Odisha Model School: ବିକଳାଙ୍ଗ ହେଲାଣି ଓଡ଼ିଶା ଆଦର୍ଶ ବିଦ୍ୟାଳୟ: ୩୧୫ ସ୍କୁଲରେ ଖାଲିପଡ଼ିଛି ୨୪୬୭ ଶିକ୍ଷକ ପଦ

ଗରିବ ପିଲାଙ୍କୁ ସିବିଏସ୍‌ଇ ପାଠ ପଢ଼ାଇବାର ସୁନ୍ଦର ଯୋଜନା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)। ମାତ୍ର ଏହି ସ୍କୁଲକୁ ବିକଳାଙ୍ଗ କରିବା ପାଇଁ ଚାଲିଛି ଷଡ୍‌ଯନ୍ତ୍ର। କେବଳ ଏହାର ଛାତ୍ରବୃତ୍ତି ବନ୍ଦ ହୋଇନାହିଁ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ହେଉନାହିଁ।

model school

Photograph: (Facebook)

ସମ୍ବଲପୁର: ଗରିବ ପିଲାଙ୍କୁ ସିବିଏସ୍‌ଇ ପାଠ ପଢ଼ାଇବାର ସୁନ୍ଦର ଯୋଜନା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)। ମାତ୍ର ଏହି ସ୍କୁଲକୁ ବିକଳାଙ୍ଗ କରିବା ପାଇଁ ଚାଲିଛି ଷଡ୍‌ଯନ୍ତ୍ର। କେବଳ ଏହାର ଛାତ୍ରବୃତ୍ତି ବନ୍ଦ ହୋଇନାହିଁ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ହେଉନାହିଁ। ଫଳସ୍ବରୂପ ରାଜ୍ୟର ୩୧୫ ଆଦର୍ଶ ସ୍କୁଲରେ ୨୪୬୭ ଶିକ୍ଷକ ପଦ ଖାଲି ପଡ଼ିଛି। ସୂଚନା ଅନୁଯାୟୀ, ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ ବ୍ଲକ୍‌ରେ ଗୋଟିଏ ଲେଖାଏଁ ଓ ଭୁବନେଶ୍ବରରେ ସ୍ବତନ୍ତ୍ର ଭାବେ ଗୋଟିଏ ଏପରି ମୋଟ ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଯେଉଁଠି ବର୍ତ୍ତମାନ ସମୁଦାୟ ୧ ଲକ୍ଷ ୨୪ ହଜାର ୦୫୯ ବିଦ୍ୟାର୍ଥୀ ପାଠ ପଢ଼ୁଛନ୍ତି। ସରକାରୀ ସ୍କୁଲରେ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ନେଇ ସାଧାରଣରେ ଧାରଣା ରହିଛି। ମାତ୍ର ଓଏଭିରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ପ୍ରତିବର୍ଷ ସିଟ୍ ସଂଖ୍ୟାଠାରୁ ଢେର ଅଧିକ ପିଲା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଆବଶ୍ୟକ ଧ୍ୟାନ ଦିଆଯାଉ ନଥିବା ନେଇ ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଠାରେ ସମୁଦାୟ ୭୦୩୬ ଶିକ୍ଷକ ପଦରୁ ୪୫୬୯ ପଦରେ ନିଯୁକ୍ତି ହୋଇଛି। 

editorial: ଅରୁଣାଚଳର ଗୁଂଜନ

ଆଶ୍ଚର୍ଯ୍ୟଜନକ ଭାବେ ୨୬୧ ସ୍କୁଲରେ ଅଧ୍ୟକ୍ଷ, ୧୮୫ରେ ଉପାଧ୍ୟକ୍ଷ ନାହାନ୍ତି। ଅର୍ଥାତ ବିନା ମୁଖିଆରେ ଏତେ ସଂଖ୍ୟାରେ ସ୍କୁଲ ଚାଲିଛି। ସ୍ନାତକୋତ୍ତର ଶିକ୍ଷକ ପଦ ମଧ୍ୟରୁ ଜୀବବିଜ୍ଞାନରେ ୩୨୧ରୁ ୧୦୨, ରସାୟନ ବିଜ୍ଞାନରେ ୩୨୧ରୁ ୧୭୩, ବାଣିଜ୍ୟରେ ୬୦ରୁ ୧୨, କମ୍ପ୍ୟୁଟର ବିଜ୍ଞାନରେ ୩୧୬ରୁ ୧୭୨, ଅର୍ଥଶାସ୍ତ୍ରରେ ୩୦ରୁ ୧୦, ଇଂରାଜୀରେ ୩୧୯ରୁ ୯୭, ଗଣିତରେ ୩୨୧ରୁ ୧୫୫, ପଦାର୍ଥବିଜ୍ଞାନରେ ୩୨୧ରୁ ୧୬୨, ପ୍ରଶିକ୍ଷଣପ୍ରାପ୍ତ ସ୍ନାତକ ଶିକ୍ଷକ ପଦ ମଧ୍ୟରୁ ଇଂରାଜୀରେ ୬୨୮ରୁ ୧୪୮, ହିନ୍ଦୀରେ ୩୧୪ରୁ ୧୭୩, ଗଣିତରେ ୬୨୮ରୁ ୫୩, ଓଡ଼ିଆରେ ୩୧୪ରୁ ୨୬, ସଂସ୍କୃତରେ ୩୧୪ରୁ ୩୬, ଏସ୍‌ଏସ୍‌ଟିରେ ୬୨୮ରୁ ୫୭, କଳା ଶିକ୍ଷକ ୩୧୪ରୁ ୧୦୦, କମ୍ପ୍ୟୁଟର ଶିକ୍ଷକ ୩୧୪ରୁ ୨୩୨, ଖେଳ ଶିକ୍ଷକ ୩୧୫ରୁ ୮୦ ପଦ ଖାଲି ରହିଛି। ୨୦୧୬ ମସିହାରୁ ହିନ୍ଦୀ, ସଂସ୍କୃତ ଏବଂ ସଙ୍ଗୀତ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇନାହିଁ। ଫଳରେ ଓଏଭିରେ ଖାଲି ପଦ ସଂଖ୍ୟା ବଢ଼ିବାରେ ଲାଗିଛି। ବିଜ୍ଞାନଠାରୁ ଭାଷାଭିତ୍ତିକ କୌଣସି ବିଷୟରେ ଶିକ୍ଷକ ନିଯୁକ୍ତିରେ ଗୁରୁତ୍ବ ଦିଆଯାଉ ନାହିଁ। ଅଣଶିକ୍ଷା କ୍ଷେତ୍ର ନିଯୁକ୍ତିରେ ବି ସମାନ ସ୍ଥିତି। କନିଷ୍ଠ କିରାଣି ୩୧୫ରୁ ୧୭୯ ପଦ ଖାଲି ରହିଛି। ଗ୍ରନ୍ଥାଗାରିକ ସମସ୍ତ ୩୧୫ ପଦ ଖାଲିରହିଛି। ଏହି ଖାଲି ପଦଗୁଡ଼ିକରେ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର

Odisha | school

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe