ଭୁବନେଶ୍ବର : ଦୀର୍ଘ ଦିନ ପରେ ମାସିକ ଓ ତ୍ରୈମାସିକ ‌ଟିକେଟ୍‌ ପୁନଃ ପ୍ରଚଳନ ଦିଗରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ। ‘ସମ୍ବାଦ’ରେ ଏ ନେଇ ବାରମ୍ବାର ଖବର ପ୍ରକାଶ ସହ ଯାତ୍ରୀଙ୍କ ଅସୁବିଧାକୁ ସାମ୍ନାକୁ ଆଣିବା ପରେ ୬ଟି ସ୍ବତନ୍ତ୍ର ଟ୍ରେନ୍‌ ପାଇଁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୈନିକ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ଆଜିଠାରୁ ୬ଟି ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମ୍‌ଏସ୍‌ଟି) ଓ ତ୍ରୈମାସିକ ସିଜିନ ଟିକେଟ୍(କ୍ୟୁଏସ୍‌ଟି) ସହ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।

Advertisment

ଏହି ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ(୦୮୪୨୮/୦୮୪୨୭), ଖୋର୍ଦ୍ଧାରୋଡ୍-କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍ ବିଶେଷ ଟ୍ରେନ(୦୮୪୫୬/୦୮୪୫୫), ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ବିଶେଷ ଟ୍ରେନ(୦୮୫୨୨/୦୮୫୨୧), ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ବିଶେଷ ଟ୍ରେନ(୦୮୫୨୮/୦୮୫୨୭), ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ବିଶେଷ ଟ୍ରେନ(୦୮୨୬୩/୦୮୨୬୪) ଓ ବିଶାଖାପାଟଣା-କାକିନଡ଼ା ବନ୍ଦର-ବିଶାଖାପାଟଣା ବିଶେଷ ଟ୍ରେନ(୦୭୨୬୬/୦୭୨୬୫)।