Bangladeshi: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ: ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ

Advertisment

ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ, ଅଟକ ଓ ସେମାନଙ୍କୁ ଦେଶାନ୍ତରୀକରଣ ପାଇଁ ସବୁ ଜିଲ୍ଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି।

ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ, ଅଟକ ଓ ସେମାନଙ୍କୁ ଦେଶାନ୍ତରୀକରଣ ପାଇଁ ସବୁ ଜିଲ୍ଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି।

Orissa High Court

Orissa High Court orders to give 20 lakhs compansation Photograph: (sambad.in)

କଟକ: ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ, ଅଟକ ଓ ସେମାନଙ୍କୁ ଦେଶାନ୍ତରୀକରଣ ପାଇଁ ସବୁ ଜିଲ୍ଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ସ୍ପେସାଲ ଟାସ୍କଫୋର୍ସ ଗଠନ କରାଯାଇଛି। ଏ ସଂକ୍ରାନ୍ତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶନାମା ପାଳନ ପାଇଁ ସମସ୍ତ ଏସ୍‌ପି ତଥା ବିଦେଶୀ ପଞ୍ଜୀକରଣ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ଆର୍‌.ପି.କୋଚେଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ଅନୁସାରେ ୨ଟି ରାଜ୍ୟସ୍ତରୀୟ ହୋଲ୍ଡିଂ ସେଣ୍ଟର/କ୍ୟାମ୍ପ ଓ ୧୯ଟି ଜିଲ୍ଲାସ୍ତରୀୟ ହୋଲ୍ଡିଂ ସେଣ୍ଟର କରାଯାଇଛି। ସନ୍ଦେହରେ ବିଭିନ୍ନ ଜିଲ୍ଲାରେ ୨୨୫୯ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଇଥିଲା। ଏଥିରୁ ୨୧୭୬ ଭାରତୀୟ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। 

Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍‌ ଆସିଲା ଟାର୍ଗେଟ୍‌ ନାହିଁ

ଗଠନ ହୋଇଛି ଟାସ୍କଫୋର୍ସ 
ଚିହ୍ନଟ ହୋଇଛନ୍ତି ୭୫ ଅନୁପ୍ରବେଶକାରୀ

ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲା(ୟୁପିଡି)ରେ ୨୪, କଟକ ୟୁପିଡିରେ ୧୫, ବ୍ରହ୍ମପୁରରେ ୬, କେନ୍ଦ୍ରାପଡ଼ାରେ ୩, ଗଞ୍ଜାମରେ ଜଣେ, ଜଗତସିଂହପୁରରେ ୨୧, କନ୍ଧମାଳରେ ୪, କୋରାପୁଟରେ ଜଣେ, ଏଭଳି ଭାବେ ମୋଟ ୭୫ଜଣ ବାଂଲାଦେଶୀ ନାଗରିକ ବୋଲି ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ଭୁବନେଶ୍ବର ୟୁପିଡିର ୨୪, କଟକ ୟୁପିଡିର ୧୫, ବ୍ରହ୍ମପୁରର ୬, କନ୍ଧମାଳର ୩, କୋରାପୁଟର ଜଣେ ଏଭଳି ଭାବେ ମୋଟ ୪୯ଜଣ ବାଂଲାଦେଶୀ ନାଗରିକଙ୍କୁ ଦେଶାନ୍ତରୀକରଣ କରାଯାଇଛି। ଜାଲ୍‌ ଭାରତୀୟ ପାସ୍‌ପୋର୍ଟ ହାସଲ କରିଥିବା ଗଞ୍ଜାମ ଓ କନ୍ଧମାଳର ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁରର ୨୧ଜଣ ଓ କେନ୍ଦ୍ରାପଡ଼ାର ୩ଜଣ ବାଂଲାଦେଶୀ ନାଗରିକ ଦେଶାନ୍ତରୀକରଣ ଅପେକ୍ଷାରେ ଅଛନ୍ତି।

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଏସ୍‌ଟିଏଫ୍‌ ସହିତ ଗୁଇନ୍ଦା ବ୍ୟୁରୋର ଜିଲ୍ଲା ୟୁନିଟ୍‌ ଓ ସ୍ପେସାଲ୍‌ ବ୍ରାଞ୍ଚକୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଖୋଜି ବାହାର କରିବା ଓ ଚିହ୍ନଟ ପ୍ରକ୍ରିୟାରେ ବ୍ୟବହାର କରାଯାଉଛି। ଯାଞ୍ଚ ପ୍ରକ୍ରିୟାରେ ବାଂଲାଦେଶର ସ୍ଥାନୀୟ କେତେକ ଲୋକପ୍ରିୟ ଆପ୍‌ର ସହାୟତା ନେବାକୁ ସବୁ ଜିଲ୍ଲା ଅଧିକାରୀ, ‌ରେଞ୍ଜ ଡିଆଇଜି ଓ ଆଇଜିଙ୍କୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ତଥ୍ୟରୁ ୩୭୩୮ ଅନୁପ୍ରବେଶକାରୀ ହିନ୍ଦୁ (ବାଂଲାଦେଶରେ ସଂଖ୍ୟାଲଘୁ) ବୋଲି ଜଣାପଡ଼ିଛି। ଦାଖଲ ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେବା ସହିତ ୨୦୨୬, ଜାନୁଆରି ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ଶ୍ରୀ ମହାନ୍ତି ନିଜେ ଓ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe