୍ର ଚେର ଅନୁଗୁଳରୁ ଆରମ୍ଭ ହୋଇ ଢେଙ୍କାନାଳ ଓ କଟକକୁ ଲମ୍ବିଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସ୍ପି। ଆଗାମୀ ଦିନରେ ଜିଲ୍ଲାରେ ବେଇଆନ କଫ୍ ସିରପ୍ କାରବାରରେ ରୋକ୍ ଲଗାଇବାକୁ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହାୟତାରେ ଚଢ଼ଉକୁ ଜୋର୍ଦାର କରାଯିବ ବୋଲି ଏସ୍ପି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମହାଳିକ ଓ ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାଶ ଉପସ୍ଥିତ ଥିଲେ।
Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍ ବୁଝାମଣାପତ୍ର
Follow Us