sumits new record: ସୁମିତଙ୍କ ନୂଆ କୀର୍ତ୍ତିମାନ: ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ିଲେ

Advertisment

ମାନୁଆଲ୍‌ ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍‌ମିଲ୍‌ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ।

ମାନୁଆଲ୍‌ ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍‌ମିଲ୍‌ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ।

sumit

Photograph: (Sambad English)

ରାଉରକେଲା: ମାନୁଆଲ୍‌ ଟ୍ରେଡ୍‌ମିଲ୍‌ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍‌ଟ୍ରା ରନର୍‌ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍‌ମିଲ୍‌ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ। ଫଳରେ ଦ୍ବିତୀୟଥର ପାଇଁ ତାଙ୍କ ନାଁ ଗିନିଜ୍‌ ବିଶ୍ବ ରେକର୍ଡରେ ଲିପିବଦ୍ଧ ହେବା ପ୍ରାୟ ନିଶ୍ଚିତ ହୋଇଛି। ତେବେ ଏନେଇ ଭିଡିଓ ଓ ଆନୁଷଙ୍ଗିକ ପ୍ରମାଣ ସହ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି ସୁମିତ। 

Punjab : କବାଡ଼ି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳିଚାଳନା, ଖେଳାଳି ମୃତ

ଉଲ୍ଲେଖଯୋଗ୍ୟ, ସୁମିତ ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ‘ସୁସ୍ଥ ମନ ଓ ମାନସିକ ସ୍ୱାସ୍ଥ୍ୟ’ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଥିଲେ। ପୂର୍ବରୁ ସୁମିତଙ୍କ ନାଁରେ ଗିନିଜ୍‌ ବିଶ୍ବ ରେକର୍ଡ ସମେତ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ରେକର୍ଡ ରହିଛି। ଗତ ୨୦୨୪ ମାର୍ଚ୍ଚ ୧୨ ତାରିଖରେ ସେ ୧୨ ଘଣ୍ଟାଧରି ମାନୁଆଲ୍‌ ଟ୍ରେଡ୍‌ ମିଲ୍‌ରେ ଦୌଡ଼ି ୬୮.୦୪ କିଲୋମିଟର ଅତିକ୍ରମ କରି ଗିନିଜ୍‌ ବୁକ୍‌ରେ ନାଁ ଲିପିବଦ୍ଧ କରିଥିଲେ। ସେହିଭଳି ୨୦୨୪ ଏପ୍ରିଲ୍‌ ୨୫ରୁ  ମେ’ ୨୪ ମଧ୍ୟରେ ଗୋଟିଏ ମାସରେ ସର୍ବାଧିକ ପୂର୍ଣ୍ଣ ମାରାଥନ୍ ଦୌଡ଼ି ଅନ୍ତର୍ଜାତୀୟ ବୁକ୍‌ ଅଫ୍‌ ରେକର୍ଡ୍ସରେ ନାଁ ଲେଖାଇଥିଲେ।

Burden Of Family On Minor Son: ବିଧବା ଝିଅ-ମା’ଙ୍କୁ ମିଳୁନି ଭତ୍ତା: ପାଠ ଛାଡି ପରିବାର ଚଳାଉଛନ୍ତି ନାବାଳକ ପୁଅ

ଏହି ସମୟରେ ସେ ୩୩ଟି ପୂର୍ଣ୍ଣ ମାରାଥନ୍ ସମାପ୍ତ କରି ମୋଟ ୧୩୯୨.୬ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଗତ ୨୦୨୪ରେ ବିଜୟ ଦିବସ ପାଳନ ଉପଲକ୍ଷେ ଆୟୋଜିତ ‘ବର୍ଡର୍‌ ରେସ୍‌ ଅଲ୍‌ଟ୍ରା’ରେ ଭାଗନେଇ ଜୟସଲମେର୍‌ରେ ସୀମାନ୍ତରେ ୨୩ ଘଣ୍ଟା ୫୨ ମିନିଟ୍‌ରେ ୧୬୧ କିଲୋମିଟର ଦୌଡ଼ିଥିଲେ। ଏହି ସଫଳତା ନେଇ ପ୍ରତିକ୍ରିୟାରେ ସୁମିତ କହିଛନ୍ତି, ବ୍ୟକ୍ତିଗତ ଭାବେ ଚଳିତ ବର୍ଷ ଏତେ ଭଲ ନଥିଲା। କିନ୍ତୁ ନୂଆ ରେକର୍ଡ ସହ ବର୍ଷ ସମାପ୍ତି ହେଉଥିବାରୁ ବେଶ୍‌ ଆନନ୍ଦିତ। ସମସ୍ତଙ୍କ ଆକୁଣ୍ଠ ସମର୍ଥନ ବଳରେ ୪୮ ଘଣ୍ଟାଧରି ଟ୍ରେଡ୍‌ମିଲ୍‌ରେ ଦୌଡ଼ି ପାରିଥିଲି। ବିଧିବଦ୍ଧ ଭାବେ ଏବେ ଗିନିଜ୍‌ ରେକର୍ଡ ପାଇଁ ଆବେଦନ କରିବି ବୋଲି ସୁମିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe