ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ‘ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ’ର ଉଦ୍ଯାପନୀ କାର୍ଯ୍ୟକ୍ରମ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦ୍ଯାପନୀ ସନ୍ଧ୍ୟାରେ ରାସେଶ୍ୱରଙ୍କ ରାସଲୀଳାକୁ ଓଡ଼ିଶୀ ନୃତ୍ୟରେ ରୂପାନ୍ତରିତ କରିଥିଲେ ଗୁରୁ ଆଲୋକା କାନୁନଗୋ।
Shah-Mamata face to face: ଅନୁପ୍ରବେଶ ପ୍ରସଙ୍ଗ, ଶାହ-ମମତା ମୁହାଁମୁହିଁ
ଆଜିର ଉଦ୍ଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଆୟକର ବିଭାଗର ପୂର୍ବତନ କମିସନର୍ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Shah-Mamata face to face: ଅନୁପ୍ରବେଶ ପ୍ରସଙ୍ଗ, ଶାହ-ମମତା ମୁହାଁମୁହିଁ
ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ପ୍ରାୟ ୩୫୦ ଜଣ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ଭାରତ ବାହାରୁ ପ୍ରାୟ ୧୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବରେ ବିଶିଷ୍ଟ ନୃତ୍ୟଶିଳ୍ପୀ ବିଷ୍ଣୁତତ୍ତ୍ୱ ଦାସ, ନନ୍ଦିନୀ ଘୋଷାଲ, ସଙ୍ଗୀତା ଦାଶ, ରମଲି ଇବ୍ରାହିମ୍, ଆଲୋକା କାନୁନଗୋ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଚଳିତ ବର୍ଷ ଓଡ଼ିଶୀ ନୃତ୍ୟକୁ ଆଧାର କରି ଏକ ଚିତ୍ରକଳା ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା। ‘ଆମ ଓଡ଼ିଶୀ’ ସେଲ୍ଫି ପଏଣ୍ଟ୍ ଏବଂ ଓଡ଼ିଶୀ ନୃତ୍ୟକୁ ଆଧାର କରି ନିର୍ମିତ ହୋଇଥିବା ବାଲୁକା କଳାକୃତି ଯୁବପିଢ଼ିଙ୍କୁ ବେଶ୍ ଆକର୍ଷିତ କରିଥିଲା।
Follow Us