Bhubaneswar Airport: ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ: କର୍ଣ୍ଣାଟକରେ ଖର୍ଚ୍ଚ ହେବ ଓଡ଼ିଶାର ଲାଭାଂଶ

Advertisment

ଭୁବନେଶ୍ବର ବିମାନବନ୍ଦର ବହୁବର୍ଷ ହେବ ଲାଭ ଦେଇ ଆସୁଛି। ଏଠାରୁ ଶହ ଶହ କୋଟିର ଲାଭାଂଶ ରାଜକୋଷକୁ ଯାଉଛି। ତଥାପି ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)।

ଭୁବନେଶ୍ବର ବିମାନବନ୍ଦର ବହୁବର୍ଷ ହେବ ଲାଭ ଦେଇ ଆସୁଛି। ଏଠାରୁ ଶହ ଶହ କୋଟିର ଲାଭାଂଶ ରାଜକୋଷକୁ ଯାଉଛି। ତଥାପି ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)।

airport2233

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦର ବହୁବର୍ଷ ହେବ ଲାଭ ଦେଇ ଆସୁଛି। ଏଠାରୁ ଶହ ଶହ କୋଟିର ଲାଭାଂଶ ରାଜକୋଷକୁ ଯାଉଛି। ତଥାପି ଭୁବନେଶ୍ବର ବିମାନବନ୍ଦରକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ(ଏଏଆଇ)। ଏହାର ଲାଭାଂଶରେ ଅନ୍ୟ ବିମାନବନ୍ଦର ପରିଚାଳନା କରିବାକୁ ଯୋଜନା କରିଛି। ଘରୋଇକରଣ ପ୍ରସଙ୍ଗ ଯେବେ ଉଠିଲା, ଏହାର ଲାଭାଂଶ ଓଡ଼ିଶା ଭିତରେ ଓ ଝାରସୁଗୁଡ଼ା ବିମାନବନ୍ଦର ବିକାଶରେ ଖର୍ଚ୍ଚ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏବେ ଭୁବନେଶ୍ବର ବିମାନବନ୍ଦରର ଲାଭାଂଶରେ କର୍ଣ୍ଣାଟକର ହୁବୁଳି ବିମାନବନ୍ଦରର କ୍ଷତିଭରଣା ସହ ଏହାର ଉନ୍ନତୀକରଣ କରିବାକୁ ଯୋଜନା କରାଯାଇଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମିଳୁଥିବା ଲାଭାଂଶ ଅର୍ଥ ଓଡ଼ିଶାରେ ଖର୍ଚ୍ଚ ନ କରି ରାଜ୍ୟ ବାହାର ବିମାନବନ୍ଦର ବିକାଶରେ ଖର୍ଚ୍ଚ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଗତ ୬୪ ବର୍ଷ ଧରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସେବା ଦେଇ ଆସୁଛି ଓ ଅନେକ ସଫଳତା ବି ପାଇଛି। ୨୦୧୩ ଅକ୍ଟୋବର ୩୦ରେ ଏୟାର ଇଣ୍ଡିଆ ଏଠାରୁ ମାଲେସିଆର କ୍ବାଲାଲାମପୁରକୁ ଉଡ଼ାଣ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ସେବାର ଶୁଭାରମ୍ଭ କରିଥିଲା।  

Football: ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା: ଭାଗନେବେ ୮ ଦଳ

ପୂର୍ବରୁ ଝାରସୁଗୁଡ଼ା ବିମାନବନ୍ଦର ବିକାଶରେ ଖର୍ଚ୍ଚ ଯୋଜନା ଥିଲା
୨୦୨୪-୨୫ ବର୍ଷରେ ୪୮.୩୮ଲକ୍ଷ ଯାତ୍ରୀ, ମିଳିଛି ୧୦୦ କୋଟି ଲାଭ

ଏବେ ଯାତ୍ରୀ ସଂଖ୍ୟା ବହୁଗୁଣା ହୋଇଛି। ‌ଦେଶର ଏହା ଏକ ଲାଭଜନକ ଓ ପୂର୍ବ ଭାରତର ଅଧିକ ସେବା ପ୍ରଦାନକାରୀ ବିମାନବନ୍ଦର ଭାବେ ପରିଗଣିତ ହେଉଛି। ସୂଚନା ମୁତାବକ, ୨୦୨୪-୨୫ ଆର୍ଥିକ ବର୍ଷରେ ୪୮.୩୮ ଲକ୍ଷ ଯାତ୍ରୀଙ୍କୁ ବିମାନବନ୍ଦର ସେବା ଦେଇଛି ଓ  ପ୍ରାୟ ୧୦୦ କୋଟି ଟଙ୍କା ଲାଭ ମିଳିଛି। ଟିକସକୁ ମିଶାଇଲେ ଏହି ପରିମାଣ ଆହୁରି ଅଧିକ ହେବ। ୯.୧ ହଜାର ‌ମେଟ୍ରିକ ଟନ୍‌ ମାଲ୍‌ ପରିବହନ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୧୪୦ କୋଟି ଟଙ୍କାର ଲାଭ ଆଶା କରାଯାଇଛି। ୨୦୧୯ରେ ଯେବେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହ ଦେଶର ୨୫ଟି ବିମାନବନ୍ଦରର ଘ‌ରୋଇକରଣ କରିବାକୁ ଯୋଜନା କରାଯାଇଥିଲା, ସେବେ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ଉଭୟ ବିଜେଡି ଓ କଂଗ୍ରେସ ଏହାର ଦୃଢ଼ ବିରୋଧ କରିଥିଲେ। ୨୦୨୪ରେ ବିଜେଡି ସାଂସଦ ନିରଞ୍ଜନ ବିଶି ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ। ଉତ୍ତମ ପରିଚାଳନା, ଘରୋଇ କ୍ଷେତ୍ରର ଦକ୍ଷତା ଓ ନିବେଶକୁ ଉପଯୋଗ କରିବା ଲାଗି ବିମାନବନ୍ଦର ଘରୋଇକରଣ କରାଯାଉଥିବା ତତ୍କାଳୀନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜବାବ ରଖିଥିଲେ। ଏବେ ଭୁବନେଶ୍ବର ବିମାନବନ୍ଦର ସହ କର୍ଣ୍ଣା‌ଟକର ହୁବୁଳି ବିମାନବନ୍ଦରକୁ ମିଶାଇ ଘରୋଇକରଣର ବିଡିଂ କରିବାକୁ ଯୋଜନା କରାଯାଇଛି। ଚଳିତବର୍ଷ ଏପ୍ରିଲ ସୁଦ୍ଧା ଭୁବନେଶ୍ବର ସହ ୧୧ଟି ବିମାନବନ୍ଦରର ବିଡିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ବିରୋଧର ସ୍ବର ଉଠିଛି।

Jharigaon Cremation : ବଦଳିବ ଝରିଗାଁ ଶ୍ୱଶାନର ରୂପରେଖା ସମସ୍ତଙ୍କ ସହଯୋଗରେ ଚାଲିଛି ଉନ୍ନତିକରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe