Statewide National Voter Day: ରାଜ୍ୟସ୍ତରୀୟ ଜାତୀୟ ମତଦାତା ଦିବସ: ୭.୫% ମତଦାତାଙ୍କ ନାମ ୨୦୨୫ ତାଲିକାରେ ନାହିଁ

Advertisment

ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। କିଭଳି ଅଧିକରୁ ଅଧିକ ମତଦାନ ହେଇପାରିବ ସେଦିଗରେ ପଦକ୍ଷେପ ନେବା ସହ ସହରାଞ୍ଚଳ ଭୋଟ ହାର ବଢ଼େଇବାକୁ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଛନ୍ତି।

ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। କିଭଳି ଅଧିକରୁ ଅଧିକ ମତଦାନ ହେଇପାରିବ ସେଦିଗରେ ପଦକ୍ଷେପ ନେବା ସହ ସହରାଞ୍ଚଳ ଭୋଟ ହାର ବଢ଼େଇବାକୁ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଛନ୍ତି।

fhsffhsfhsxvb

ଭୁବନେଶ୍ବର: ରାଜ୍ୟ ତଥା ଦେଶର ଭୋଟର ସଚେତନ ରହି ନିରପେକ୍ଷ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ। କିଭଳି ଅଧିକରୁ ଅଧିକ ମତଦାନ ହେଇପାରିବ ସେଦିଗରେ ପଦକ୍ଷେପ ନେବା ସହ ସହରାଞ୍ଚଳ ଭୋଟ ହାର ବଢ଼େଇବାକୁ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ କହିଛନ୍ତି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ୧୬ତମ ଜାତୀୟ ମତଦାତା ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପାଢ଼ୀ କହିଲେ, ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ୱରରେ ୪୫%ରୁ କମ୍‌ ମତଦାନ ହୋଇଥିଲା। ଆଗାମୀ ନିର୍ବାଚନରେ ଏହା କିଭଳି ଅଧିକ ହେଇପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ହେବ। ଯେଉଁମାନଙ୍କ ବୟସ ୧୮ ବର୍ଷ ହେଇଥିବ ସେମାନେ ଭୋଟର ତାଲିକାରେ ନିଶ୍ଚିତ ନାମ ପଞ୍ଜୀକରଣ କରନ୍ତୁ। ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଭାଗନେଇ ନିଜର ନାମକୁ ଭୋଟର ତାଲିକାରେ ନିଶ୍ଚିତ କରାନ୍ତୁ। ଦ୍ବୈତ କିମ୍ବା ଡୁପ୍ଲିକେଟ ଭୋଟର ହେବାରୁ ନିବୃତ୍ତ ରୁହନ୍ତୁ। ଓଡ଼ିଶାରେ ଏସ୍‌ଆଇଆର ଆରମ୍ଭ ନେଇ ୩୦ଟି ଜିଲ୍ଲାର ୩୦ଟି ପଞ୍ଚାୟତରେ ଏସ୍‌ଆଇଆରର ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଥିଲୁ। ଯେଉଁମାନେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୭.୫ ପ୍ରତିଶତଙ୍କ ନାମ ୨୦୨୫ ଭୋଟର ତାଲିକାରେ ନାହିଁ। ନିର୍ବାଚନ ପୂର୍ବରୁ ପ୍ରକାଶ ପାଉଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ନାମ ନଥିଲେ ତୁରନ୍ତ ଆବେଦନ ମାଧ୍ୟମରେ ଯୋଡ଼ି ହେବାକୁ ସେ ପରାମର୍ଶ ଦେଇଥିଲେ।

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌ଏସ୍‌ ଗୋପଳନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଭୋଟରଙ୍କୁ ଅଭିନନ୍ଦନ ଜଣାଇ ଦେଶ ପାଇଁ ଯାହା ଦରକାର ସେମାନେ ନିରପେକ୍ଷ ମତଦାନ କରିବାକୁ ଆହ୍ବାନ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା  ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ ଯୋଗଦେଇ ନୂତନ ଭୋଟରଙ୍କ କାନ୍ଧରେ ରାଷ୍ଟ୍ରର ଭାର ନ୍ୟସ୍ତ ହୋଇଛି ବୋଲି କହିଥିଲେ। ଏହି ଅବସରରେ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢ଼ୀ ୮ଜଣ ନୂତନ ଯୁବ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ସେହିପରି ଇସିଆଇ ପିଡବ୍ଲୁଡି ଆଇକନ୍‌ କମଳାକାନ୍ତ ନାୟକ ଓ ଷ୍ଟେଟ ଆଇକନ୍‌ ତଥା ସମାଜସେବୀ ସାଧନା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାମ ମନ୍ଦିର ଛକରୁ ଲୋକସେବା ଭବନ ପର୍ଯ୍ୟନ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପଦଯାତ୍ରା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ରିଲ୍ସ, ସ୍ଲୋଗାନ, ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଛି।

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe