ନାରାୟଣପାଟଣା: ଧର୍ମ ପରିବର୍ତ୍ତନ ବିବାଦକୁ କେନ୍ଦ୍ର କରି ବୁଧବାର ବିଳମ୍ବିତ ରାତିରେ ନାରାୟଣପାଟଣା ବ୍ଲକ୍ ଗାଦବାଗୁଡ଼ାରେ ଉତ୍ତେଜନା ଦେଖା ଦେଇଛି। ଗାଁରେ ପଶି ପ୍ରାର୍ଥନା ଉଦ୍ୟମ ବେଳେ ଗ୍ରାମବାସୀ ପାଷ୍ଟର ଅଶୋକ ତୁରୁକ ସମେତ ୪ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାରକୁ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ନାରାୟଣପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଷ୍ଟର ସମେତ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାରକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଗତ କିଛି ମାସ ଧରି ଗାଦବାଗୁଡ଼ା ଗାଁରେ ଧର୍ମ ପରିବର୍ତ୍ତନକୁ ନେଇ ବିବାଦ ଲାଗି ରହିଛି। ବିବାଦ ପରେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ୪ ପରିବାର ଗାଁ ବାହାରେ ରହି ଆସୁଛନ୍ତି।
Toilets in all Anganwadis: ମାର୍ଚ୍ଚ ୮ ସୁଦ୍ଧା ସବୁ ଅଙ୍ଗନବାଡ଼ିରେ ଶୌଚାଳୟ: ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି
ନୂଆ ବର୍ଷ ପୂର୍ବ ରାତି (ବୁଧବାର) ଉକ୍ତ ପରିବାର ପୁଣି ଗାଁରେ ପଶି ପ୍ରାର୍ଥନା କରିବା ସହ ଧର୍ମ ପରିବର୍ତ୍ତନ ପାଇଁ କିଛି ପରିବାରକୁ ପ୍ରବର୍ତ୍ତାଉଥିଲେ। ସୂଚନା ପାଇ ଗ୍ରାମବାସୀ ପହଞ୍ଚିବା ପରେ ପରିସ୍ଥିତି ଅଶାନ୍ତ ହୋଇଥିଲା। ପାଷ୍ଟର ସମେତ ୪ ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାରକୁ ଗ୍ରାମବାସୀ ଗାଁ ମୁଣ୍ଡରେ ବାନ୍ଧି ପୁଲିସକୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ୪ ପରିବାର କହିଛନ୍ତି, ଆମେ କୌଣସି ଖରାପ କାମ କରିନୁ। ତଥାପି ଆମକୁ ଗାଁରୁ ବାସନ୍ଦ କରାଯାଇଛି। ବୁଧବାର ରାତିରେ ପାଷ୍ଟରଙ୍କୁ ଡକାଇ ନୂଆବର୍ଷ ପାଇଁ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ଗାଁ ଲୋକେ ମାଡ଼ ମାରିଛନ୍ତି। ଶାନ୍ତି କମିଟି ଗଠନ କରି ବିବାଦର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି।
Olive ridley: ନୀଳ ସମୁଦ୍ରରେ ଅଲିଭ୍ରିଡ୍ଲେ କଇଁଛଙ୍କ ମିଳନ
ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଦବାଗୁଡ଼ା ଗାଁରେ କନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ଜଣେ ପାଷ୍ଟର ଗାଁକୁ ଆସି ଗୋଟିଏ ବଂଶର ୪ ପରିବାରକୁ ମିଛ ପ୍ରତିଶ୍ରୁତି ଦେଇ ଖ୍ରୀଷ୍ଟଧର୍ମ ଗ୍ରହଣ କରାଇଥିଲେ। ପରେ ଗାଁର ଅନ୍ୟ ପରିବାରଗୁଡ଼ିକୁ ଧର୍ମ ପରିବର୍ତ୍ତନ କରିବାକୁ ଉସୁକାଉ ଥିଲେ। ଗାଁ ମୁଣ୍ଡରେ ପ୍ରାର୍ଥନା କରାଇ ଭାଇଚାରା ପରମ୍ପରା ନଷ୍ଟ କରୁଥିଲେ। ଧର୍ମ ପରିବର୍ତ୍ତନକୁ ନେଇ ଲାଗି ରହିଥିବା ଅଶାନ୍ତ ଯୋଗୁ ବର୍ଷକ ମଧ୍ୟରେ ୭ ଗ୍ରାମବାସୀଙ୍କ ମୃତ୍ୟୁ ହେଲାଣି। ଅକାଳ ମୃତ୍ୟୁ ରୋକିବାକୁ ୨୦୨୫ ନଭେମ୍ବର ପ୍ରଥମ ସପ୍ତାହରେ ଗ୍ରାମବାସୀ ଗାଁ ପ୍ରବେଶ ପଥ ସିଲ୍ କରି ଗାଁ ଝାଙ୍କେରୀ ଦେବୀକୁ ପୂଜାର୍ଚ୍ଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/02/untitled-23-2026-01-02-06-53-22.jpg)