ଭୁବନେଶ୍ୱର: ବିନା ପ୍ରଦୂଷଣ ସାର୍ଟିଫିକେଟରେ ଗାଡ଼ିରେ ତେଲ ପକାଇବା ଉପରେ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) କର୍ତ୍ତୃପକ୍ଷ ରୋକ୍ ଲଗାଇଥିବାବେଳେ ଏହାକୁ ନେଇ ଜନଅସନ୍ତୋଷ ବଢ଼ି ଚାଲିଥିଲା। ଏହାପରେ ପରିବହନ ବିଭାଗ ପକ୍ଷରୁ ଏହାକୁ ଜାନୁଆରି ପହିଲା ପର୍ଯ୍ୟନ୍ତ କୋହଳ କରାଯାଇଥିଲା। କିନ୍ତୁ ରାଜ୍ୟରେ ପଲ୍ୟୁସନ ସାର୍ଟିଫିକେଟ୍ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବାରୁ ବିଭିନ୍ନ ମହଲରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଡ଼ା ବିରୋଧ କରାଯାଇଥିଲା।
Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ
ଏହାପରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ କଟକଣାକୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ଯାନଗୁଡ଼ିକ ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏହାସହ କୁହାଯାଇଛି ଯେ ଫେବ୍ରୁଆରି ୧ ପୂର୍ବରୁ କୌଣସି ପେଟ୍ରୋଲ୍ ପମ୍ପରେ କାହାକୁ ବି ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ। ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହେବ।
Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ
Follow Us