କେନ୍ଦୁଝର: ଅପରେସନ୍ ଗୋରକ୍ଷାରେ କେନ୍ଦୁଝର ପୁଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି। ଗୋରୁ ମାଫିଆଙ୍କର ଆହୁରି ୨୫ଟି ଆକାଉଣ୍ଟ ଓ ୩୫ଟି ଲକର୍ ଠାବ ହୋଇଛି। ସମସ୍ତ ଲକର୍ ଖୋଲାଗଲେ ଓ ଆକାଉଣ୍ଟରେ ହୋଇଥିବା କାରବାରର ଖୋଳତାଡ଼ ହେଲେ ଗୋରୁ ମାଫିଆଙ୍କ ସିଣ୍ଡିକେଟ୍ର ଆର୍ଥିକ ସାମ୍ରାଜ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି। ଅପରେସନ୍ ଗୋରକ୍ଷାରେ ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ସେମାନଙ୍କର ୧୪୬ଟି ଆକାଉଣ୍ଟ ଠାବ କରିଥିଲା। ଏବେ ଆହୁରି ୨୫ଟି ଆକାଉଣ୍ଟ ଠାବ ହେବା ପରେ ମୋଟ ଆକାଉଣ୍ଟ ସଂଖ୍ୟା ୧୭୧ରେ ପହଞ୍ଚିଛି। ସେଗୁଡ଼ିକୁ ଅଚଳ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସେହିପରି ଗତକାଲି ସୁଦ୍ଧା ୨୫ଟି ଲକର୍ ଠାବ କରାଯାଇ ସେଗୁଡ଼ିକୁ ଜବତ କରାଯାଇଥିଲା। ଆଜି ବିଭିନ୍ନ ବ୍ୟାଙ୍କରେ ଆହୁରି ୩୫ଟି ଲକର୍ ଥିବା ପୁଲିସ ଖବର ପାଇଛି। ମୋଟ ୬୦ଟି ଲକର୍କୁ ଜବତ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ଲକର୍ରେ ଥିବା ଟଙ୍କା, ଗହଣା ଓ କାଗଜପତ୍ର ସମ୍ପର୍କିତ ତଥ୍ୟ ପୁଲିସର ହସ୍ତଗତ ହେବ।
Good News: ଅସହାୟ ବୃଦ୍ଧଙ୍କ ଶବଦାହ କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ
ଗତ ଅଗଷ୍ଟ ୧୧ ତାରିଖ ଭୋର ସମୟରେ ୪ଟି ଗାଡ଼ିରେ ତେଲକୋଇ କାଳିଆହତା ପଟୁ ହରିଚନ୍ଦନପୁର ଆଡ଼କୁ ଗୋରୁ ବୋଝେଇ ଗାଡ଼ି ଯାଉଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍ ଗୋରୁ ଗାଡ଼ିଗୁଡ଼ିକୁ ହରିଚନ୍ଦନପୁର ଥାନା ପିଠାଗୋଳା କାଦୁଆ ଗାଁ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା। ପୁଲିସ ଉପରକୁ ମାଫିଆମାନେ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ସେତେବେଳେ ଗୁରୁତର ହୋଇଥିଲା ଗୋରୁ ଚାଲାଣର ମୁଖ୍ୟ କାର୍ପଟଦାର ଘଟଗାଁ ଥାନା ସାମନ୍ତରାପୁର ଗ୍ରାମର ଆରିକ ଖାନ୍। ଏହା ପୂର୍ବରୁ ଏସ୍ଟିଏଫ୍ ଦେବଗଡ଼ ଆଡୁ ଆସୁଥିବା ଏକ ଗୋରୁ ବୋଝେଇ କଣ୍ଟେନର୍କୁ କେନ୍ଦୁଝର ଜୁଡ଼ିଆ ଘାଟି ପାଖରେ ଗୁଳିମାଡ଼ କରି ଅଟକାଇବାରେ ସମର୍ଥ ହୋଇଥିଲା।
Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍ଆଇଭି ପଜିଟିଭ୍
ପାଲଲହଡ଼ାଠାରୁ ଆରମ୍ଭ କରି ବମ୍ବେ ଛକ ଦେଇ କୋଲକାତା ପର୍ଯ୍ୟନ୍ତ ଜାତୀୟ ରାଜପଥ ଗୋଚାଲାଣର ସୁରକ୍ଷିତ କରିଡର୍ ପାଲଟିଛି। ଅନୁଗୁଳ, ପାଲଲହଡ଼ା, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଛାମୁଣ୍ଡା, ବେଲଦା ହାଟରୁ ନିୟମିତ ଗୋରୁ ଚାଲାଣ ହେଉଛି। ବିଶେଷ କରି କାଞ୍ଜିପାଣି, ଅଞ୍ଜର ଘାଟି ଦେଇ ଜାତୀୟ ରାଜପଥରେ ଗୋରୁ ଚାଲାଣ ହେଉଛି। ଜାତୀୟ ରାଜପଥ କଡ଼ରେ ଜଗମୋହନପୁର ଫାଣ୍ଡି, କାଞ୍ଜପାଣି ଥାନା, ଶୁଆକାଟି ଫାଣ୍ଡି, କେନ୍ଦୁଝର ଟାଉନ ଥାନା, କେନ୍ଦୁଝର ସଦର ଥାନା, ତୁରୁମୁଙ୍ଗା ଥାନା ରହିଛି। ମାତ୍ର ଏହା ପୂର୍ବରୁ ପୁଲିସର ଏଭଳି ବଡ଼ଧରଣର ଚଢ଼ଉ କିମ୍ବା ଅପରେସନ୍ ହୋଇନଥିଲା। ଅପରେସନ୍ ଗୋରକ୍ଷାରେ ଗୋରୁ ମାଫିଆମାନଙ୍କୁ ଗିରଫ କରାଯିବା ସହ ସୂଚନାଦାତା, ସହଯୋଗୀ ଓ ସେମାନଙ୍କୁ ସୁରକ୍ଷା ଦେଉଥିବା ଲୋକଙ୍କୁ ପୁଲିସ ଖୋଜୁଛି।
Follow Us