statement of Md Mokim Photograph: (sambad.in)
କଟକ: କଟକ ରାଜନୀତିର ବରିଷ୍ଠ ନେତାଙ୍କ ଆଚରଣ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସିଧାସଳଖ ଦଳର ମୁଖ୍ୟଙ୍କୁ ସମାଲୋଚନା କରି ଦଳରୁ ବହିଷ୍କାର ହେବାର ଟ୍ରେଣ୍ଡ୍ ସେଟ୍ କରିଛନ୍ତି ପରକୁ ପର ଦୁଇ ବରିଷ୍ଠ ନେତା, ପୂର୍ବତନ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଓ ପ୍ରଭାତ ରଂଜନ ବିଶ୍ବାଳ। ରାଜନୀତିରେ ଦୀର୍ଘକାଳ ରହି ବିଫଳତା ଓ ସଫଳତାର ସ୍ବାଦ ଚାଖିଥିବା ଏହି ଦୁଇ ନେତା ନିଜନିଜର ଝିଅ, ପୁଅଙ୍କୁ ବିଧାୟକ କରିବା ପରେ ଏବେ ରାଜନୈତିକ ଚିତ୍ରପଟ୍ଟ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି। ପ୍ରଥମେ ମହମ୍ମଦ ମୋକିମ ଦଳର ରାଜ୍ୟ ସଭାପତିଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। କିନ୍ତୁ ପରେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଦଳରୁ ବହିଷ୍କୃତ ହେଲେ। ପରବର୍ତ୍ତୀ ସମୟରେ ନୂଆ ଦଳ ଗଠନର ଘୋଷଣା କଲେ। ସେହିଭଳି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ବିଭିନ୍ନ ସମୟରେ ବିଜେଡିର ବରିଷ୍ଠ ନେତାମାନଙ୍କୁ ସମାଲୋଚନା କରି ଆସୁଥିଲେ। କିନ୍ତୁ ହଠାତ୍ ନବୀନ ନିବାସ ଭିତରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ସମସ୍ତଙ୍କ ସାମନାରେ ସମାଲୋଚନା କଲେ ଏବଂ ସଂପୂର୍ଣ୍ଣ ପ୍ରତ୍ୟାଶିତ ବହିଷ୍କାର ନୋଟିସ୍ ପାଇଲେ।
ଜାଣିଜାଣି ବହିଷ୍କାରକୁ ଆମନ୍ତ୍ରଣ
ମୋକିମ୍ଙ୍କ ବାଟରେ ପ୍ରଭାତ
ଆଗକୁ ବାହାରିବେ ଆହୁରି ବରିଷ୍ଠ
ରାହୁଲଙ୍କୁ ସମାଲୋଚନା କରିବା ପରେ କଂଗ୍ରେସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ବୋଲି ମୋକିମ୍ ଭାବିଥିବେ ଏବଂ ନବୀନଙ୍କୁ ସମାଲୋଚନା କରିବା ପରେ ବିଜେଡି ତାଙ୍କୁ ଦଳରେ ରଖିବ ବୋଲି ପ୍ରଭାତ ଆଶା କରିଥିବେ, ଏହା ରାଜନୀତିରେ ସାଧାରଣଜ୍ଞାନ ଥିବା ଯେ କୌଣସି ବ୍ୟକ୍ତିଙ୍କ ପାଇଁ ବିଶ୍ବାସଯୋଗ୍ୟ ନୁହେଁ। କିନ୍ତୁ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସ ଓ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳଙ୍କ ବିରୋଧରେ ଉଭୟ କଂଗ୍ରେସ ଓ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଯଥା ସମ୍ଭବ ସେମାନଙ୍କ ଉପରେ ଅଙ୍କୁଶ ବାନ୍ଧି ରଖିବାର ପ୍ରୟାସ କରି ଆସିଛନ୍ତି। ଯଦିଓ ଦୁଇ ଯୁବ ବିଧାୟିକା ଓ ବିଧାୟକ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯଥା ସମ୍ଭବ ସୁଯୋଗ ସୃଷ୍ଟି କରି ଚାଲିଛନ୍ତି। ରାଜ୍ୟସଭା ନିର୍ବାଚନ ପରେ ହୁଏତ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିବା ଆଦୌ ଅପ୍ରତ୍ୟାଶିତ ହେବ ନାହିଁ।
Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?
ଏଭଳି ସ୍ଥିତିରେ ଆଗକୁ ପ୍ରଭାତ ବିଜେପିର ନିକଟତର ହେବା ସମ୍ଭାବନା ବହୁ ଅଧିକ ବୋଲି ଆଲୋଚନା ହେଉଥିଲେ ବି ପ୍ରଭାତ କିନ୍ତୁ ଏବେ ଆଉ କିଛି ଦିନ ସ୍ବାଧୀନ ଭାବେ ରାଜନୀତିରେ ହଟଚମଟ ସୃଷ୍ଟି କରିବା ଯୋଜନାରେ ଅଛନ୍ତି। ରାଜ୍ୟର ଅନ୍ୟତମ ବରିଷ୍ଠ ନେତା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡିରୁ ଅଲଗା ରହି ଏକ ପ୍ରକାର ସ୍ବାଧୀନ ସ୍ଥିତିରେ ଅଛନ୍ତି। କିନ୍ତୁ ପୁଅ ଦେବୀରଂଜନ ତ୍ରିପାଠୀ ବିଧାୟକ ଥିବାରୁ ସେ ଯଥା ସମ୍ଭବ ନିଜକୁ ନିୟନ୍ତ୍ରଣରେ ରଖି ଆସିଛନ୍ତି।
Blue Sparrow: ଖେମିନିଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ମହାକାଶରୁ ଛାଡ଼ିଥିବା କ୍ଷେପଣାସ୍ତ୍ର ‘ବ୍ଲୁ ସ୍ପାରୋ’
ଅନ୍ୟପଟେ ରାଜ୍ୟ ରାଜନୀତିରେ ପ୍ରଭାବ ରଖି ଆସିଥିବା କଟକର କେତେ ଜଣ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ତଥା ସାଂସଦ ବି ବଦଳୁ ଥିବା ରାଜନୈତିକ ପାଣିପାଗ ଉପରେ ନଜର ରଖି ହଠାତ ପଟ୍ଟପରିବର୍ତ୍ତନ ଯୋଜନାରେ ଅଛନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂଆ ରାଜନୈତିକ ସମୀକରଣର ଭିତ୍ତିଭୂମି କଟକରେ ପଡ଼ି ସାରିଥିବ, ଏ ସନ୍ଦେହ ଅବଶ୍ୟ ଏବେ ଆଉ ନାହିଁ।
Follow Us