AI Impact Summit: ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ: ‘ଏଆଇ ଚାଳିତ ଓଡ଼ିଶାର ମୂଳଦୁଆ ଗଢ଼ୁଛୁ’

Advertisment

ଆମେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ କରୁନାହୁଁ। ଏଆଇ ଚାଳିତ ଓଡ଼ିଶା ପାଇଁ ମୂଳଦୁଆ ଗଢ଼ୁଛୁ ବୋଲି ରାଜ୍ୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଆୟୋଜିତ ଆଞ୍ଚଳିକ ଏଆଇ ଇମ୍ପାକ୍ଟ....

ଆମେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ କରୁନାହୁଁ। ଏଆଇ ଚାଳିତ ଓଡ଼ିଶା ପାଇଁ ମୂଳଦୁଆ ଗଢ଼ୁଛୁ ବୋଲି ରାଜ୍ୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଆୟୋଜିତ ଆଞ୍ଚଳିକ ଏଆଇ ଇମ୍ପାକ୍ଟ....

fshfshhfxbbbv

ଭୁବନେଶ୍ବର: ଆମେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ଗ୍ରହଣ କରୁନାହୁଁ। ଏଆଇ ଚାଳିତ ଓଡ଼ିଶା ପାଇଁ ମୂଳଦୁଆ ଗଢ଼ୁଛୁ ବୋଲି ରାଜ୍ୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ଆୟୋଜିତ ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ଆଭାସୀ ମାଧ୍ୟରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଲେ ତାହା ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସେବା ପ୍ରଦାନ ତ୍ବରାନ୍ବିତ କରିବ ଓ ନାଗରିକମାନଙ୍କୁ ସଶକ୍ତ କରିବ। 

Horoscope 2025 December 20: ଜାଣନ୍ତୁ ଆଜିର ରାଶିଫଳ

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ ସ୍ଥାନୀୟ ଭାଷା ଲାର୍ଜ ଲାଙ୍ଗୁଏଜ ମଡେଲ୍ (ଏଲ୍‌ଏଲ୍‌ଏମ୍‌)କୁ ନେଇ ମୁଁ ବେଶ୍ ଉତ୍ସାହିତ ରହିଛି ଯାହା ନିଶ୍ଚିତ କରିବ ଯେ ଭାଷା ଆଉ ପ୍ରତିବନ୍ଧକ ହେବନାହିଁ। ସେ ଇଣ୍ଡିଆଏଆଇ ଇମ୍ପାକ୍ଟ ସମ୍ମିଳନୀର ତିନି ସୂତ୍ର ଲୋକ, ଗ୍ରହ ଓ ପ୍ରଗତି ଓ ସାତ ଚକ୍ର ଉପରେ ଆଲୋକପାତ କରିଥିଲେ। ଏଆଇ କ୍ଷେତ୍ରରେ ରାଜ୍ୟ ସରକାର ଓପନ୍‌ଏଆଇ, ୱାଧୱାନି ଏଆଇ, ସର୍ବମ ଏଆଇ ଓ ଟିସିଏସ୍‌ ସହ ସହଯୋଗିତା ହୋଇଥିବା ସମ୍ପର୍କରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ସୂଚନା ଦେଇଥିଲେ। ଏଆଇ ଚାଟ୍‌ବଟ୍‌ ସୁଶାସନ ସହାୟକ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। 

ଓପନ୍‌ଏଆଇ, ୱାଧୱାନି ଏଆଇ ସହ ସହଯୋଗିତା
ଆଞ୍ଚଳିକ ଏଆଇ ଇମ୍ପାକ୍ଟ ସମ୍ମିଳନୀ

କାର୍ଯ୍ୟକ୍ରମରେ ଓଡ଼ିଶା ଭିଜନ ୨୦୪୬ ଏଆଇ ଜୋନ୍ ଉନ୍ମୋଚନ କରାଯାଇଛି ଯାହା ପରିଦର୍ଶକମାନଙ୍କୁ ଓଡ଼ିଶାର ଏଆଇ ଭବିଷ୍ୟତର ଝଲକ ଦେଖାଉଛି। ସ୍ବାସ୍ଥ୍ୟସେବା, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ପ୍ରଶାସନ ଓ ନାଗରିକ ସେବାରେ ହୋଇଥିବା ରୂପାନ୍ତରଣକୁ ତାହା ପ୍ରଦର୍ଶିତ କରୁଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଦୀପ ଶ୍ରୀବାସ୍ତବ, ଇଜିପ୍ଟର ଏଆଇ ପ୍ରଶାସନ ବିଶେଷଜ୍ଞ ଡକ୍ଟର ଅହମ୍ମଦ ହେଫନାୱେ, ନିତି ଫ୍ରଣ୍ଟିୟର ଟେକ୍ ହବ୍‌ର ଚିଫ୍ ଆର୍କିଟେକ୍ଟ ଦେବଯାନି ଘୋଷ, ମୁଖ୍ୟ ସଚିବ ମନୋଜ ଆହୁଜା, ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା, ଉତ୍ତରପ୍ରଦେଶ ଆଇଟି ବିଭାଗର ପ୍ରମୁଖ ସଚିବ ଅନୁରାଗ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

India vs South AfricaT20I: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୦ ରନ୍‌ରେ ଜିତିଲା ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe