ଦାମୋଦର ନାୟକ
ମହୀଧରପୁର: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ନିକଟରେ ବହି ଯାଉଥିବା ମାତେଳିଆ ନାଳ ଏବେ ସୁରକ୍ଷା ଲୋଡ଼ୁଛି। ଏକଦା ଆଖପାଖ ଅଞ୍ଚଳର ୨୦ଟି ଗାଁର ଜୀବନରେଖା ପାଲଟିଥିଲା ଏହି ନଈ। ସ୍ନାନ, ଜଳସେଚନ, ପାନୀୟଜଳ ପ୍ରଭୃତି ପାଇଁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରୁଥିଲେ। ଏବେ ଏହି ନଈଟି ଅସ୍ତିତ୍ବ ହରାଇବାକୁ ବସିଲାଣି। ମାତେଳିଆର ଗର୍ଭ ପୋତି ହୋଇଯିବା ସହିତ ଅନାବନା ଗଛଲତା ଉଠି ଜଙ୍ଗଲ ସୃଷ୍ଟି ହେଲାଣି। ଜଳ ଉତ୍ସର ପୁନରୁଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଉ ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ କନ୍ତାମିଲା ଧୋବଣୀନନ୍ଦର ପାଖ ଜଙ୍ଗଲରୁ ମାତେଳିଆ ନଈର ଉତ୍ପତ୍ତି। ହିନ୍ଦୋଳ ବ୍ଲକ୍ର ବାଉଁଶପୋଖରୀ, କର୍ଣ୍ଣପୁର, ବରଡ଼ାପାଳ, ବଅଁରପାଳ ବ୍ଲକ୍ର ସେରେଣାବେଡ଼ା, ମହୀଧରପୁର, ଖନ୍ଦାନାଳୀ, ନାଉପାଳ, ତଳମୂଳ, ଶିମିଳିଛୁଇଁ ଅଞ୍ଚଳରେ ପ୍ରବାହିତ ହୋଇ ତଳମୂଳଠାରୁ କିଛି ଦୂର ରଙ୍କାସିଙ୍ଗାଠାରେ ବଉଳି ନାଳ ସହିତ ମିଶିଛି। ପାଖାପାଖି ୨୦ କିଲୋମିଟର ଲମ୍ବିଥିବା ଏହି ନଈ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ୨୦ଟି ଗାଁର ୫୦ ହଜାରରୁ ଅଧିକ ଲୋକଙ୍କ ପାଇଁ ବରଦାନ ସଦୃଶ ଥିଲା। ମହୀଧରପୁର ଗାଁର ବରିଷ୍ଠ ନାଗରିକ ଗୁଣନିଧି ନାୟକ (୭୨), କପିଳ ପ୍ରଧାନ (୭୯)ଙ୍କ କହିବା ଅନୁଯାୟୀ, ୨୫ରୁ ୨୭ ବର୍ଷ ତଳେ ମାତେଳିଆ ନାଳ ଉପରେ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ଥିଲେ। ଶୁଦ୍ଧିକ୍ରିୟା, ନିତ୍ୟକର୍ମଠାରୁ ଆରମ୍ଭ କରି ପାନୀୟଜଳ, ବିଭିନ୍ନ ପୂଜା, ବିବାହ, ବ୍ରତଘର ପାଇଁ ଏଠାରୁ ପାଣି ନିଆଯାଉଥିଲା। ନାଳରୁ ପାଣି ଉତ୍ତୋଳନ କରି ଆଖପାଖ ଅଞ୍ଚଳର ଜମିଗୁଡ଼ିକରେ ପନିପରିବା, ଚିନାବାଦାମ, ଡାଲିଜାତୀୟ ଫସଲ କରାଯାଉଥିଲା।
Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତାର ଶିକାର
ଏଥିପାଇଁ ବିଭିନ୍ନ ସ୍ଥାନରେ ନାଳକୂଳରେ ୧୦ରୁ ଅଧିକ ଉଠାଜଳସେଚନ ପଏଣ୍ଟ ସ୍ଥାପିତ ହୋଇଥିଲା। ନାଳ ପାଖରେ ଚୁଆ ଖୋଳି ଲୋକେ ପାନୀୟ ଜଳ ସଂଗ୍ରହ କରୁଥିଲେ। ସମୟକ୍ରମେ ନାଳ ପୋତି ହୋଇଯିବା ଯୋଗୁଁ ଏହି ସବୁ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି। ପୂର୍ବ ପରି ବର୍ଷ ସାରା ଏହି ନାଳରେ ଆଉ ପାଣି ରହୁନାହିଁ। ଫଳରେ ନାଳକୂଳରେ ଥିବା ଜମିଗୁଡ଼ିକରେ ଚାଷ ହୋଇ ପାରୁନାହିଁ। ମାତେଳିଆ ନାଳର ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
River | Odisha | anugol
Follow Us