ଧରାକୋଟ: ୨୭ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଜିତେନ୍ଦ୍ର। ଏକ ଦୁର୍ଘଟଣାରେ ଗୁରୁତର ଆହତ ହେବାପରେ ସ୍ମରଣଶକ୍ତି ହରାଇଥିବା ବେଳେ ହଠାତ୍ ସୋସିଆଲ ମିଡ଼ିଆରେ ନିଜ ଗାଁର କିଛି କାହାଣୀକୁ ଦେଖି ଭିଟାମାଟିର ପୁରୁଣା ସ୍ମୃତି ଆଖି ଆଗରେ ନାଚି ଉଠିଲା। ଆଉ କାଳବିଳମ୍ବ ନକରି ନିଜ ପରିବାର ପାଖକୁ ଫେରି ଆସିଛନ୍ତି ଜିତେନ୍ଦ୍ର। କିନ୍ତୁ ଏହା ମଧ୍ୟରେ ବାପାମାଆ ଆରପାରିକୁ ଚାଲିଯାଇଥିବା ବେଳେ ପରିବାରବର୍ଗ ଜିତେନ୍ଦ୍ରଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି। ଆଉ ଜିତେନ୍ଦ୍ର ବଖାଣିଛନ୍ତି ୨୭ ବର୍ଷର ଅନୁଭୂତି ଓ ସଂଘର୍ଷର କାହାଣୀ।
New Year: ସ୍ମାର୍ଟଫୋନ୍-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍ କାର୍ଡ’ର ଚାହିଦା
୧୯୯୮ରେ ସୁରତ ଯାଇଥିଲେ
ଦୁର୍ଘଟଣାରେ ଗୁରୁତର ହେବାପରେ ସ୍ମରଣଶକ୍ତି ହରାଇଥିଲେ
ସୋସିଆଲ୍ ମିଡ଼ିଆ ମନେ ପକାଇଦେଲା ଭିଟାମାଟିର ସ୍ମୃତି
ସ୍ବର୍ଗତ ପାର୍ବତୀ ଜେନା ଓ ସ୍ବର୍ଗତ ପୀତାମ୍ବର ଜେନାଙ୍କ ପାଞ୍ଚ ସନ୍ତାନଙ୍କ ମଧ୍ୟରେ ଜିତେନ୍ଦ୍ର ହେଉଛନ୍ତି ତୃତୀୟ ସନ୍ତାନ। ୧୯୯୮ ମସିହାରେ ୨୨ ବର୍ଷ ବୟସରେ ଜିତେନ୍ଦ୍ର ରୋଜଗାର ପାଇଁ ଗୁଜରାଟର ସୁରତ ସହରକୁ ଯାଇ ସେଠାରେ ଏକ ସୂତାକଳରେ କାମ କରୁଥିଲେ। କିନ୍ତୁ ୨୦୦୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାଜସ୍ଥାନ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇବର୍ଷ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲେ ହେଁ, ସେ ନିଜ ସ୍ମରଣଶକ୍ତି ହରାଇ ବସିଥିଲେ। ସୁରତରେ ଭୀମ ସିଂ ଓ ପ୍ରମିଳା ବେନ୍ ତାଙ୍କର ଦେଖାଶୁଣା କରୁଥିଲେ। ୨୦୨୨ ମସିହାରେ ସ୍ମରଣଶକ୍ତି ଫେରି ଆସିବା ପରେ ସୁରତରୁ ରାଜସ୍ଥାନ ଯାଇ ସେଠାରେ ମେକାନିକାଲ୍ କାମ ଶିଖିବା ସହ ଏକ ବୋଲେରୋ ଚଳାଉଥିଲେ।
Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର
ଦିନେ ଫେସ୍ବୁକ୍ ଦେଖୁଥିବା ବେଳେ ଧରାକୋଟ ଅଞ୍ଚଳରୁ ପୋଷ୍ଟିଂ ହୋଇଥିବା କିଛି ଫଟୋ ଓ କାହାଣୀ ଦେଖି ପରିବାର କଥା ମନେ ପଡ଼ିଥିଲା। ସେଥିରୁ ସେ ମୋବାଇଲ୍ ନମ୍ବର ସଂଗ୍ରହ କରି ଧରାକୋଟ ଆର୍ଏସ୍ ହୋଟେଲ ମାଲିକ ପ୍ରଦୀପ ପାଣିଗ୍ରାହୀ ଓ ଶାନ୍ତିଝର ଉନ୍ନୟନ କମିଟି ସଭାପତି ସୁନିଲ କୁମାର ଚୌଧୁରୀଙ୍କ ସହ କଥା ହୋଇଥିଲେ। ଏହାପରେ ତୁରନ୍ତ ଟ୍ରେନ୍ ଯୋଗେ ଆସି କିଛିଦିନ ତଳେ ଗାଁରେ ପହଞ୍ଚିଛନ୍ତି। ପରିବାରବର୍ଗ ଜିତେନ୍ଦ୍ରଙ୍କୁ ଦେଖି ଖୁସିବ୍ୟକ୍ତ କରିବା ସହ ବିଶ୍ବାସ ବି କରିପାରି ନଥିଲେ।
Follow Us