Advertisment

Village: ପ୍ରତିଶୋଧ ନିଆଁରେ ଜଳୁଛି ଏମ୍‌ଭି-୨୬: ପୂରା ଗାଁ ଜାଳିଦେଲେ, ମାଲକାନଗିରିରେ ଡିଜିଙ୍କ ସମୀକ୍ଷା

Advertisment

କଟାମୁଣ୍ଡ ପାଇଁ ପ୍ରତିଶୋଧ ନିଆଁରେ ଜଳୁଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି-୨୬ ଗାଁ। ଗତକାଲି ୫୦ରୁ ଅଧିକ ଘରେ ନିଆଁ ଲଗାଇ ଲୁଟ୍‌ପାଟ କରିଥିଲେ। ଆଜି ହଜାର ହଜାର ଆଦିବାସୀ ଏକଜୁଟ ହୋଇ ସଂପୂର୍ଣ୍ଣ ଗାଁକୁ ଜାଳି ଦେଇଛନ୍ତି।

କଟାମୁଣ୍ଡ ପାଇଁ ପ୍ରତିଶୋଧ ନିଆଁରେ ଜଳୁଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି-୨୬ ଗାଁ। ଗତକାଲି ୫୦ରୁ ଅଧିକ ଘରେ ନିଆଁ ଲଗାଇ ଲୁଟ୍‌ପାଟ କରିଥିଲେ। ଆଜି ହଜାର ହଜାର ଆଦିବାସୀ ଏକଜୁଟ ହୋଇ ସଂପୂର୍ଣ୍ଣ ଗାଁକୁ ଜାଳି ଦେଇଛନ୍ତି।

ddagadgczvczcv

ମାଲକାନଗିରି: କଟାମୁଣ୍ଡ ପାଇଁ ପ୍ରତିଶୋଧ ନିଆଁରେ ଜଳୁଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମ୍‌ଭି-୨୬ ଗାଁ। ଗତକାଲି ୫୦ରୁ ଅଧିକ ଘରେ ନିଆଁ ଲଗାଇ ଲୁଟ୍‌ପାଟ କରିଥିଲେ। ଆଜି ହଜାର ହଜାର ଆଦିବାସୀ ଏକଜୁଟ ହୋଇ ସଂପୂର୍ଣ୍ଣ ଗାଁକୁ ଜାଳି ଦେଇଛନ୍ତି। ବ୍ୟାପକ ଫୋର୍ସ ମୁତୟନ ସହ ଡିଭିଏଫ୍‌ ଓ ବିଏସ୍‌ଏଫ୍‌ ଯବାନଙ୍କ ଉପସ୍ଥିତି ସତ୍ତ୍ବେ ହିଂସା ରୋକାଯାଇପାରିନାହିଁ। ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ପରସ୍ପର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ହିଂସା ବ୍ୟାପିବା ଆଶଙ୍କାରେ ସମସ୍ତ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

୨୪ଘଣ୍ଟା ପାଇଁ ସାରା ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଯାହା ସମ୍ଭବ ପ୍ରୟାସ କରାଯାଉଛି। ସ୍ଥିତିର ସମୀକ୍ଷା କରିବାକୁ ଆଜି ସଂଧ୍ୟାରେ ପୁଲିସ ଡିଜି ୱାଇ. ବି ଖୁରାନିଆ ମାଲକାନଗିରି ପହଞ୍ଚିଛନ୍ତି। ଏଡିଜି ସଂଜୀବ ପଣ୍ଡା, ଗୁଇନ୍ଦା ଡିଆଜି ଅଖିଳେଶ୍ବର ସିଂହ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି କେ.ଭି ସିଂହ ପ୍ରମୁଖ ଉପସ୍ଥିତ ରହି ରୁଦ୍ଧଦ୍ବାର ବୈଠକ କରିଛନ୍ତି। ହିଂସା ଯେମିତି ଅନ୍ୟ କୌଣସି ଅଞ୍ଚଳକୁ ବ୍ୟାପିବ ନାହିଁ ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ୩ ଦିନ ଧରି ନିଖୋଜ ଥିବା ରାଖାଲଗୁଡ଼ା ଗାଁର ଆଦିବାସୀ ମହିଳା ଲାକେ ପଡ଼ିଆମିଙ୍କ ମୁଣ୍ଡବିହୀନ ଶରୀର ଗତ ୪ତାରିଖରେ ମିଳିବା ପରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ଲାକେଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଆଦିବାସୀ ଅଭିଯୋଗ କରିଛନ୍ତି। ଦୁଇ ଦିନ ଧରି ରାଖାଲଗୁଡ଼ା ଗାଁରେ ଆଦିବାସୀ ମେଳି ଓ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା।

ମାଲକାନଗିରିରେ ଡିଜିଙ୍କ ସମୀକ୍ଷା
୨୪ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ
ଜିଲ୍ଲାପାଳଙ୍କୁ ଭେଟିଲା ବଙ୍ଗୀୟ ସମାଜ
ଜିଦ୍‌ରେ ଅଟଳ ରହିଛି ଆଦିବାସୀ ସଂଘ

ଗତକାଲି ବଙ୍ଗାଳୀ ଭାଷାଭାଷୀଙ୍କ ଗାଁ ଏମ୍‌ଭି-୨୬କୁ ମାଡ଼ି ଆସିଥିଲେ ଆଦିବାସୀ। ପୁଲିସ ଉପସ୍ଥିତିରେ ୫୦ରୁ ଅଧିକ ଘର ଜାଳି ଦେଇଥିଲେ। ଗତକାଲିର ଘଟଣା ପରେ ପରିସ୍ଥିତି ଶାନ୍ତ ପଡ଼ିଯିବ ବୋଲି ପୁଲିସ ଆକଳନ କରିଥିଲା। କିନ୍ତୁ ଆଜି ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା। ପାଖାପାଖି ୧୦ହଜାର ଆଦିବାସୀ ଆଜି ସକାଳୁ ଏମ୍‌ଭି-୨୬ ଗାଁକୁ ଘେରି ଯାଇଥିଲେ। ଗ୍ରାମବାସୀ ଘର ଛାଡ଼ି ଅଜ୍ଞାତ ସ୍ଥାନରେ ଆତ୍ମ‌ଗୋପନ କରିଥିଲେ। ପୁଲିସ ଫୋର୍ସ ସହ ଉପସ୍ଥିତ ଥିବା ଏସ୍‌ପି ବିନୋଦ ପାଟିଲ ଉତ୍ତ୍ୟକ୍ତ ଆଦିବାସୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଅନ୍ୟପଟେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ପହଞ୍ଚିଥିବା ଆଦିବାସୀ ହଠାତ୍‌ ଗାଁ ଭିତରେ ଧସେଇ ପଶି ପୁଣି ଭଙ୍ଗାରୁଜା କରିବା ସହ ସଂପୂର୍ଣ୍ଣ ଗାଁରେ ନିଆଁ ଲଗାଇ ଦେଇଥିଲେ। କିଛି ମିନିଟ୍‌ ଭିତରେ ପୂରା ଗାଁ ଛାରଖାର ହୋଇଯାଇଥିଲା। ନିଆଁ ଲାଗିବା ପରେ ଘରେ ଥିବା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏପରିକି ଦମକଳ ଗାଡ଼ିକୁ ଛାଡ଼ି ନଥିଲେ ଉତ୍ତେଜିତ ଆଦିବାସୀ। ଆଦିବାସୀଙ୍କ ଲଙ୍କାକାଣ୍ଡ ପରେ ଏମ୍‌ଭି-୨୬ ଗାଁକୁ ଜଗି ରହିଛି ପୁଲିସ। ମୁଣ୍ଡ ମିଳି ନ ଥିବାରୁ ଲାକେ ପଡିଆମିଙ୍କ ଶବ ବ୍ୟବଚ୍ଛେଦ ଆଜି ପର୍ଯ୍ୟନ୍ତ ହୋଇପାରିନି।
ଆଦିବାସୀ ସଂଘର ଏଭଳି ହିଂସା ପରେ ଆଖପାଖର ବଙ୍ଗଳା ଭାଷାଭାଷୀ ଗାଁରେ ଆତଙ୍କ ଖେଳି ଯାଇଛି। ଆଜି ସକାଳେ ଏମ୍‌ଭି-୩ ଗାଁରେ ବଙ୍ଗୀୟ ସମାଜର ବିଶାଳ ମେଳି ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଦାବି କରାଯାଇଥିଲା।

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ଏହାପରେ ବିରାଟ ରାଲିରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଦଙ୍ଗା ଭଳି ପରିସ୍ଥିତି ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦାୟୀ। ଅସ୍ଥିରତା ସୃଷ୍ଟି କରିବାକୁ ବାରମ୍ବାର ପ୍ରୟାସ କରୁଛନ୍ତି। ସେଭଳି ବ୍ୟକ୍ତିଙ୍କ ବିରୋଧରେ ୭୨ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କ୍ଷତିଗ୍ରସ୍ତ ଏମ୍‌ଭି-୨୬ ଗ୍ରାମବାସୀଙ୍କୁ କ୍ଷତିପୂରଣ ସହ ଲାକେ ପଡିଆମିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ବଙ୍ଗୀୟ ସମାଜ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା। ଉଭୟପକ୍ଷକୁ ଏକାଠି ବସାଇ ଜିଲ୍ଲାପାଳ ଆଲୋଚନା କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ଆଦିବାସୀ ସଂଘର ନେତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ବଙ୍ଗୀୟ ସମାଜର କୌଣସି ବଡ଼ନେତା ଉପସ୍ଥିତ ନ ଥିବାରୁ ଆଲୋଚନା ହୋଇପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe