ଭୁବନେଶ୍ବର: ଓଡ଼ିଶାରୁ କେବଳ ଲୁହାପଥର ଓ ବକ୍ସାଇଟ୍ ରତ୍ପାନି ହେବନି; ଏଠାରୁ ସେହି ଲୁହା ଓ ଆଲୁମିିିନିୟମ ସାମଗ୍ରୀ ଉତ୍ପାଦିତ ହେବ, ଯେଉଁ ସାମଗ୍ରୀଗୁଡ଼ିକର ସାରା ବିଶ୍ବରେ ଚାହିଦା ଅଛି। ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ ପ୍ରାୟ ୧୧୦୦ ଏକର ଜମିରେ ମୋଟର ଯାନ, ବିମାନ ଏବଂ ପ୍ରତିରକ୍ଷା ଉପକରଣ, ଟାଇଟାନିୟମ୍, ସ୍ପେଶାଲିଟି ଷ୍ଟିଲ୍ ଉତ୍ପାଦନ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ନୂତନ ସମନ୍ବିତ କମ୍ପ୍ଲେକ୍ସରେ କଲ୍ୟାଣୀ ଷ୍ଟିଲ୍ର ସ୍ବତନ୍ତ୍ର ଇସ୍ପାତ ପ୍ରକଳ୍ପ, ସାରଲୋହା ଆଡଭାନ୍ସଡ୍ ମ୍ୟାଟେରିଆଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ସୁପର ଆଲୟ ପ୍ରକଳ୍ପ, ଭାରତ ଫୋର୍ଜର ଶିଳ୍ପ କମ୍ପୋନେଣ୍ଟସ୍ କାଷ୍ଟିଂ ଏବଂ ଫୋର୍ଜିଂ ୟୁନିଟ ରହିବ। ଏହି ସମନ୍ବିତ କମ୍ପ୍ଲେକ୍ସ ପ୍ରକଳ୍ପଗୁଡ଼ିକ ପାଇଁ ମୋଟ୍ ୧୭୨୫୦କୋଟି ଟଙ୍କା ନିେବଶ ହେବ। ଆଜି ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
Cricket: ଆଜି ୟୁନିଲାଇଟ୍ କପ୍ ଫାଇନାଲ୍: ବିଜେଇଏମ୍ ବନାମ ଡିଏଭି ଚନ୍ଦ୍ରଶେଖରପୁର
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଏହି ପ୍ରକଳ୍ପ ଓଡ଼ିଶାରେ ନୂଆ ଓ ଅତ୍ୟାଧୁନିକ ଶିଳ୍ପ ପାଇଁ ବାଟ ଖୋଲିବ। ଓଡ଼ିଶାରୁ କେବଳ ଖଣିଜପଦାର୍ଥ ରତ୍ପାନି ହେଉଥିଲା। ଏବେ ଏଠାରେ ବହୁ ଅତ୍ୟାଧୁନିକ ସାମଗ୍ରୀ ଉତ୍ପାଦନ ହେବ। ଓଡ଼ିଶାରେ ବଡ଼ ଉତ୍ପାଦନ ବଜାର ହେବ। ଏହି ଶିଳ୍ପ ହେଲେ ୪୮୦୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପ୍ରାୟ ୫୫୦୦ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଉଛି। କିନ୍ତୁ ଏହା ନିଶ୍ଚିତ ଯେ ୧୨ହଜାରରୁ ଅଧିକ ଅତ୍ୟନ୍ତ ଉନ୍ନତମାନର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ସେହିପରି ଆଜି କ୍ୟାବିନେଟ୍ରେ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’ ଯୋଜନାକୁ ମଞ୍ଜୁରି ମିଳିଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବା। ଏହି ଯୋଜନାରେ ୧୪ଟି ଉପଯୋଜନା/କାର୍ଯ୍ୟକ୍ରମ ରହିବ। ୫ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ବାବଦକୁ ୨୫୪.୮୫କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ମୁଖ୍ୟତଃ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ଗବେଷଣା କରିବାକୁ ଉତ୍ସାହିତ କରାଯିବ, ଗବେଷଣା ଏବଂ ବିକାଶ ପାଇଁ ବିଶ୍ବବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ, ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ ବୈଜ୍ଞାନିକ ସହଯୋଗ, ଉଦ୍ଭାବନ ଏବଂ ସଚେତନତାକୁ ପ୍ରୋତ୍ସାହିତ କରିବା, ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟାରିୟମଗୁଡ଼ିକୁ ସାମିଲ କରିବା, ଇନୋଭେସନ ହବ୍ ପ୍ରତିଷ୍ଠା କରି ଯୁବ ଏବଂ ତୃଣମୂଳସ୍ତରର ଉଦ୍ଭାବକଙ୍କୁ ସମର୍ଥନ କରିବାକୁ ପଦକ୍ଷେପ ନିଆଯିବ।
ବିଜ୍ଞାନର ପ୍ରଚାର ପ୍ରସାର ପାଇଁ
‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ’
୪୮୦ଟି ନଦୀବନ୍ଧର ଉନ୍ନତୀକରଣ ପାଇଁ ୩୬୨କୋଟି
ଜଳସମ୍ପଦ ବିଭାଗ ପକ୍ଷରୁ ୩ବର୍ଷିଆ ‘ଡାଇଭର୍ସନ ୱେୟାର ସୁଧାର ଯୋଜନା’ ଆରମ୍ଭ ହେବ। ଏହି ଯୋଜନାରେ ନଦୀବନ୍ଧ (ଡାଇଭର୍ଜନ ୱେୟାର) ଏବଂ ବ୍ୟାରେଜଗୁଡ଼ିକର ମୁଖ୍ୟ ସଂରଚନାଗୁଡ଼ିକୂ ମରାମତି ଓ ମୂଳ ନକ୍ସା ଅନୁଯାୟୀ ପୁନଃଗଠନ ତଥା ଡିଜାଇନ ଅନୁସାରେ ତଟବନ୍ଧ/ଆଫ୍ଲକ୍ସ ବନ୍ଧର ମରାମତି ତଥା ସୁଦୃଢ଼ୀକରଣ କରାଯିବ। ଏହାବ୍ୟତୀତ ମୁଖ୍ୟ କେନାଲର ଉପର ମୁଣ୍ଡରୁ ୨୦୦ରୁ ୩୦୦ମିଟର ଲମ୍ବ କଙ୍କ୍ରିଟ ଲାଇନିଂ ନିର୍ମାଣ କରାଯିବ। ବନ୍ଧ ତଥା ବ୍ୟାରେଜରେ ସଟରର ମରାମତି, ଜଳଧାରଣ କ୍ଷମତାରେ ବୃଦ୍ଧି ପାଇଁ ପଣ୍ଡିଂ ଅଞ୍ଚଳରୁ ପଙ୍କ ହଟାଯିବ ଏବଂ ପ୍ରକଳ୍ପ ସ୍ଥାନକୁ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯିବ। ଏଥିରେ ୧୧୩୩ଟି ନଦୀବନ୍ଧରୁ ୪୮୦ଟି ନଦୀ ବନ୍ଧର ଉନ୍ନତୀକରଣ କରାଯିବ। ଏହି ୪୮୦ଟି ନଦୀ ବନ୍ଧ ଏବଂ ୨ଟି ବ୍ୟାରେଜ୍ ୩୦ବର୍ଷରୁ ଅଧିକ ପୁରୁଣା ହୋଇଥିବାରୁ ଏହାର ଉନ୍ନତୀକରଣ ପାଇଁ ୩ବର୍ଷରେ ୩୬୨କୋଟି ଖର୍ଚ୍ଚ ହେବ।
ଏହାବ୍ୟତୀତ ଆଜି କ୍ୟାବିନେଟ୍ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ,୨୦୨୬କୁ ଅନୁମୋଦନ କରିଛି। ଏହାକୁ ଓପିଏସ୍ସି ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି। ଏଥିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟ ରହିବେ। ସେହିପରି ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ,୨୦୨୨ର ସଂଶୋଧନ କରି ଏଥିରେ ସିଡ୍ୟୁଲ-୧ରେ ପୂର୍ବରୁ ୧୦ଟି ପଦବି ଥିବାବେଳେ ଆଉ ୧୦ଟି ନୂତନ ପଦବି ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ଗଠନ ହୋଇଥିବା ‘ଓଡ଼ିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ’ର ନିୟମାବଳୀକୁ ଅନୁମୋଦନ କରିଛି। ଏଥିରେ ୩୩ଟି ପଦବିକୁ ବଢ଼ାଇ ୬୬ଟି କରାଯାଇଛି। ଏହାଦ୍ବାରା ଜିଲ୍ଲା ସଂସ୍କୃତି ଅଧିକାରୀମାନେ ପଦୋନ୍ନତି ପାଇବେ।
Odisha Cup 2025 Final: ଦୁବାଇରେ ଆୟୋଜିତ ହେଲା ଓଡ଼ିଶା କପ୍ ୨୦୨୫ର ଗ୍ରାଣ୍ଡ ଫାଇନାଲ
ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ନର୍ସିଂ କର୍ମଚାରୀଙ୍କ ଭଳି ଇଏସ୍ଆଇ ହସ୍ପିଟାଲ ଏବଂ ଡିସ୍ପେନସାରିରେ କାର୍ଯ୍ୟ କରୁଥିବା ନର୍ସିଂ କର୍ମଚାରୀଙ୍କୁ ପଦୋନ୍ନତି ମିଳିବ। ଏଥିପାଇଁ ‘ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ନର୍ସିଂ ସେବା ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ’ ନିୟମ, ୨୦୨୫କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଓଡ଼ିଶା ସୁପର ଜୁଡିସିଆଲ ସର୍ଭିସ୍ ଏବଂ ଓଡ଼ିଶା ଜୁଡିସିଆଲ ସର୍ଭିସ୍ ରୁଲ୍ସ,୨୦୦୭କୁ ଅଧିକ ଉପଯୋଗୀ କରିବା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଏହି ନିୟମଗୁଡ଼ିକୁ ସଂଶୋଧନ କରାଯାଇଛି। ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ୪% ସଂରକ୍ଷଣ ରହିବ।
ଆସନ୍ତା ଫେବ୍ରୁଆରି ୧୭ରୁ ଆରମ୍ଭ ହେବାକୁ ଥିବା ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନକୁ ଅନୁମୋଦନ ମିଳିଛି। ଏହା ସହ ଅବସରପ୍ରାପ୍ତ ଡ୍ରିଲର୍ ହେମନ୍ତ କୁମାରଙ୍କୁ ୮.୩୮ଲକ୍ଷ ଟଙ୍କା ଭରଣା କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।
Follow Us