The dead body of a worshipper: ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ: ପୂଜା କରିବାକୁ ଯାଇ ଫେରି ନ ଥିଲେ, ମୁଣ୍ଡରେ ଲାଗିଛି ଆଘାତ

Advertisment

ଜଗତସିଂହପୁର ସହର ଉପକଣ୍ଠ ପୁନଙ୍ଗରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣନେଶ୍ବର ଠାକୁରଙ୍କ ଶିବଲିଙ୍ଗ ଉପରୁ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଗହଳି ଲାଗିଥିଲା।

ଜଗତସିଂହପୁର ସହର ଉପକଣ୍ଠ ପୁନଙ୍ଗରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣନେଶ୍ବର ଠାକୁରଙ୍କ ଶିବଲିଙ୍ଗ ଉପରୁ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଗହଳି ଲାଗିଥିଲା।

fhfshhfsbxbv

ଜଗତସିଂହପୁର: ଜଗତସିଂହପୁର ସହର ଉପକଣ୍ଠ ପୁନଙ୍ଗରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣନେଶ୍ବର ଠାକୁରଙ୍କ ଶିବଲିଙ୍ଗ ଉପରୁ ପୂଜକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଗହଳି ଲାଗିଥିଲା। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ମୃତକଙ୍କ ମୁଣ୍ଡର ପଛପାଖରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ମୃତ ପୂଜକ ହେଲେ ସ୍ଥାନୀୟ ଅଞ୍ଚଳର ଓମ୍ ପ୍ରକାଶ ପଣ୍ଡା। ଓମପ୍ରକାଶ ଆଜି ମନ୍ଦିରକୁ ପୂଜା କରିବାକୁ ସକାଳୁ ଯାଇଥିଲେ। ଏହା ଏକ ପ୍ରାଚୀନ ପାତାଳଫୁଟା ଶିବ ମନ୍ଦିର। ସେଥିପାଇଁ ଶିବ ଲିଙ୍ଗ ସବୁବେଳେ ପାଣିରେ ବୁଡ଼ି ରହିଥାଏ।

Malkangiri: ମାଲକାନଗିରିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ପରିବହନ ସଚିବ

ପୂଜା କରିବାକୁ ଯାଇ ଫେରି ନ ଥିଲେ, ମୁଣ୍ଡରେ ଲାଗିଛି ଆଘାତ
ପୁନଙ୍ଗରେ ଆଲୋଡ଼ନ, ଶୋକାକୁଳ ପରିବେଶ

ଓମପ୍ରକାଶ ମଧ୍ୟାହ୍ନ ସୁଦ୍ଧା ପୂଜା କରି ଘରକୁ ଫେରନ୍ତି। ଆଜି ନ ଫେରିବାରୁ ପରିବାର ଲୋକ ତାଙ୍କୁ ଡାକିବାକୁ ଯାଇଥିଲେ। କିନ୍ତୁ ସେ ଶିବଲିଙ୍ଗର ପାଣି ଭିତରେ ଅଣ୍ଟା ପର୍ଯ୍ୟନ୍ତ ବୁଡ଼ି ଯାଇଥିବା ବେଳେ ଗୋଡ଼ ଉପରକୁ ଥିଲା। ଖବର ପ୍ରଚାରିତ ହେବା ପରେ ସାହି ପଡ଼ିଶା, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଗୋଡ଼ ଖସି ଯିବାରୁ ପଡ଼ିଯାଇ ଶିବଲିଙ୍ଗରେ ମୁଣ୍ଡ ମାଡ଼ ହୋଇଥିବା ପୁଲିସ ଅନୁମାନ କରୁଥିବା ବେଳେ ସନ୍ଦେହ ଉପରୁ ପରଦା ହଟିପାରି ନାହିଁ। ଏ ସଂକ୍ରାନ୍ତରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Sports: କ୍ରୀଡ଼ାର ବିକାଶ ନେଇ ସିଡନି ୟୁନିଭର୍ସିଟି ସ୍ପୋର୍ଟ-କିଟ୍‌ ବୁଝାମଣାପତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe