ଭୁବନେଶ୍ବର: ରୁପା ଦର ହୁ ହୁ ହୋଇ ବଢ଼ୁଛି। ଭୁବନେଶ୍ବରରେ ରୁପା କେଜି ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ଶୁକ୍ରବାର ଏହାର ଦାମ୍ ୯୦୦୦ ଟଙ୍କା ବୃଦ୍ଧି ପାଇ ୨,୫୪,୦୦୦ ଟଙ୍କା ଛୁଇଁଛି। ଏଥିସହିତ ଗତ ପାଞ୍ଚଦିନରେ ମୋଟ୍ ଉପରେ ରୁପା କେଜି ୨୮ହଜାର ଟଙ୍କା ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ବଜାରରେ ରୁପା ମହଙ୍ଗା ହେଉଥିବାରୁ ତାହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ିଛି। ବିଦେଶରେ ରୁପାର ଆଉନ୍ସ ପିଛା ଦର ୭୫ ଡଲାର ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଇଲେକ୍ଟ୍ରିକ୍ ଯାନ ଓ ସୋଲାର ଉପକରଣ ଆଦି ଶିଳ୍ପରେ ରୁପା ବହୁଳ ମାତ୍ରାରେ ବ୍ୟବହାର ହେଉଥିବାରୁ ଏହି ଧଳା ମୂଲ୍ୟବାନ ଧାତବର ଚାହିଦା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ସୁନା ତୁଳନାରେ ଏହା ଅଧିକ ରିଟର୍ଣ୍ଣ ଦେଉଥିବାରୁ ନିବେଶକଙ୍କ ଲାଗି ମଧ୍ୟ ଏହା ବେଶ ଆକର୍ଷଣୀୟ ହୋଇଛି।
Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ
ରୁପା ଭଳି ସୁନା ବି ମହଙ୍ଗା ହେଉଛି। ଶୁକ୍ରବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୮,୩୫୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୭୦ ଟଙ୍କା ବୃଦ୍ଧି ପାଇ ୧,୪୦,୦୨୦ ଟଙ୍କା ହୋଇଛି। ଚଳିତ ସପ୍ତାହର ପ୍ରଥମ ପାଞ୍ଚ ଦିନରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୩୫୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦାମ୍ ୫୮୪୦ ଟଙ୍କା ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୫୦୦ ଡଲାର ଉପରକୁ ଯାଇଛି। ଆଗାମୀ ଦିନରେ ତାହାର ମୂଲ୍ୟ ୪୮୯୦ ଡଲାରକୁ ବଢ଼ିବା ଆଶଙ୍କା ରହିଛି।
Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...
Follow Us