କଟକ: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। ଆଜି ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ଗୀତା ପଟ୍ଟନାୟକଙ୍କ ମାଉସୀଙ୍କ ପୁଅ ତଥା ପିଲାଦିନୁ ତାଙ୍କ ଘରେ ରହୁଥିବା ସାରଦା ପାତ୍ର ମୁଖାଗ୍ନି ଦେଇଛନ୍ତି। ମେୟର ସୁବାସ ସିଂହ, ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସ, ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ସହ ଅନେକ ଶୁଭେଚ୍ଛୁ ଓ ଆତ୍ମୀୟ ସ୍ବଜନ ତାଙ୍କ ବାସଭବନ ଓ ସତୀଚଉରା ଶ୍ମଶାନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Barrage: ଦୟାନଦୀରେ ନିର୍ମାଣ ହେବ ବ୍ୟାରେଜ୍
କିନ୍ତୁ ଏହି ସମୟରେ ଘଟିଥିବା ଏକ ଅପ୍ରୀତିକର ଘଟଣା ଆଜି ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି। ସ୍ବର୍ଗତ ଗୀତା ପଟ୍ଟନାୟକଙ୍କୁ ଗାର୍ଡ ଅଫ୍ ଅନର ଦେବା ପାଇଁ ପୁଲିସ ଟିମ୍ ସାଇବର ଥାନା ପାଖରେ ପହଞ୍ଚିଥିଲା। ଗାର୍ଡ ଅଫ୍ ଅନର ପାଇଁ କୌଣସି ଲିଖିତ ନିର୍ଦ୍ଦେଶ ଆସି ନ ଥିଲେ ବି ମୌଖିକ ଭାବେ ଆଲୋଚନା ହୋଇଥିବାରୁ ପୁଲିସ ଆଗୁଆ ପ୍ରସ୍ତୁତ ହୋଇ କାଫଲା ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗାର୍ଡ ଅଫ୍ ଦିଆଯିବ ବୋଲି ସମସ୍ତେ ଅପେକ୍ଷା କରି ରହିଥିଲେ। କିନ୍ତୁ ପ୍ରାୟ ୨ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ କୌଣସି ନିର୍ଦ୍ଦେଶ ନ ଆସିବାରୁ ପୁଲିସ ବ୍ୟାଣ୍ଡ ଟିମ୍ ସେଠାରୁ ଫେରିଥିଲା।
Picture: ପୌରପାଳିକାରେ ଅପନ୍ତରା ଗାଁର ଚିତ୍ର
ଏ ସଂପର୍କରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ତେବେ ଗାର୍ଡ ଅଫ୍ ଅନର ଦେବାକୁ ପୁଲିସ ଟିମ୍କୁ କିଏ ଓ କାହିଁକି ଡକାଇଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ଗାର୍ଡ ଅଫ୍ ଅନର ଦିଆଯିବା ନିଷ୍ପତ୍ତି ଗୃହ ବିଭାଗର। ଏଥିରେ ଜିଲ୍ଲା ପ୍ରଶାସନ କିମ୍ବା ମାଜିଷ୍ଟ୍ରେଟ୍ଙ୍କ କୌଣସି କ୍ଷମତା ନାହିଁ। ସରକାରଙ୍କ ପକ୍ଷରୁ ଆମ ପାଖକୁ ଏ ସଂକ୍ରାନ୍ତରେ କୌଣସି ସୂଚନା ଆସି ନଥିଲା। ସୂଚନାଯୋଗ୍ୟ, ଗତ ଗୁରୁବାର ‘ସମ୍ବାଦ ସାହିତ୍ୟ ପକ୍ଷ’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସେ ଅସୁସ୍ଥ ହୋଇଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍କୁ ଅଣାଯାଇଥିଲା। ଜୀବନ ସହ ସଂଗ୍ରାମ କରିବା ପରେ ରବିବାର ସନ୍ଧ୍ୟା ୬ଟା ୧୮ ମିନିଟ୍ରେ ତାଙ୍କର ପରଲୋକ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/17/untitled-5-2026-02-17-07-53-05.jpg)