Mahatma Gandhi NREGA: ଅସ୍ତିତ୍ବ ହରାଇବ ମନରେଗା: ହଟିଲା ମହାତ୍ମା ଗାନ୍ଧୀଙ୍କ ନାମ

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୫ରେ ଆସିଥିବା ଲୋକପ୍ରିୟ ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସବୁଦିନ ପାଇଁ ଅସ୍ତିତ୍ବ ହରାଇବ। ଦୁଇ ଦଶନ୍ଧି ଧରି ଦେଶର ଗ୍ରାମୀଣ ପରିବାର....

ପୂର୍ବତନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୫ରେ ଆସିଥିବା ଲୋକପ୍ରିୟ ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସବୁଦିନ ପାଇଁ ଅସ୍ତିତ୍ବ ହରାଇବ। ଦୁଇ ଦଶନ୍ଧି ଧରି ଦେଶର ଗ୍ରାମୀଣ ପରିବାର....

manrega

Photograph: (The New Indian Express)

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୫ରେ ଆସିଥିବା ଲୋକପ୍ରିୟ ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସବୁଦିନ ପାଇଁ ଅସ୍ତିତ୍ବ ହରାଇବ। ଦୁଇ ଦଶନ୍ଧି ଧରି ଦେଶର ଗ୍ରାମୀଣ ପରିବାର ଲାଗି ରୋଜଗାରର ମାଧ୍ୟମ ପାଲଟିଥିବା ଏହି ଯୋଜନାର ନାଁଠାରୁ ଆରମ୍ଭ କରି ରୂପରେଖ ପର୍ଯ୍ୟନ୍ତ ସବୁ କିଛି ବଦଳାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରସ୍ତୁତ ହୋଇଛନ୍ତି। ଯୋଜନା ଅନୁସାରେ ପୁରୁଣା ‘ମନରେଗା’ ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ। ସେହି ସ୍ଥାନରେ ‘ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଆଜୀବିକା ମିସନ (ଗ୍ରାମୀଣ) ବିଲ୍‌, ୨୦୦୫ (ଭିବି-ଜି ରାମ ଜି) ଲାଗୁ କରାଯିବ। ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁସାରେ ସେହି ଯୋଜନାକୁ ପ୍ରସ୍ତୁତ କରାଯାଇଛି।‘ମନରେଗା’ରେ ପରିବର୍ତ୍ତନ ହେଉଥିବା ଜଣାପଡ଼ିବା ପରେ ବିରୋଧୀ ଦଳଗୁଡ଼ିକ ମୋଦୀ ସରକାରଙ୍କୁ ଜୋର୍‌ଦାର ସମାଲୋଚନା କରିଛନ୍ତି। ଏହି ପଦକ୍ଷେପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ କହିଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କିନ୍ତୁ ଯୋଜନାରେ କାହିଁକି ପରିବର୍ତ୍ତନ ଜରୁରୀ ତାହା କହିଛନ୍ତି। ‌

Punjab : କବାଡ଼ି ଟୁର୍ଣ୍ଣାମେଣ୍ଟ ସମୟରେ ଗୁଳିଚାଳନା, ଖେଳାଳି ମୃତ

ସେ କହିଛନ୍ତି ଯେ ମନରେଗା ୨୦ ବର୍ଷ ଧରି ନିଶ୍ଚିତ ରୋଜଗାର ଯୋଗାଇଛି। କିନ୍ତୁ ଗ୍ରାମୀଣ ଭାରତରେ ଇତିମଧ୍ୟରେ ହୋଇଥିବା ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦୃଷ୍ଟିରୁ ଯୋଜନାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ରହିଛି। କିଛି ଦିନ ହେଲାଣି କଂଗ୍ରେସକୁ ଅଡ଼ୁଆରେ ପକାଇବା ଭଳି ମନ୍ତବ୍ୟ ଦେଉଥିବା ନେତା ଶଶି ଥରୁର ମନରେଗାକୁ ନେଇ ହେଉଥିବା ସମାଲୋଚନାକୁ ଦୁର୍ଭାଗ୍ୟଜନକ କହିଛନ୍ତି। 
ଉପା ସରକାର ଅମଳରୁ ଚାଲିଆସିଥିବା ‘ମନରେଗା‌’ରେ ବର୍ଷକୁ ୧୦୦ ଦିନର କାମ ଦେବା ପାଇଁ ଗ୍ୟାରେଣ୍ଟି ଥିଲା। ତାହା ଥିଲା ଏକ ଅଧିକାର ଆଧାରିତ ଯୋଜନା। କାମ ପାଇଁ ଲୋକଙ୍କ ହକ୍‌ରେ ପରିଣତ ହୋଇଥିଲା। ତାହାକୁ ଆଇନଗତ ଅଧିକାର ମିଳିଥିଲା। ‘ଭିବି-ଜି ରାମ ଜି’ ନାମରେ ଆସୁଥିବା ନୂଆ ଯୋଜନାରେ ବର୍ଷକୁ ୧୨୫ ଦିନର କାମ ଯୋଗାଇ ଦିଆଯିବ। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଆଧାରରେ କାମ ବଣ୍ଟାଯିବ। ମନରେଗାରେ କେନ୍ଦ୍ର ସରକାର ଅଣକୁଶଳୀ ପାରିଶ୍ରମିକ ଦେଉଥିଲେ ଓ ବେକାରି ଭତ୍ତା ରାଜ୍ୟ ସରକାର ବହନ କରୁଥିଲେ। ନୂଆ ଯୋଜନାରେ ଅଧିକାଂଶ ରାଜ୍ୟ ପାଇଁ ବ୍ୟୟ ଭାଗବଣ୍ଟା ଅନୁପାତ ୬୦:୪୦ ରହିବ ଏବଂ କିଛି ସ୍ବତନ୍ତ୍ର ବର୍ଗର ରାଜ୍ୟ ପାଇଁ ସେହି ଅନୁପାତ ୯୦:୧୦ ରହିବ। ରାଜ୍ୟ ସରକାର ଚାହିଲେ ବର୍ଷର କେତେ ଦିନ (୬୦ ଦିନ ପର୍ଯ୍ୟନ୍ତ) କାମକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ତାହାର ବିଜ୍ଞପ୍ତି ପ୍ରକାଶ କରିପାରିବେ। ଏଥିରେ ସାପ୍ତାହିକ ପାରିଶ୍ରମିକ ପ୍ରଦାନ ବ୍ୟବସ୍ଥା ରହିଛି। 

ହଟିଲା ମହାତ୍ମା ଗାନ୍ଧୀଙ୍କ ନାମ
ନୂଆ ନାଁ ‘ଭିବି-ଜି ରାମ ଜି’
ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

‘ମନରେଗା’କୁ ପ୍ରତ୍ୟାହାର ଲାଗି ସରକାରଙ୍କ ରହିଥିବା ଯୋଜନାକୁ କଂଗ୍ରେସ ଜୋର୍‌ଦାର ବିରୋଧ କରିବ। ସଂସଦରେ ଏହି ପ୍ରସଙ୍ଗ ଉଠାଇବ ଓ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ମନରେଗା’ ନାମ ପରିବର୍ତ୍ତନ ପଛର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ କେବଳ ଦେଶରେ ନୁହେଁ ସାରା ବିଶ୍ବର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ। ତାଙ୍କ ନାମ ହଟାଇବା ପଛର କାରଣ କ’ଣ, ମୁଁ ବୁଝିପାରୁନି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ‘ମନରେଗା’କୁ ଶେଷ କରିବା ଲାଗି ଏହା ହେଉଛି ବିଜେପି-ଆର୍‌ଏସ୍‌ଏସ୍‌ର ଷଡ଼୍‌ଯନ୍ତ୍ର। ସଂଘର ଶତବାର୍ଷିକୀରେ ଗାନ୍ଧୀଙ୍କ ନାଁ ହଟାଇବା ଏହା ଦର୍ଶାଉଛି ଯେ ବିଦେଶ ମାଟିରେ ଗାନ୍ଧୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରୁଥିବା ମୋଦୀ କେତେ ଦେଖେଇ ହେବା ଲୋକ। ଏହି ପ୍ରସ୍ତାବକୁ କଂଗ୍ରେସ କଡ଼ା ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି। 

Burden Of Family On Minor Son: ବିଧବା ଝିଅ-ମା’ଙ୍କୁ ମିଳୁନି ଭତ୍ତା: ପାଠ ଛାଡି ପରିବାର ଚଳାଉଛନ୍ତି ନାବାଳକ ପୁଅ

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରସ୍ତାବିତ ବିଲ୍‌କୁ ବିରୋଧ କରିଥିବା ବେଳେ ତାହାକୁ ଯାଞ୍ଚ କରିବା ଲାଗି ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ଦାବି କରିଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ ବିଜେପି ସର୍ବଦା ‘ମନରେଗା’କୁ ଶେଷ କରିବାକୁ ଚାହୁଥିଲା। ‘ବାପୁ’ ଶବ୍ଦକୁ ନେଇ ସେମାନଙ୍କର କ’ଣ ସମସ୍ୟା ରହିଛି ମୁଁ ବୁଝିପାରୁନାହିଁ ବୋଲି ଉଲାକା କହିଛନ୍ତି। ସିପିଆଇ (ଏମ୍‌)ର ସାଧାରଣ ସମ୍ପାଦକ ଏମ୍‌ଏ ବେବି ଅଭିଯୋଗ କରିଛନ୍ତି ଯେ ‘ମନରେଗା’ର ଅଧିକାର ଆଧାରିତ ଢାଞ୍ଚା ନଷ୍ଟ କରିବା ଲାଗି ଉଦ୍ୟମ ହେଉଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ ସମାଲୋଚନା କରି ନାମ ପରିବର୍ତ୍ତନ ବିଜେପିର ଏକ ପୁରୁଣା ଅଭ୍ୟାସ ବୋଲି କହିଛନ୍ତି। କେନ୍ଦ୍ର ସରକାର ମନରେଗା ନାମ ପରିବର୍ତ୍ତନ କରି ‘ପୂଜ୍ୟ ବାପୁ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା’ ରଖିଥିବା ନେଇ ଗତ ଶୁକ୍ରବାର ଖବର ପ୍ରକାଶ ପାଇଥିଲା। କିନ୍ତୁ ସୋମବାର ଏହାର ନୂଆ ନାମ ସାମନାକୁ ଆସିଥିଲା। ଏହି ଲୋକପ୍ରିୟ ଯୋଜନା ନାମରୁ ଗାନ୍ଧୀ ଶବ୍ଦ ହଟାଇବା ଲାଗି ସରକାର ଯୋଜନା କରିଥିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ସାବ୍ୟସ୍ତ ହୋଇଛି। ୨୦୦୫ରେ ମନମୋହନ ସିଂହ ସରକାର ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ନିୟମ, ୨୦୦୫ (ନରେଗା) ଆଣିଥିଲେ। ୨୦୦୯ରେ‌ ସେଥିରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ାଯାଇଥିଲା ଓ ତାହା ମନରେଗା ଭାବେ ପରିଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe