Strategy for AI infrastructure in Odisha: ଓଡ଼ିଶାରେ ଏଆଇ ଭିତ୍ତିଭୂମି ପାଇଁ ରଣନୀତି: ‘ସର୍ଭମ୍‌’ ସହ ହାତ ମିଳାଇବେ ସରକାର

Advertisment

ଭିଜନ୍‌ ୨୦୨୬ ଓ ଭିଜନ୍‌ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍‌ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍‌’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି।

ଭିଜନ୍‌ ୨୦୨୬ ଓ ଭିଜନ୍‌ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍‌ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍‌’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି।

AIIIIIIIII

Photograph: (The Hans India)

ଭୁବନେଶ୍ବର: ଭିଜନ୍‌ ୨୦୨୬ ଓ ଭିଜନ୍‌ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍‌ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍‌’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି। ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ବିଭିନ୍ନ ଡାଟା ପ୍ଲାଟଫର୍ମର ସୁରକ୍ଷାକୁ ନେଇ ଏକ ଏଆଇ ଭିତ୍ତିଭୂମି ପ୍ରତିଷ୍ଠା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ଏଆଇରେ ଓଡ଼ିଶା ସଂପର୍କିତ ସୁରକ୍ଷିତ ତଥ୍ୟ, ଏଆଇ ମଡେଲ ୍‌ଓ ଗୁଇନ୍ଦା ବ୍ୟବସ୍ଥା ତଥ୍ୟ ଯେପରି ତ୍ରୁଟିଶୂନ୍ୟ ହେବ ତାହାକୁ ଗୁରୁତ୍ବ ଦିଆଯାଇଛି।

ଓଡ଼ିଶା ସଂପର୍କିତ ‘ତ୍ରୁଟିଶୂନ୍ୟ’ ତଥ୍ୟ ଉପରେ ଗୁରୁତ୍ବ

ସରକାରଙ୍କ ସବୁ ବିଭାଗ ପାଇଁ ଏହା ଏକ ସର୍ବସାଧାରଣ ଉତ୍ସଭାବେ କାର୍ଯ୍ୟ କରିବ। ସେହିପରି ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଇ-ଗଭର୍ଣ୍ଣାନ୍‌ସ ଓ ସର୍ବସାଧାରଣ ସୁରକ୍ଷା ଭଳି କ୍ଷେତ୍ରରେ ଜନସଂଖ୍ୟା ଆଧାରିତ ଓ ଏଆଇ ଭଏସ୍‌ ବା ସ୍ବର ଥିବା ଏଆଇ ଆପ୍ଲିକେସନ୍‌ର ପ୍ରୟୋଗ ନେଇ ଆଲୋଚନା ହୋଇଛି। ଯାହାଫଳରେ ସାଧାରଣ କର୍ଥାବାର୍ତ୍ତା(କନ୍‌ଭରସେସନାଲ‌୍ ଇଣ୍ଟରଫେସ୍‌) ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ, ଆଦିବାସୀ ଓ ସ୍ବଳ୍ପ ଶିକ୍ଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିପାରିବ। ଏହାସହ ସରକାରୀ ଅଧିକାରୀଙ୍କ ତାଲିମ, ପ୍ରୟୋଗାତ୍ମକ ଗବେଷଣା, ସ୍ଥାନୀୟ ବୈଷୟିକ ପ୍ରତିଭାର ବିକାଶ ସହ ସରକାରୀ ପ୍ରତିଷ୍ଠାନ ଗୁଡ଼ିକର କ୍ଷମତା ବୃଦ୍ଧିକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଆସନ୍ତା ଫେବ୍ରୁଆରି ୫ ଓ ୬ରେ ହେବାକୁ ଥିବା ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀରେ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ କରିବାର କାର୍ଯ୍ୟକ୍ରମ ରହିଛି। 

Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ଚତୁର୍ଥ ରାଉଣ୍ଡ୍‌ରେ ସିନ୍ନର, ଜୋକୋଭିକ୍‌

ଆଲୋଚନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଓଡ଼ିଶା ଏଭଳି ଏକ ମଡେଲ୍‌ ଅନୁସରଣ କରିବା ଦରକାର, ଯେଉଁଥିରେ ଆମେ କେବଳ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ନାହିଁ ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା। ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, କୃଷି ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଏଆଇର ଏକ ବଡ଼ ଭୂମିକା ରହିଛି। ଏହା ଆଗଧାଡ଼ିର କର୍ମଚାରୀଙ୍କ ଉପରେ ବୋଝକୁ ହ୍ରାସ କରି ଜୀବନଜୀବିକାର ମାନ ବୃଦ୍ଧି ଓ କଲ୍ୟାଣ ଆଣିପାରିବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ପ୍ରଯୁକ୍ତିବିଦ୍ୟା ବିଶେଷକରି ଏଆଇରେ ଓଡ଼ିଶା ଏକ ଅଗ୍ରଣୀ ଭୂମିକା ପାଇଁ ଏହା ପ୍ରକୃଷ୍ଟ ସମୟ। ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର, ଆଇଟି ପ୍ରମୁଖ ସଚିବ ବିଶାଳ ଦେବ ଓ ସର୍ଭମର ସହ ପ୍ରତିଷ୍ଠା ପ୍ରତ୍ୟୁଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe