ବିଅର ବୋମାକୁ ନେଇ ପୁଲିସ, ସାଧାରଣ ଜନତା ଆତଙ୍କିତ

ଛତିଶଗଡ଼ରେ ନକ୍ସଲ ଏବେ ବିଅର ବୋତଲରେ ବୋମା ତିଆରି କରୁଛନ୍ତି, ଯାହାକୁ ନେଇ ପୁଲିସ ଏବଂ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଅଂଚଳରେ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତିଯାଇଛି। ହିଂସା ପାଇଁ ମାଓବାଦୀ ପ୍ରଥମଥର ବିଅର ବୋତଲ ବ୍ୟବହାର କରିଛନ୍ତି।

bottle

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏବେ ବିଅର ବୋତଲରେ ବୋମା ତିଆରି କରୁଛନ୍ତି, ଯାହାକୁ ନେଇ ପୁଲିସ ଏବଂ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ବିଜାପୁର ଜିଲ୍ଲାର ଗାଙ୍ଗଲୁର ଅଂଚଳରେ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତିଯାଇଛି। ମାଓବାଦୀ ପ୍ରଥମଥର ବିଅର ବୋତଲରେ ଦୁଇ କିଲୋ ଲେଖାଏଁ ବିସ୍ଫୋରକ ଭର୍ତ୍ତି କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ଲୁଚାଇ ରଖିଥିଲେ। ପ୍ରେସର ବୋମା ସଦୃଶ୍ୟ ଏହି ବିଅର ବୋତଲ ବୋମାକୁ ତିଆରି କରାଯାଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ସୁରକ୍ଷାକର୍ମୀ ବୋତଲ ଭାବି ଏହାକୁ ଉଠାଇବାକୁ ଚେଷ୍ଟା କରେ ତେବେ ବଡ଼ ବିସ୍ଫୋରଣ କରିବା ସହ ଉଠାଉଥିବା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ।

ଏହି ଖବର ପଢ଼ନ୍ତୁ: ମହିଳା ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ

ସୁରକ୍ଷା ବାହିନୀ ଡାଳେଡ଼ାଳେ ଗଲେ ମାଓବାଦୀମାନେ ପତ୍ରେପତ୍ରେ ଯାଉଥିବା ପରିଲକ୍ଷିତ ହେଉଛି। ନକ୍ସଲମାନେ ପୂର୍ବରୁ ଲ୍ୟାଣ୍ଡମାଇନ୍‌ ଓ ପ୍ରେସର‌ ବୋମା ବ୍ୟବହାର କରୁଥିଲେ। ଏବେ ଏମାନେ ବିଅର ବୋତଲରେ ବୋମା ତିଆରି କରୁଛନ୍ତି, ଯାହାକୁ ନେଇ ପୁଲିସ ଓ ସାଧାରଣ ଜନତା ଆତଙ୍କିତ ହୋଇପଡ଼ିଛନ୍ତି।

ଏହି ଖବର ପଢ଼ନ୍ତୁ: ୨୦୨୭ ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ

ଯବାନ ଏଭଳି ବୋମା ଦେଖିବା ପରେ ତୁରନ୍ତ ବୋମା ନିଷ୍କ୍ରିୟ ଦଳକୁ ଘଟଣାସ୍ଥଳରେ ଡାକିବା ସହ ବୋମାକୁ ନିଷ୍କ୍ରିୟ କରାଯାଇଥିଲା। ମାଓବାଦୀଙ୍କର ଏଭଳି ନୂତନ ପ୍ରଚେଷ୍ଟା ସାଧାରଣ ଜନତାଙ୍କ ଉପରେ ବିପଦ ଆଣିବ ବୋଲି କୁହାଯାଇଛି। ସ୍ଥାନୀୟ ଆଦିବାସୀମାନେ ପ୍ରାୟତଃ ଜଂଗଲ ଉପରେ ନିର୍ଭର କରି ଚଳିଥାନ୍ତି। ଜଂଗଲରେ ବୋତଲ ପଡିଥିବା ଦେଖି ତାକୁ ଯଦି ଉଠାଇବାକୁ ଚେଷ୍ଟା କରିବେ ତେବେ ବିସ୍ଫୋରଣରେ ଅକାଳରେ ଜୀବନ ଚାଲିଯିବ। ପୁଣି ସ୍ଥାନୀୟ ଆଦିବାସୀମାନେ ମହୁଲ ଫୁଲରୁ ଦେଶୀ ମଦ ପ୍ରସ୍ତୁତ କରିଥାନ୍ତି। 

ଏହି ଖବର ପଢ଼ନ୍ତୁ: ଓଡ଼ିଶାରେ ନକ୍ସଲ ସଂଗଠନର ନେତୃତ୍ବ....

ବର୍ଷବର୍ଷ ଧରି ସ୍ଥାନୀୟ ଆଦିବାସୀ ମହୁଲ ଫୁଲରୁ ମଦ ପ୍ରସ୍ତୁତ କରି ସେମାନଙ୍କର ପର୍ବପର୍ବାଣୀ, ଯାନିଯାତ୍ରାରେ ବ୍ୟବହାର କରୁଛନ୍ତି। ସେହି ମଦକୁ ଏଭଳି ବୋତରେ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ଏହି ବୋତଲ ଧରିବା ଲୋକ ଏବେ ପୁଲିସର ଟାର୍ଗେଟ ହେବ ବୋଲି କୁହାଯାଇଛି। କାରଣ ମାଓବାଦୀ ଏବେ ଏହି ବୋତଲରେ ବୋମା ତିଆରି କରୁଛନ୍ତି। ଯଦି କୌଣସି ବ୍ୟକ୍ତି ବିଅର ବୋତଲ ଧରି ଯାଉଥିବ ତେବେ ସେ ବୋମା ଖଞ୍ଜୁଥିବ ନା ସେଥିରେ ମଦ ନେଉଥିବା ଜାଣିବା ମୁସକିଲ ହୋଇଯିବ। ଯଦି ସେ ବୋମା ଧରି ଜଂଗଲରେ ପୋତିବାକୁ ଯାଉଥିବ ପୁଲିସ ତାକୁ ନିଶ୍ଚିତ ଧରିବ ବୋଲି କୁହାଯାଇଛି। ପୁଲିସ କହିଛି ମାଓବାଦୀଙ୍କୁ ଦମନ ନେଇ ଚାଲିଥିବା ଅପରେସନ ଜାରି ରହିବ। ସେମାନଙ୍କର କୌଣସି ନୂତନ ପ୍ରସ୍ତୁତିକୁ ପୁଲିସ ଧରାଶାୟୀ କରିବ ବୋଲି କହିଛି।

ଏହି ଖବର ପଢ଼ନ୍ତୁ: ନକ୍ସଲଙ୍କ ସୁକମା ବନ୍ଦ ପାଳନ ଆଶିଂକ ସଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe