High Court: ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ନାମ ପଞ୍ଜୀକରଣ କର ଅଥବା ଅନ୍ୟ ବ୍ୟବସ୍ଥାରେ ଚାଷୀଙ୍କୁ ଧାନବିକ୍ରି ଅନୁମତି ଦିଅ

Advertisment

ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜୀକରଣ କରି ନଥିବା ଦୁଇ ଜଣ ଚାଷୀଙ୍କୁ ସରକାରୀ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ନ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୃଷକଙ୍କ ଲାଭ ପାଇଁ ସରକାର ଧାନ ସଂଗ୍ରହ ବ୍ୟବସ୍ଥା କରିଛନ୍ତି।

ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜୀକରଣ କରି ନଥିବା ଦୁଇ ଜଣ ଚାଷୀଙ୍କୁ ସରକାରୀ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ନ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୃଷକଙ୍କ ଲାଭ ପାଇଁ ସରକାର ଧାନ ସଂଗ୍ରହ ବ୍ୟବସ୍ଥା କରିଛନ୍ତି।

high court22

କଟକ: ନିର୍ଦ୍ଧାରିତ ସମୟ ଭିତରେ ପଞ୍ଜୀକରଣ କରି ନଥିବା ଦୁଇ ଜଣ ଚାଷୀଙ୍କୁ ସରକାରୀ ଧାନ ସଂଗ୍ରହ ପ୍ରକ୍ରିୟାରୁ ବଞ୍ଚିତ ନ କରିବାକୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୃଷକଙ୍କ ଲାଭ ପାଇଁ ସରକାର ଧାନ ସଂଗ୍ରହ ବ୍ୟବସ୍ଥା କରିଛନ୍ତି। କୃଷକଙ୍କୁ ଅଧିକ ଫସଲ ଉତ୍ପାଦନ କରିବାକୁ ଉତ୍ସାହିତ କରିବାକୁ ଏଭଳି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥାର ମହତ ଉଦ୍ଦେଶ୍ୟକୁ ବିଚାରକୁ ନେଲେ ପୋର୍ଟାଲ୍‌ରେ ନାମ ପଞ୍ଜୀକରଣ ନ କରିବା ଭଳି ବୈଷୟିକ କାରଣ ଲାଗି କୃଷକଙ୍କୁ ଏହି ପ୍ରକ୍ରିୟାରୁ ବାରଣ କରାଯିବା ଯୁକ୍ତିଯୁକ୍ତ ନୁହେଁ। ଏଭଳି ସ୍ଥିତିିରେ ଏହି ମାମଲାକୁ ସ୍ବତନ୍ତ୍ର ଓ ଅସାଧାରଣ ଭାବେ ଗ୍ରହଣ କରି ୨୦୨୫-୨୬ ବର୍ଷରେ ଧାନ ବିକ୍ରି କରିବାକୁ ଆବେଦନକାରୀଙ୍କୁ ଅନୁମତି ଦେବାକୁ ରାଜ୍ୟ ସରକାର ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ପିପିଏସ୍‌ ପୋର୍ଟାଲ୍‌ରେ ଆବେଦନକାରୀଙ୍କ ନାମ ପଞ୍ଜୀକରଣ କରାଯିବ ବା ଅନ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। 

ନବିକରଣୀୟ ଶକ୍ତି ପ୍ରଯୁକ୍ତି ବିଦ୍ୟା କ୍ଷମତା ବୃଦ୍ଧିକାରୀ କର୍ମଶାଳା

ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଏହି ନିର୍ଦ୍ଦେଶର କପି ଉପସ୍ଥାପନ କରିବା ପରେ ତୁରନ୍ତ ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ପଦ୍ମଜାମଞ୍ଜରୀ ସ୍ବାଇଁ ଓ ବିଷ୍ଣୁଚରଣ ସ୍ବାଇଁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। 

Electric: ବିଜୁଳି ଆଲୁଅରୁ ବଞ୍ଚିତ ଟିକରପଡ଼ାର ୨୦ ପରିବାର

ମାମଲାର ବିବରଣୀରୁ ପ୍ରକାଶ ଯେ ପୋର୍ଟାଲ୍‌ରେ ନାମ ପଞ୍ଜୀକରଣ ହୋଇ ନ ଥିବାରୁ ଆବେଦନକାରୀଙ୍କୁ ମଣ୍ଡିରେ ଧାନ ବିକ୍ରି ପାଇଁ ଅନୁମତି ମିଳୁ ନାହିଁ ବୋଲି ଦର୍ଶାଇ ଏହି ଆବେଦନ ଦାୟର ହୋଇଥିଲା। ଚାଷୀ ଭାବେ ସେମାନଙ୍କ ନାମ ପଞ୍ଜୀକରଣ ପାଇଁ ଆବେଦନକାରୀ ଗତ ବର୍ଷ ଅଗଷ୍ଟ ୨୧ରେ ଦରଖାସ୍ତ ଦାଖଲ କରିଥିଲେ। କିନ୍ତୁ ଏହାପରେ ମଧ୍ୟ ଆବେଦନକାରୀଙ୍କ ନାମ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇ ନ ଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାର ଓ ସୋସାଇଟି ପକ୍ଷରୁ ଜବାବରେ ଦର୍ଶାଯାଇଥିଲା ଯେ ୨୦୨୫ ଅଗଷ୍ଟ ୨୫ ପୂର୍ବରୁ ଆବେଦନକାରୀ ନାମ ପଞ୍ଜୀକରଣ ପାଇଁ ଦରଖାସ୍ତ କରି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe