ରିଆମାଳ/ଛେଣ୍ଡିପଦା: ସ୍ବାମୀ-ସ୍ତ୍ରୀ ମଧ୍ୟରେ ବଚସାରୁ ଉଭୟ କୀଟନାଶକ ପିଇଦେଲେ। ବିଷକ୍ରିୟାରେ ସ୍ବାମୀଙ୍କ ଜୀବନ ଚାଲିଗଲା ପରେ ସ୍ତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଲେ। ଜଙ୍ଗଲରେ ଏହି ଘଟଣା ଘଟିଥିବା ବେଳେ ସାଥୀରେ ଥିବା ୫ ବର୍ଷର ଶିଶୁପୁତ୍ର ଉପାୟଶୂନ୍ୟ ହୋଇ ରାତିସାରା ସେଇଠି ଜଗିବସିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ଦମ୍ପତି ହେଲେ ପଳସମା ପଞ୍ଚାୟତ ଜିୟନ୍ତାପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଓ ସ୍ତ୍ରୀ ରିଙ୍କି ମାଝୀ।
Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ
କୁଣ୍ଢେଇଗୋଳା ପୁଲିସର ସୂଚନା ଅନୁସାରେ, ଗତ ବୁଧବାର ଦୁଷ୍ମନ୍ତ ମାଝୀ ଓ ସ୍ତ୍ରୀ ରିଙ୍କି ମାଝୀ ଶିଶୁପୁତ୍ରକୁ ଧରି ଶ୍ବଶୁରଘର ଚଢ଼େଇମରା ପଞ୍ଚାୟତର ଝରାବେରେଣୀ ଗ୍ରାମକୁ ଆସିଥିଲେ। ସେଠାରେ ପରିବାର ସହ ଭୋଜି ସାରି ଶନିବାର ଫେରୁଥିବା ବେଳେ କୌଣସି କାରଣକୁ ନେଇ ଦୁଷ୍ମନ୍ତ ଓ ରିଙ୍କିଙ୍କ ମଧ୍ୟରେ ବଚସା ହୋଇଥିଲା। ପାଟିତୁଣ୍ଡ ପରେ ଦୁଷ୍ମନ୍ତ ଓ ରିଙ୍କି ଦଲକଛକ ରାସ୍ତାକଡ଼ରେ ବାଇକ୍ ରଖିଥିଲେ ଏବଂ ୫ ବର୍ଷର ଶିଶୁପୁତ୍ରକୁ ଛାଡ଼ିଦେଇ ଜଙ୍ଗଲ ଭିତରେ କୀଟନାଶକ ଔଷଧ ପିଇ ଦେଇଥିଲେ। ଦୁଷ୍ମନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ରିଙ୍କି ଗୁରୁତର ହୋଇଥିଲେ। ବାପା-ମା’ଙ୍କର ଫେରିବା ବିଳମ୍ବ ହେବାରୁ ୫ ବର୍ଷର ଶିଶୁପୁତ୍ର ଭୀଷଣ ଶୀତରାତିରେ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ଖୋଜାଖୋଜି କରିଥିଲା ଏବଂ ଜଙ୍ଗଲରେ ଉଭୟଙ୍କର ସନ୍ଧାନ ମଧ୍ୟ ପାଇଥିଲା। ମାତ୍ର କିଛି ଉପାୟ ନପାଇ ରାତିସାରା ବାପାଙ୍କ ମୃତଦେହ ଓ ଗୁରୁତର ମା’ଙ୍କୁ ଜଗି ରହି କାନ୍ଦୁଥିଲା। ସକାଳ ହେବା ପରେ ନିଜର ବୁଦ୍ଧି ବଳରେ ରାସ୍ତାକଡ଼କୁ ଆସି ଯିବାଆସିବା କରୁଥିବା ଜନସାଧାରଣଙ୍କୁ ଘଟଣାସ୍ଥଳକୁ ନେଇଥିଲା।
Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା
ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଜନସାଧାରଣ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରୁ ଦୁଷ୍ମନ୍ତ ଓ ରିଙ୍କିଙ୍କୁ ଉଦ୍ଧାର କରି ପୁଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲା। ସେଠାରେ ଦୁଷ୍ମନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିଙ୍କିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାର ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ପୁଅ ମଧ୍ୟ ଅଜାଣତରେ ସେଠାରେ ଥିବା କୀଟନାଶକକୁ ଚାଟି ଦେଇଥିବାରୁ ତା’ ଅବସ୍ଥା ସଙ୍କଟାପନ୍ନ ଅଛି। ତାକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିବା କୁଣ୍ଢେଇଗୋଳା ଥାନା ଅଧିକାରୀ ଜୋହନ କୁଜୁର ସୂଚନା ଦେଇଛନ୍ତି।
Follow Us