EQI above 300: ଚିନ୍ତା ବଢ଼ାଉଛି ବିଷାକ୍ତ ବାୟୁ: ୩ ଶହ ଉପରେ ଏକ୍ୟୁଆଇ

ଲଗାତାର ୪ ଦିନ ହେଲା ଅନୁଗୁଳରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତି ଧାରଣ କରିଛି। ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩ ଶହ ଉପରେ ରହୁଥିବାରୁ ଏଠାକାର ପ୍ରଦୂଷଣ ଦିଲ୍ଲୀକୁ ବି ପାର୍‌ କରିଗଲାଣି। ତଥାପି ପ୍ରଦୂଷଣ ରୋକିବା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ।

sfhfshfhfhf

ଅନୁଗୁଳ: ଲଗାତାର ୪ ଦିନ ହେଲା ଅନୁଗୁଳରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତି ଧାରଣ କରିଛି। ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୩ ଶହ ଉପରେ ରହୁଥିବାରୁ ଏଠାକାର ପ୍ରଦୂଷଣ ଦିଲ୍ଲୀକୁ ବି ପାର୍‌ କରିଗଲାଣି। ତଥାପି ପ୍ରଦୂଷଣ ରୋକିବା ପାଇଁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀ ରମେଶ ଏକ୍କାଙ୍କ ସୂଚନା ଅନୁସାରେ, ପାଗ ପରିବର୍ତ୍ତନ ପାଇଁ ପ୍ରଦୂଷଣର ମାତ୍ରା ବଢ଼ି ଯାଇଛି। କୁହୁଡ଼ି ପଡ଼ିବାରୁ କ୍ଷୁଦ୍ର ଧୂଳିକଣାଗୁଡ଼ିକ କୁଆଡ଼େ ଯାଇପାରିଲା ନାହିଁ। ସାଧାରଣତଃ ଶୀତ ଦିନେ ଏମିତି ସମସ୍ୟା ହୁଏ। ତେବେ ହଠାତ୍‌ ପ୍ରଦୂଷଣ ବଢ଼ିଯିବା ପଛରେ ପାଣିପାଗ ସହ ଅନ୍ୟାନ୍ୟ କାରଣ ବି ରହିଛି। ଏବେ ନିର୍ମାଣ କାମ ଅଧିକ ଚାଲୁଛି। ଏହା ସହ କିଛି ଦିନ ହେଲା ବର୍ଷା ହୋଇ ନ ଥିବାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଖରା ହେଲେ ଧୂଳିକଣା ଉପରକୁ ଚାଲିଯିବ ଏବଂ ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।  

୩ ଶହ ଉପରେ ଏକ୍ୟୁଆଇ 
କୁହୁଡ଼ି ପାଇଁ ବଢ଼ିଛି ପ୍ରଦୂଷଣ: ଏସ୍‌ପିସିବି

Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି

Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା

ଅନୁଗୁଳରେ ହଠାତ୍‌ ବାୟୁ ପ୍ରଦୂଷଣ ଏମିତି ବଢ଼ିବାକୁ ପ୍ରଦୂଷଣ ବିଭାଗ ସ୍ବାଭାବିକ କହିଛି। ପାଗ ସୁଧୁରିଲେ ପ୍ରଦୂଷଣ କମିବ ବୋଲି ସୂଚନା ଦେଇଛି। କିନ୍ତୁ ଅନୁଗୁଳବାସୀ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ରାଜ୍ୟ ସାରା ସମାନ ପାଣିପାଗ ରହିଥିଲା ବେଳେ ଅନୁଗୁଳରେ କାହିଁକି ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍‌ କରିଗଲାଣି ବୋଲି ପ୍ରଶ୍ନ କରିଛନ୍ତି। ସାମାଜିକ କର୍ମୀ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଜିଲ୍ଲାରେ ଖଣିଖାଦାନ ଓ କଳ କାରଖାନା ପାଇଁ ବାୟୁ ପ୍ରଦୂଷଣ ବଢ଼ୁଛି। କାରଖାନାରୁ ବିଷାକ୍ତ ଧୂଆଁ ବାହାରୁଛି। କୋଇଲା ପରିବହନ ସମୟରେ ଗୁଣ୍ଡ ଉଡ଼ି ବାୟୁ ମଣ୍ଡଳରେ ମିଶୁଛି। ବର୍ଷା ସମୟରେ ଆକାଶ ପରିଷ୍କାର ଥିବାରୁ ଏହା ଜଣା ପଡ଼ୁ ନଥିଲା। ‌ଏବେ ପ୍ରଦୂଷଣର ଅସଲ ଚିତ୍ର ସାମନାକୁ ଆସିଛି। ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା କହିଛନ୍ତି, ଏଠାରେ ବାୟୁ ପ୍ରଦୂଷିତ ହୋଇଥିବା ପ୍ରଶାସନ ଓ ସରକାର ଜାଣିଛନ୍ତି। ପ୍ରଶାସନର ବଡ଼ ବଡ଼ ଅଧିକାରୀ ଏଠାରେ ରହୁଥିଲେ ମଧ୍ୟ ସେମାନେ କେମିତି ଚୁପ ବସିଛନ୍ତି ଆଶ୍ଚର୍ଯ୍ୟ ଲାଗୁଛି। ଅନୁଗୁଳରୁ କୋଟି କୋଟି ଟଙ୍କା ରାଜସ୍ବ ନେଇ ଲୋକଙ୍କୁ ଧୂଳିଧୂଆଁରେ ରହିବାକୁ ଛାଡ଼ି ଦିଆଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ନିୟମିତ ଯାଞ୍ଚ କରୁନାହିଁ। ଏଥିପାଇଁ ଅନୁଗୁଳବାସୀଙ୍କ ଜୀବନ ଦୁର୍ବିଷହ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe