ଯାଜପୁର: ଯାଜପୁର ସହରରେ ବିଗତ ବର୍ଷମାନଙ୍କରେ ଅନେକ ଅନ୍ଧାରୀ ପ୍ରକଳ୍ପ ଗଢ଼ି ଉଠିଛି। ପ୍ରକଳ୍ପଗୁଡ଼ିକରେ କେତେ ଖର୍ଚ୍ଚ ହୋଇଛି, ଅନୁଦାନ କେଉଁ ଉତ୍ସରୁ ଆସିଛି ସେ ସଂକ୍ରାନ୍ତୀୟ ତଥ୍ୟ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପାଖରେ ନାହିଁ। ତେବେ ଏହି ଦୁର୍ନୀତି ଭିତରେ ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ବ୍ୟବହାର କରିବା ପାଇଁ ମଧ୍ୟ ସ୍ଥାନୀୟ ନେତା ସୁଯୋଗ ଛାଡ଼ି ନାହାନ୍ତି। ଓଡ଼ିଶାର ଅନ୍ୟତମ ସୁଉଚ୍ଚ ବିଜୁ ପ୍ରତିମୂର୍ତ୍ତି ସ୍ଥାପନ ଓ ଏଥିରେ ଖର୍ଚ୍ଚ ପାଇଁ କେଉଁ ସଂସ୍ଥା ସବୁ ଅନୁମତି ଦେଇଥିଲେ, ତାହାର ମଧ୍ୟ କୌଣସି ସୂଚନା ନାହିଁ। ଯଯାତି କେଶରୀ ମେଡିକାଲ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପ୍ରତିମୂର୍ତ୍ତି ବସାଇ ମୁଖ୍ୟ ରାସ୍ତାକୁ ସଙ୍କୁଚିତ କରାଯାଇଛି। ନ୍ୟାସନାଲ୍ ମେଡିକାଲ କାଉନ୍ସିଲ (ଏନ୍ଏମ୍ସି)ର ବାରଣ ସତ୍ତ୍ବେ ଏଠାରେ ପ୍ରତିମୂର୍ତ୍ତି ବସାଯାଇଛି। ଫଳରେ ଆମ୍ବୁଲାନ୍ସ, ଦମକଳଗାଡ଼ି ବୁଲିବା କଷ୍ଟସାଧ୍ୟ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ସମ୍ମାନ ରହିଛି।
Horoscope 2026 February 16: ଜାଣନ୍ତୁ ଆଜିର ରାଶିଫଳ
ଦଳମତ ନିର୍ବିଶେଷରେ ତାଙ୍କ ବିଚାରଧାରା ସବୁଠି ଗ୍ରହଣୀୟ। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ହେଲେ ଯାଜପୁର ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖ ରାସ୍ତା ମଝିରେ ପ୍ରତିମୂର୍ତ୍ତିକୁ ନେଇ ସମସ୍ୟା ଦେଖାଦେଇଛି। ୨୦୨୫ ମାର୍ଚ୍ଚ ୫ରେ ବିଜୁବାବୁଙ୍କ ୧୦୯ତମ ଜୟନ୍ତୀ ଅବସରରେ ଏହି ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଏହାର ଉଚ୍ଚତା ୪୦ ଫୁଟରୁ ଅଧିକ ଥିବାବେଳେ ମୁଖ୍ୟରାସ୍ତାର ଅର୍ଦ୍ଧେକ ଜାଗାରେ ସ୍ଥାପନ ହୋଇଛି। ପ୍ରତିଷ୍ଠାକୁ ବର୍ଷେ ପୂରିନଥିବା ବେଳେ ପ୍ରତିମୂର୍ତ୍ତି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗ କିମ୍ବା ପୌରସଂସ୍ଥା କେହି ଏହାର ରକ୍ଷଣାବେକ୍ଷଣ କରୁନାହାନ୍ତି। ପ୍ରତିମୂର୍ତ୍ତିରେ ଧୂଳିମଳି ଜମିଗଲାଣି। ଆଲୋକୀକରଣ ବ୍ୟବସ୍ଥା ଅଚଳ। ଏ ସମ୍ପର୍କରେ ଯାଜପୁର ପୌରସଂସ୍ଥା କିମ୍ବା ପୂର୍ତ୍ତ ବିଭାଗ ସମସ୍ତେ ନିରବ।
ସଙ୍କୁଚିତ ହେଉଛି ମେଡିକାଲ୍ କଲେଜ ରାସ୍ତା
କାହା ପାଖରେ ନାହିଁ ତଥ୍ୟ, ପ୍ରଶାସନ ନିରବଦ୍ରଷ୍ଟା
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଏ ନେଇ ସମାଜସେବୀ ସୀମନ୍ତ କୁମାର ପାତ୍ର ଯାଜପୁର ପୌରସଂସ୍ଥା ସହ ରାସ୍ତା ଓ ଗୃହ ନିର୍ମାଣ (ପୂର୍ତ୍ତ ବିଭାଗ)କୁ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଛନ୍ତି। ଶ୍ରୀ ପାତ୍ରଙ୍କ କହିବା କଥା, ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ସମୟରେ ନ୍ୟାସ୍ନାଲ ମେଡିକାଲ୍ କାଉନ୍ସିଲ (ଏନ୍ଏମ୍ସି) ଟିମ୍ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାକୁ ଆସିଥିଲେ। ମେଡିକାଲ୍ କଲେଜ ସମ୍ମୁଖରେ କୌଣସି ପ୍ରକଳ୍ପ ନିର୍ମାଣ ନକରି ଏହି ସ୍ଥାନକୁ ଯଥାସମ୍ଭବ ପ୍ରଶସ୍ତ ରଖିବାକୁ ପରାମର୍ଶ ଦେଇଥିଲେ। ଏହାସତ୍ତ୍ବେ କ୍ଷମତାଶାଳୀ ନେତାଙ୍କ ନିର୍ଦ୍ଦେଶରେ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା। ସେହିପରି ପ୍ରତିମୂର୍ତ୍ତି ନିର୍ମାଣ ଲାଗି କିଏ ଅର୍ଥ ମଞ୍ଜୁର କରିଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି, ଏହି ସ୍ଥାନରେ ପ୍ରତିଷ୍ଠା ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ କି ନାହିଁ ତା’ର ଉତ୍ତର ମିଳୁନଥିବା ଶ୍ରୀ ପାତ୍ର କହିଛନ୍ତି। ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, ଜିଲ୍ଲା ସଦର ମହକୁମାରେ କେବଳ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନୁହେଁ, କୁସୁମା ପୋଖରୀ, ପ୍ରଶାସନିକ ଭବନ, ସାଇନ୍ସ ପାର୍କ, ଷ୍ଟାଡିୟମ, ବିରଜା ମହିଳା କଲେଜ ଆଦି ଅନେକ ପ୍ରକଳ୍ପ ସମ୍ପର୍କିତ ତଥ୍ୟ କାହା ପାଖରେ ନାହିଁ। ଯାଜପୁରର ତଥାକଥିତ ବଡ଼ନେତା କଳାଟଙ୍କାରେ ଅନେକ ଅନ୍ଧାରୀ ପ୍ରକଳ୍ପ କରି ଅର୍ଥ ଲୁଟୁଥିଲେ। ଲୁଟ୍ର ଚେର ଭୁବନେଶ୍ବର ଦେଇ ତାମିଲନାଡ଼ୁକୁ ଲମ୍ବିଥିଲା। ଏହାର ବିଧିବଦ୍ଧ ତଦନ୍ତ ହେବା ଜରୁରି।
Follow Us