ଦୁଃଶାସନ ମହାପାତ୍ର
କାଲିମେଳା: ମାଲକାନଗିରିଜିଲ୍ଲା କାଲିମେଳା ବ୍ଲକ୍ର ବଡ଼ିଗେଟା ପଞ୍ଚାୟତ। ଏକଦା ଏହି ପଞ୍ଚାୟତ ମାଓନେତାଙ୍କ ଅଭେଦ୍ୟ ଦୁର୍ଗ ଥିଲା। ପଞ୍ଚାୟତ ଅଧୀନରେ ଥିବା ଅନେକ ଗାଁରୁ ୩୦ରୁ ଊର୍ଦ୍ଧ୍ବ ମାଓନେତା ସୃଷ୍ଟି ହୋଇଛନ୍ତି। ଏମାନଙ୍କ ଭିତରୁ ୧୫ଜଣ ଆତ୍ମସର୍ମପଣ କରି ସାରିଥିବା ବେଳେ ପୁଲିସ ଏନ୍କାଉଣ୍ଟରରେ କେତେକଙ୍କର ମୃତ୍ୟୁ ହୋଇଛି। ଏବେ ବି ଟପ୍ ମାଓନେତା କଷା ସୋଡ଼ି ଓରଫ୍ ଶୁକ୍ରୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ରହିଛି। ତେବେ ମାଓ ଗତିବିଧି କମିବା ପରେ ଧୀରେଧୀରେ ବିକାଶ ସ୍ରୋତକୁ ଫେରିବାରେ ଲାଗିଛି ବଡ଼ିଗେଟା।
Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ
ପୂର୍ବରୁ ବଡ଼ିଗେଟା ପଞ୍ଚାୟତରେ ମାଓବାଦୀଙ୍କ ସମାନ୍ତରାଳ ଶାସନ ଚାଲିଥିଲା। ପ୍ରଶାସନିକ ଅଧିକାରୀ ତ ଦୂରର କଥା, ଭୟରେ କେହି ଯିବାକୁ ମଧ୍ୟ ସାହସ କରିପାରୁନଥିଲେ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ମାଓବାଦୀ ପଞ୍ଚାୟତ କାର୍ଯ୍ୟାଳୟକୁ ଉଡ଼ାଇ ଦେଇଥିବାରୁ ଉନ୍ନୟନମୂଳକ କାମ ଠପ୍ ହୋଇ ପଡ଼ିଥିଲା। ପଞ୍ଚାୟତରେ ଥିବା ୧୧ଟି ୱାର୍ଡରୁ ୮ଟି ୱାର୍ଡରେ ରହିଛି ବଡ଼ିଗେଟା, କୁରୁବୁ, ମାରିଗେଟା, ଟେକଗୁଡ଼ା କଲୋନି, ଟେକଗୁଡ଼ା (ଏ), ଟେକଗୁଡ଼ା (ବି), ଗନ୍ଧିଗୁଡ଼ା ଓ କୁତୁବନପାଲୀ ପରି ଆଦିବାସୀବହୁଳ ଗାଁ। ଅବଶିଷ୍ଟ ୩ଟି ୱାର୍ଡରେ ବଙ୍ଗୀୟ ଗ୍ରାମ ରହିଛି। ମାଓବାଦୀଙ୍କ ଆଧିପତ୍ୟ କାରଣରୁ ୱାର୍ଡରେ ନିର୍ବାଚନ ନ ହୋଇ ଚୟନ ହେଉଥିଲା। ୨୦୧୭ରେ ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ଅଞ୍ଚଳବାସୀ।
ଚୟନ ବଦଳରେ ଏବେ ହେଉଛି ନିର୍ବାଚନ
ଆତ୍ମସର୍ମପଣ କଲେଣି ପଞ୍ଚାୟତର ୧୫ ମାଓ ନେତା
ମୂକସାକ୍ଷୀ ହୋଇ ଠିଆ ହୋଇଛି ନକ୍ସଲଙ୍କ ସହିଦ ସ୍ତମ୍ଭ
୨୦୧୫ ପରଠାରୁ ମାଓ ଗତିବିଧି କମିବା ପରେ ଧୀରେ ଧୀରେ ବିକାଶମୁହାଁ ହେବାରେ ଲାଗିଛି ବଡ଼ିଗେଟା। ଏକ ଟିଣ ଛପର ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲିଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ସମସ୍ତ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଛୁଇଁଛି। ବସୁଧା ଯୋଜନାରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ହୋଇଛି। ମାରିଗେଟା ଗାଁରେ ମୋବାଇଲ୍ ଟାୱାର ସ୍ଥାପନ ହୋଇଥିଲେ ମଧ୍ୟ ୪-ଜି ନେଟ୍ୱର୍କ ନ ଥିବାରୁ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ହୋଇଛନ୍ତି ଅଞ୍ଚଳବାସୀ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସଭିଁଏ ନିର୍ଭରଶୀଳ। ବିକାଶମୁହାଁ ବଡ଼ିଗେଟାରେ ନକ୍ସଲଙ୍କ ଉପଦ୍ରବ କମିଥିଲେ ମଧ୍ୟ ଅନେକ ଗ୍ରାମରେ ମାଓବାଦୀଙ୍କ ସହିଦ ସ୍ତମ୍ଭ ମୂକସାକ୍ଷୀ ହୋଇ ଛିଡ଼ା ହୋଇଛି।
Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ
ବଡ଼ିଗେଟା ପଞ୍ଚାୟତର କୁରୁବୁ ଗ୍ରାମରେ କଷା ସୋଡ଼ି ଓରଫ୍ ଶୁକ୍ରୁ, ଟେକଗୁଡ଼ା କଲୋନିର ବୁଦ୍ରା କବାସୀ ଓରଫ୍ ଶୁକଦେବ ପରି ଅନେକ ମାଓନେତା ଜନ୍ମ ନେଇଛନ୍ତି। ବୁଦ୍ରା କବାସୀ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ କଷା ସୋଡ଼ି କନ୍ଧମାଳରେ ସକ୍ରିୟ ଅଛି। ପୁଲିସ ଏନ୍କାଉଣ୍ଟରରେ ରମେଶ, ଶଙ୍କର, ରଣଦେବ, ଭୀମା ପରି ଅନେକ ଦୁର୍ଦ୍ଦାନ୍ତ ମାଓନେତାଙ୍କର ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/fsfhxvb-2026-03-02-02-49-16.jpg)