ବିଷମକଟକ: ସ୍ଥାନୀୟ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଖେଳ ଅନ୍ୟ ଛାତ୍ରଙ୍କ ପାଇଁ ସାଂଘାତିକ ପରିଣତି ହୋଇଛି। ନିଆଁରେ ପୋଡ଼ିହୋଇ ୪ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଶିକ୍ଷକମାନେ ଛାତ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ଅପରାହ୍ଣ ପ୍ରାୟ ୩ଟାରେ କିଛି ଛାତ୍ର ବିଦ୍ୟାଳୟ ବାହାରକୁ ପରିସ୍ରା କରିବାକୁ ଯାଇଥିଲେ। ସେଥିରୁ ଜଣେ ଛାତ୍ର ହଠାତ୍ ଅନ୍ୟମାନଙ୍କ ଉପରେ ଥିନର୍ ପକାଇଥିଲା। କେହି କିଛି ବୁଝିବା ପୂର୍ବରୁ ଦିଆସିଲି ଲଗାଇ ଦେଇଥିଲା। ଯାହାଫଳରେ ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଓ ପଞ୍ଚମ ଶ୍ରେଣୀ ଛାତ୍ର ସୁଦାବ ବାଘଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ହୁତ୍ହୁତ୍ ହୋଇ ଛାତ୍ରମାନେ ଜଳିବା ଆରମ୍ଭ କରିଥିଲେ। ଖବର ପାଇ ବିଦ୍ୟାଳୟର କିଛି ଶିକ୍ଷକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଛାତ୍ରଙ୍କୁ ଉଦ୍ଧାର କରି ତୁରନ୍ତ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
E-KYC: ଏମ୍ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍
ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ବିରାଜ ଟାକ୍ରିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ବିଦ୍ୟାଳୟରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। କେଉଁ ପରିସ୍ଥିତିରେ ଏତେବଡ଼ ଅଘଟଣ ହେଲା ସ୍ପଷ୍ଟ ହୋଇପାରିନି। ଏନେଇ ପ୍ରଧାନଶିକ୍ଷକ ଚନ୍ଦନ କଲକାଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମୟରେ ବିଦ୍ୟାଳୟରେ ଥିଲେ। ଖବର ମିଳିବା ପରେ ସିଧାସଳଖ ଡାକ୍ତରଖାନାକୁ ଆସିଛନ୍ତି। କେଉଁ ପରିସ୍ଥିତିରେ ଏମିତି ଘଟିଲା ଜାଣିନାହାନ୍ତି। ବିଦ୍ୟାଳୟର ଶିକ୍ଷକଙ୍କୁ ଘଟଣା ବିଷୟରେ ପଚାରି ବୁଝିବେ ବୋଲି କହିଛନ୍ତି।
Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/23/fire-2025-09-23-02-23-31.jpg)