ଦେଶୀ ମଦ ସହ ମହୁଲ ପୋଚ ଜବତ, ୫ ଅଭିଯୁକ୍ତ ଗିରଫ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ବ୍ୟାପକ ମଦ, ବିଅର ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ବ୍ୟାପକ ମଦ, ବିଅର ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

wine

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ବ୍ୟାପକ ମଦ, ବିଅର ଓ ମହୁଲ ପୋଚ ଜବତ କରାଯାଇଛି। ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ

ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ଷ୍ଟାଫ୍‌ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ତିରିଂ ଥାନା ଅନ୍ତର୍ଗତ ନନ୍ଦାବସା ଓ ତୁ୍ୟୁଘୁଟୁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୩୨୭ ଲିଟର ଦେଶୀ ରନ୍ଧା ମଦ, ୪୮୦୦ ଲିଟର ମହୁଲ ପୋଚ ଏବଂ ୫.୨୦୦ ଲିଟର ବିଅର ଏବଂ ମଦ ତିଆରି ସରଞ୍ଜାମ ଜବତ କରାଯାଇ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଆସାମୀମାନେ ହେଲେ ତିରିଂ ଥାନା ଅନ୍ତର୍ଗତ ନନ୍ଦାବସା ଗ୍ରାମର ଡୁମୁନି ମୁର୍ମୁ, କାଶୁ ମୁର୍ମୁ ଓ ସଲମା ମୁର୍ମୁ ଏବଂ ତୁ୍ୟୁଘୁଟୁ ଗ୍ରାମର ପ୍ରାଣକୃଷ୍ଣ ମଣ୍ଡଳ ଓ ବୁଦ୍ଧେଶ୍ୱର ମଣ୍ଡଳ।

ଏହି ଖବର ପଢ଼ନ୍ତୁ: ହାତୀପଲ ଖାଇଲେ ୩୦ କ୍ୱିଣ୍ଟାଲ ଧାନ

ଅବକାରୀ ବିଭାଗ ପକ୍ଷରୁ ଘନଘନ ଚଢ଼ାଉ କରାଯାଉଥିଲେ ସୁଦ୍ଧା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଶୀ ମଦ କାରବାର ଜାରି ରହିଛି। ଏହି କାମରେ ନିୟୋଜିତ ଲୋକେ କମ ପରିଶ୍ରମରେ ଭଲ ଅର୍ଥ ରୋଜଗାର କରିବା ଲକ୍ଷ୍ୟରେ ବେଆଇନ୍‌ ଭାବେ ବ୍ୟବସାୟ ପରିଚାଳନା କରୁଛନ୍ତି। 

ଏହି ଖବର ପଢ଼ନ୍ତୁ: ୨୨୦ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

ଜବତ ହୋଇଥିବା ଦେଶୀ ରନ୍ଧା ମଦ, ବିଅର, ମହୁଲ ପୋଚ ଓ ମଦ ତିଆରି ସରଞ୍ଜାମର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢ଼ାଉରେ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ସହ ଉପନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ବିପ୍ଳବ କୁମାର ମଲ୍ଲିକ,ତମନ ପରିଡ଼ା, ସଂଜୀବ ମହାପାତ୍ର, ରାଜେନ୍ଦ୍ର ସେନାପତି, ପ୍ରିୟଙ୍କା ମହାନ୍ତ,ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ୬ ଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇ ଅସନ୍ତୋଷ ଜଣାଇଲା ବାଂଲାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe