Shiksha sambad: ୧୫ରୁ ପ୍ରକାଶ ପାଇବ ମାଟ୍ରିକ୍‌ ‘ଶିକ୍ଷା ସମ୍ବାଦ’: ପ୍ରତିଦିନ ୫ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ଉପହାର

Advertisment

ଡିସେମ୍ବର ୧୫ ତାରିଖରୁ ନିୟମିତ ଭାବେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା ସମ୍ବାଦ’। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ଦିନ ପାଞ୍ଚ ଜଣ ଭାଗ୍ୟଶାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ....

ଡିସେମ୍ବର ୧୫ ତାରିଖରୁ ନିୟମିତ ଭାବେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା ସମ୍ବାଦ’। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ଦିନ ପାଞ୍ଚ ଜଣ ଭାଗ୍ୟଶାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ....

sambad

Photograph: (Wikipedia)

କଟକ: ଡିସେମ୍ବର ୧୫ ତାରିଖରୁ ନିୟମିତ ଭାବେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା ସମ୍ବାଦ’। ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟେକ ଦିନ ପାଞ୍ଚ ଜଣ ଭାଗ୍ୟଶାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି। ଫେବ୍ରୁଆରି ୧୯ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ (ମାଟ୍ରିକ୍‌) ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପରୀକ୍ଷାର ଠିକ ପୂର୍ବ ସମୟର ପ୍ରସ୍ତୁତିକୁ ଅଧିକ ସହଜ, ସରଳ ଓ ଉପଯୋଗୀ କରିବା ଲକ୍ଷ୍ୟରେ ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ପ୍ରକାଶ ପାଇ ଆସୁଛି ‘ଶିକ୍ଷା ସମ୍ବାଦ’। ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜ ‘ସମ୍ବାଦ’ରେ ସର୍ବପ୍ରଥମେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତିଦିନ ଏକ ସ୍ବତନ୍ତ୍ର ପୃଷ୍ଠା ପ୍ରକାଶନ ଆରମ୍ଭ କରାଯିବା ପରେ ତାହା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ

‘ଶିକ୍ଷା ସମ୍ବାଦ’ ମାଧ୍ୟମରେ ପରୀକ୍ଷାପୂର୍ବ ପ୍ରସ୍ତୁତି କରି ରାଜ୍ୟର ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଆସିଥିବା ବେଳେ ଚଳିତ ବର୍ଷ ମଧ୍ୟ ଅଭିଜ୍ଞ, ଅନୁଭବୀ ତଥା ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥା ସହ ଜଡ଼ିତ ରହି ଆସିଥିବା ଶିକ୍ଷାବିତ୍‌ଙ୍କ ଦ୍ବାରା ପ୍ରସ୍ତୁତ ‘ଶିକ୍ଷା ସମ୍ବାଦ’ ଡିସେମ୍ବର ୧୫ ତାରିଖ, ସୋମବାରରୁ ପ୍ରକାଶ ପାଇବାକୁ ଯାଉଛି। ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ତିନିଟି ପ୍ରଶ୍ନ ପଚରାଯିବ। ଠିକ୍‌ ଉତ୍ତର ଦେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଲଟେରି ଭିତ୍ତିରେ ପାଞ୍ଚ ଜଣଙ୍କୁ ଚୟନ କରାଯାଇ ପ୍ରତିଦିନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ। ନିୟମିତ ଭାବେ ‘ସମ୍ବାଦ’ ପାଇବା ପାଇଁ ନିକଟସ୍ଥ ଖବରକାଗଜ ବିତରକଙ୍କୁ ଆଗୁଆ କହି ରଖିବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ କରାଯାଉଛି।

Pakistan : ଇମ୍ରାନ ଖାଁଙ୍କ ଉପରେ ବିପଦ ମାଡ଼ିଆସୁଛି ! ରାଜସାକ୍ଷୀ ହୋଇପାରନ୍ତି ଫୈଜ୍ ହମିଦ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe