Tiger rescued: ଶିକାରୀ ଫାଶରେ ପଡ଼ିଲା ବାଘ ସାତ ଦିନ ପରେ ଉଦ୍ଧାର

Advertisment

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ....

ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ....

dgdadgzvcv

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତ କୋକୋଡ଼ି ଗାଁ ନିକଟ ଜଙ୍ଗଲରେ ଶିକାରୀ ଫାଶରେ ଏକ କଲରାପତରିଆ ବାଘ ପଡ଼ିଯାଇଥିଲା। ସାତଦିନ ପରେ ଛତିଶଗଡ଼ ବନବିଭାଗ ତାକୁ ଉଦ୍ଧାର କରିଛି। ଶିକାର ଆଶାରେ ଜଙ୍ଗଲ ଭିତରେ ଶିକାରୀମାନେ ମଟରସାଇକେଲର କ୍ଲଚ୍‌ୱେର୍‌ରେ ଫାଶ ତିଆରି କରି ବିଛାଇଥିଲେ। ଏହି ଫାଶରେ କଲରାପତରିଆଟି ଲାଖିଯିବା ପରେ ଆଉ ମୁକୁଳି ପାରିନଥିଲା। ଏହି ଘଟଣା ୭ ଦିନ ତଳେ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। 

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ଉକ୍ତ ଅଞ୍ଚଳ ମାଓବାଦୀ ଅଧ୍ୟୁଷିତ ହୋଇଥିବାରୁ ଡ୍ରୋନ୍ ସାହାଯ୍ୟରେ ବନ ବିଭାଗ ସ୍ଥିତି ଅନୁଧ୍ୟାନ କରିଥିଲା। ବନ ବିଭାଗର ଏସ୍‌ଡିଓ ଗୋପାଳ କଶ୍ୟପଙ୍କ ତତ୍ତ୍ୱାବଧାନରେ ବାଘଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଏବେ ଜଙ୍ଗଲ ସଫାରୀ ହସ୍ପିଟାଲରେ ତାର ଚିକିତ୍ସା କରାଯାଉଛି। ଶିକାରୀଙ୍କୁ ଧରାଇବା ଲୋକଙ୍କ ପାଇଁ ୧୦ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛି ଛତିଶଗଡ଼ ବନ ବିଭାଗ। ଜଙ୍ଗଲ ଭିତରେ ସ୍ପାଏ କ୍ୟାମେରା ଲଗାଯାଇଥିବା ବେଳେ ଗତ ସାତଦିନ ମଧ୍ୟରେ ୧୯ ଜଣ ଶିକାରୀଙ୍କୁ ଆଣ୍ଟିପୋଚିଂ ଟିମ୍‌ ଗିରଫ କରିଥିବା ଜଣାପଡ଼ିଛି। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଜଙ୍ଗଲ ବା କୌଣସି ଚିଡ଼ିଆଖାନାରେ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe