Neglected Balasore: ଅବହେଳିତ ବାଲେଶ୍ୱର ରେଳଷ୍ଟେସନ, ଚାବିକାଠି ଖଡ଼ଗପୁରରେ

Advertisment

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେଳ ଚଳାଚଳ ବ୍ୟବସ୍ଥା ଏବେ ବି ପଶ୍ଚିମବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅଧୀନରେ ରହିଛି। ବାଲେଶ୍ୱର ରେଳଷ୍ଟେସନ ସହ ଜିଲ୍ଲାର ସମସ୍ତ ଛୋଟବଡ଼ ଷ୍ଟେସନ....

ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେଳ ଚଳାଚଳ ବ୍ୟବସ୍ଥା ଏବେ ବି ପଶ୍ଚିମବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅଧୀନରେ ରହିଛି। ବାଲେଶ୍ୱର ରେଳଷ୍ଟେସନ ସହ ଜିଲ୍ଲାର ସମସ୍ତ ଛୋଟବଡ଼ ଷ୍ଟେସନ....

Untitled-23

ବାଲେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେଳ ଚଳାଚଳ ବ୍ୟବସ୍ଥା ଏବେ ବି ପଶ୍ଚିମବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅଧୀନରେ ରହିଛି। ବାଲେଶ୍ୱର ରେଳଷ୍ଟେସନ ସହ ଜିଲ୍ଲାର ସମସ୍ତ ଛୋଟବଡ଼ ଷ୍ଟେସନ ଖଡ଼ଗପୁର ଡିଭିଜନ୍‌ ନିୟନ୍ତ୍ରଣରେ ଥିବାରୁ ବହୁଦିନ ଧରି ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି। କେବଳ ବାଲେଶ୍ୱର ଜିଲ୍ଲା ନୁହେଁ, ଭଦ୍ରକ ଜିଲ୍ଲାର ରାଣୀତାଲ ଷ୍ଟେସନ ବି ଖଡ଼ଗପୁର ରେଳମଣ୍ଡଳ ଅଧୀନରେ ଆସୁଛି। ସେଠାକାର ଲୋକମାନେ ବି ଅନୁରୂପ ସମସ୍ୟା ଭୋଗୁଛନ୍ତି।

BJD roars: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ବିଜେଡି


ସୂଚନା ଅନୁସାରେ, ରେଳମଣ୍ଡଳ ପଶ୍ଚିମବଙ୍ଗର ଖଡ଼ଗପୁର ହୋଇଥିବାରୁ ଅଧିକାଂଶ ସୂଚନା, ଘୋଷଣା ଓ ନୋଟିସ୍ ହିନ୍ଦୀ ଓ ବଙ୍ଗଳାରେ ହେଉଥିବାବେଳେ ଓଡ଼ିଆ ଭାଷାକୁ ଗୁରୁତ୍ୱ ମିଳୁନାହିଁ, ଯାହା ସ୍ଥାନୀୟ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। ଛୋଟ ସମସ୍ୟା ପାଇଁ ବି ଖଡ଼ଗପୁର ଉପରେ ନିର୍ଭର କରିବାକୁ ପଡୁଛି।  ରେଳଷ୍ଟେସନର ଉନ୍ନତୀକରଣ, ପ୍ଲାଟ୍‌ଫର୍ମ ମରାମତି, ଲିଫ୍ଟ, ଶୌଚାଳୟ, ପାଣି ସମସ୍ୟାର ସମାଧାନ ପାଇଁ ବି ଫାଇଲ୍ ଖଡ଼ଗପୁର ଯିବାକୁ ପଡୁଛି। ଏହି କାରଣରୁ ନିଷ୍ପତ୍ତି ନେବାରେ ଅଧିକ ବିଳମ୍ବ ହେଉଛି। ବାଲେଶ୍ବର ରେଳଷ୍ଟେସନରେ ଶୌଚାଳୟ ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଦୂର ହୋଇପାରି ନାହିଁ। ବାଲେଶ୍ୱର ଜିଲ୍ଲା ଶିଳ୍ପ, ଶିକ୍ଷା ଓ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ରେଳସେବା କ୍ଷେତ୍ରରେ ପଛରେ ରହିଛିି। ନୂଆଟ୍ରେନ୍, ରହଣି, ସମୟ ସାରଣୀ ପରିବର୍ତ୍ତନରେ ଓଡ଼ିଶାର ଦାବି ପଛରେ ପଡ଼ିଯାଉଛି। କୌଣସି ସମସ୍ୟା ହେଲେ ସ୍ଥାନୀୟ ରେଳ ଅଧିକାରୀମାନେ ‘ଖଡ଼ଗପୁରରୁ ଅନୁମୋଦନ ଆସିବ’ ବୋଲି କହି ଦାୟିତ୍ୱ ଏଡ଼ାଇ ଯାଉଛନ୍ତି।

Tensions rise: ତୈଳବାହୀ ଜାହାଜ ଜବତ ମାମଲା, ଆମେରିକା ଓ ରୁଷ୍‌ ମଧ୍ୟରେ ଉତ୍ତେଜନା ବଢ଼ିଲା

 ବାଲେଶ୍ୱର ଜିଲ୍ଲାର ସମସ୍ତ ଷ୍ଟେସନକୁ ପୂର୍ବତଟ ରେଳପଥ (ଇସିଓଆର୍‌) ଅଧୀନ ଖୋର୍ଦ୍ଧା ମଣ୍ଡଳ ସହ ଯୋଡ଼ିବା ପାଇଁ ଲୋକପ୍ରତିନିଧି, ସାମାଜିକ ସଂଗଠନ ଓ ଯାତ୍ରୀ ସଂଘ ପକ୍ଷରୁ ବହୁବାର ଦାବି ହୋଇଆସୁଛି। ଏହାହେଲେ ସମସ୍ୟାର ତ୍ବରିତ ସମାଧାନ ହେବା ସହିତ ଓଡ଼ିଶାର ହିତ ସୁରକ୍ଷିତ ରହିବ ବୋଲି ଲୋକେ ମନେ କରୁଛନ୍ତି। ବାଲେଶ୍ୱର ଜିଲ୍ଲାର ସବୁ ଷ୍ଟେସନ ଓ ଭଦ୍ରକର ରାଣୀତାଲ ଷ୍ଟେସନ ଖଡ଼ଗପୁର ଡିଭିଜନ୍‌ ଅଧୀନରେ ଆସୁଛି। ସେଭଳି ଝାଡ଼ଖଣ୍ଡର ଚକ୍ରଧରପୁର ରେଳମଣ୍ଡଳ ଅଧୀନରେ ଓଡ଼ିଶାର ରାଉରକେଲା, ରାଜଗାଙ୍ଗପୁର, ବୀରମିତ୍ରପୁର ଷ୍ଟେସନ ଆସୁଛି। ଯାହାକୁ ସମ୍ବଲପୁର ରେଳମଣ୍ଡଳରେ ଯୋଡ଼ାଯାଇ ପାରିବ। ବାଲେଶ୍ବର ଜିଲ୍ଲାବାସୀ ଦାବି କରିଛନ୍ତି ଯେ ରାଜ୍ୟର ରେଳ ଷ୍ଟେସନ୍‌ ଓଡ଼ିଶା ରେଳମଣ୍ଡଳ ଅଧୀନରେ ରହିବା ଉଚିତ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe