ଭୁବନେଶ୍ୱର: ଧାନ ଅମଳରେ ଓଡ଼ିଶା ଗୋଟିଏ ସମୟରେ ୧୯ ନମ୍ବରରେ ଥିଲାବେଳେ ଆଜି ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୪ରେ ଧାନ କ୍ବିଣ୍ଟାଲ ୧୩୧୦ ଟଙ୍କା ଥିବାବେଳେ ୨୦୨୪ରେ ବିଜେପି ସରକାର ଆସିବା ପରେ ଏହା ୩୧୦୦ ଟଙ୍କା ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୫୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା ଏବଂ ସେତେବେଳେ ୧୩ ହଜାର କୋଟି ଟଙ୍କାର ଧାନ କିଣାଯାଇଥିଲା। ବିଜେପି ସରକାର ଆସିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ଖରିଫ ଓ ରବି ଫସଲକୁ ମିଶାଇ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ୨୭ହଜାର କୋଟି ଟଙ୍କାର ପାଖାପାଖି ୯୨ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଥିଲା।

Advertisment

Out of order: ଲଗାତାର ଦ୍ବିତୀୟ ଦିନ ପାଇଁ ଅଚଳ

The name of Ekadashi: ଏକାଦଶୀର ନାଆଁ ଆମଳକୀ

ଏହାସହ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପିଏମ୍ କିଷାନଓ ସିଏମ୍ କିଷାନ ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହା ହେଉଛି ଚାଷୀ ଭାଇଭଉଣୀଙ୍କ ପ୍ରତି ବିଜେପି ସରକାରର ପ୍ରତିବଦ୍ଧତା। ଏଭଳି ସ୍ଥିତିରେ ଧାନକିଣାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛନ୍ତି। ଧାନକିଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ବିଜେପିି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି, ଆବଶ୍ୟକ ପଡ଼ିଲେ ଚତୁର୍ଥ ପର୍ଯ୍ୟାୟ ଟୋକନ୍‌ ପ୍ରଦାନ କରାଯିବ। ଯେପର୍ଯ୍ୟନ୍ତ ଚାଷୀଙ୍କ ପାଖରେ ଧାନ ରହିଛି, ସେପର୍ଯ୍ୟନ୍ତ ଧାନ କିଣା ଜାରି ରହିବ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି, ଅଶୋକ ମିଶ୍ର, ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।