ଭୁବନେଶ୍ବର: ଲଗାତାର ଦ୍ବିତୀୟ ଦିନ ପାଇଁ ବିଧାନସଭାଅଚଳ ହୋଇଛି। ଧାନ କିଣାରେ ଅବ୍ୟବସ୍ଥାର ସମାଧାନ ପାଇଁ ଅଡ଼ି ବସିଛନ୍ତି ବିରୋଧୀ। ଚାଷୀଙ୍କ ସମସ୍ୟା ସମାଧାନ ନହେଲେ ଗୃହ ଚଳାଇଦେବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି। ଫଳରେ ଗୃହ କାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପ୍ରଥମାର୍ଦ୍ଧରେ ଆଦୌ ହୋଇ ନଥିଲା ବେଳେ ଦ୍ବିତୀୟାର୍ଦ୍ଧରେ ହୋହଲ୍ଲା ଭିତରେ ଗୃହ ଚାଲିଥିଲା। ବିନା ବିରୋଧୀ ଦଳରେ ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦପ୍ରସ୍ତାବଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ।
The name of Ekadashi: ଏକାଦଶୀର ନାଆଁ ଆମଳକୀ
ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସରକାରଙ୍କ ବିରୋଧରେ ନାରାବାଜି କରି ଗୃହ କମ୍ପାଇଥିଲେ। ବିଜେଡି ସଭ୍ୟମାନେ ବ୍ୟାନର ଓ କଂଗ୍ରେସ ସଭ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବାଚସ୍ପତି ପ୍ରଶ୍ନକାଳ ଚଳାଇବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିଲେ। ବାଧ୍ୟ ହୋଇ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
The Berhampur: କଇଁ କଇଁ କାନ୍ଦୁଛି ବ୍ରହ୍ମପୁର ପାଟ
୧୧ଟା ୩୦ରେ ଶୂନ୍ୟକାଳରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀ ବିଧାୟକମାନେ ଗୃହରେ ଜୋରଦାର ବିରୋଧ କରିଥିଲେ। ବିରୋଧୀଙ୍କ ଗର୍ଜନ ଭିତରେ ବାଚସ୍ପତି କିଛି ବିଧାୟକଙ୍କୁ କହିବା ପାଇଁ ଡାକିଥିଲେ। ଜଲେନ ନାଏକ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଦୁଷ୍ମନ୍ତ ସ୍ବାଇଁ ଓ ଅମରେନ୍ଦ୍ର ଦାସ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ତେବେ ବିରୋଧୀଙ୍କ ହୋହଲ୍ଲା ଭିତରେ ତାହା ଶୁଣାଯାଉ ନଥିଲା। ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।
ଅପରାହ୍ଣରେ ବି ସମାନ ସ୍ଥିତି ଦେଖିବାକୁ ମିଳିଲା। ବିରୋଧୀ ବିଧାୟକଙ୍କ ପ୍ରତିବାଦ ଜାରି ରହିଲା। ତେବେ ପ୍ରତିବାଦ ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ବାଚସ୍ପତି ଆଲୋଚନା ପାଇଁ ଶାସକ ଦଳ ସଭ୍ୟଙ୍କୁ ଡାକିଥିଲେ। ପ୍ରାୟ ଏକ ଘଣ୍ଟା ଧରି ବିଜେପି ବିଧାୟକମାନେ ଆଲୋଚନରେ ଭାଗ ନେଇଥିଲେ। ବିରୋଧୀ ବିଧାୟକମାନେ ସରକାରଙ୍କ ବିରୋଧରେ ନାରାବାଜି ଜାରି ରଖିଥିଲେ। ଗୃହ ମଧ୍ୟ ଭାଗରେ ଥିବା ରିପୋର୍ଟସଙ୍କ ଟେବୁଲ୍ ଚାରି ପଟେ ବୁଲିଥିଲେ। ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ତେବେ ମାର୍ଶାଲମାନେ ସେମାନଙ୍କୁ ଅଟକାଇ ଦେଇଥିଲେ। ଶାସକ ଦଳ ସଭ୍ୟମାନେ ଆଲୋଚନା କଲା ପରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ଠିଆ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶାଣିତ ଢଙ୍ଗରେ ବିରୋଧୀଙ୍କ ସମାଲୋଚନା କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିରୋଧୀ ବିଧାୟକମାନେ ଆହୁରି ନାରାବାଜି କରି କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/20/untitled-25-2026-02-20-08-07-11.jpg)