Advertisment

Unique Wedding: ରୂପା ଶଗଡ଼ିରେ ସୁନା କନିଆଁ: ଦାମୀ କାର୍ ନୁହେଁ ଶଗଡ଼ରେ ଶାଶୁଘର ଆସିଲା ନବବଧୂ, ମନେପଡ଼ିଗଲା ପୁରୁଣା ଦିନର କଥା...

Advertisment

ରୂପା ଶଗଡ଼ିରେ ସୁନା କନିଆଁ… ନୂଆ ଜହ୍ନ ପରି ଛନଛନିଆ… ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ… ୯୦ ଦଶକର ସିନେମା ‘ଜଗା ହାତରେ ପଘା’ରେ ଚହଳ ପକାଇଥିବା ଏ ସୁନ୍ଦର ଗୀତର ଦୃଶ୍ୟ ଆଜି ପୁଣି ଥରେ ମନେପଡ଼ିଯାଇଛି… ପୁଣିଥରେ ସେ ଅତୀତର ସୃତି ତାଜା ହୋଇଛି, ଏ ଡିଜିଟାଲ ଯୁଗର ନିଆରା ବାହାଘର ଦେଖି...

ରୂପା ଶଗଡ଼ିରେ ସୁନା କନିଆଁ… ନୂଆ ଜହ୍ନ ପରି ଛନଛନିଆ… ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ… ୯୦ ଦଶକର ସିନେମା ‘ଜଗା ହାତରେ ପଘା’ରେ ଚହଳ ପକାଇଥିବା ଏ ସୁନ୍ଦର ଗୀତର ଦୃଶ୍ୟ ଆଜି ପୁଣି ଥରେ ମନେପଡ଼ିଯାଇଛି… ପୁଣିଥରେ ସେ ଅତୀତର ସୃତି ତାଜା ହୋଇଛି, ଏ ଡିଜିଟାଲ ଯୁଗର ନିଆରା ବାହାଘର ଦେଖି...

Unique Wedding

Unique Wedding Photograph: (sambad.in)

ଭୁବନେଶ୍ବର: ରୂପା ଶଗଡ଼ିରେ ସୁନା କନିଆଁ… ନୂଆ ଜହ୍ନ ପରି ଛନଛନିଆ… ତାକୁ ପାଇବ ଯିଏ, ଗୋପେ ବଢୁଛି ସିଏ… ୯୦ ଦଶକର ସିନେମା ‘ଜଗା ହାତରେ ପଘା’ରେ ଚହଳ ପକାଇଥିବା ଏ ସୁନ୍ଦର ଗୀତର ଦୃଶ୍ୟ ଆଜି ପୁଣି ଥରେ ମନେପଡ଼ିଯାଇଛି… ପୁଣିଥରେ ସେ ଅତୀତର ସୃତି ତାଜା ହୋଇଛି, ଏ ଡିଜିଟାଲ ଯୁଗର ନିଆରା ବାହାଘର ଦେଖି । ଯେଉଁଠି ଶଗଡ଼ି ହୁଏତ ରୂପା ନହୋଇପାରେ କିନ୍ତୁ ସେ ଶଗଡ଼ିରେ କାହାର ସୁନା କନିଆଁ ବସିଛି । ଆଉ ମୁରୁକି ହସିହସି ତା ମନର ମଣିଷ ପାଖକୁ ଯାଉଛି… ମଝିରେ ମଝିରେ ଶଗଡ଼ିଆ କାଳିଆ-କସରାର ସ୍ମୃତିକୁ ମନେପକେଇଦେଇ ହୁରରର… କରି ହାଙ୍କି ଦେଉଛି… 

bullock cart
bullock cart Photograph: (sambad.in)

ଆହୁରି ପଢନ୍ତୁ- Neglect: ପଲିଥିନ ତଳେ ଓ ଶୌଚାଳୟରେ କଟୁଛି ଅସହାୟ ବୃଦ୍ଧଙ୍କ ଜୀବନ

ହଁ ଆଜ୍ଞା ! ଆଧୁନିକ ଯୁଗରେ କେହି କେବେ ଭାବିନଥିବା ଏ କଥାଟି ଯେତେବେଳେ ସତ ସତିକା ଘଟିଛି ସେତେବେଳେ ସମସ୍ତେ ଅତୀତର ସ୍ମୃତିରେ ଓଦା ହୋଇଛନ୍ତି । ନହେଲେ ଜେନ-ଜି ଯୁବପିଢିଙ୍କ ବାହାଘରରେ ଯେଉଁଠି ଦାମୀ କାରର ସନ୍ ରୁଫରେ ଛିଡ଼ା ହୋଇ ହାତ ହଲାଇବାର ଦୃଶ୍ୟ କଏଦ ହେଉଛି ଆଉ ହେଲିକପ୍ଟର କିମ୍ବା ଘୋଡ଼ାରେ ବସି ରାଜକୀୟ ଢଙ୍ଗରେ ବାହାଘର ହେଉଛି ସେଠାରେ ଶଗଡ଼ କଥା ବା ପଚାରେ କିଏ । ମାତ୍ର ସେମିତି ଏକ ନିଆରା ବାହାଘର କରି ଆମ ପୁରୁଣା ପରମ୍ପରାକୁ ମନେପକାଇବାକୁ ପ୍ରୟାସ କରିଛନ୍ତି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁର ପ୍ରମୋଦ ପ୍ରଧାନଙ୍କ ଏକମାତ୍ର ପୁଅ ଶନିଶ୍ଚର ପ୍ରଧାନ । ଯେଉଁଠି ଶଗଡ଼ରେ ବସି ଶାଶୁଘରକୁ ଆସିଛି ନବବଧୂ । ଏଥିସହ କାଳକ୍ରମେ ଲୋପ ପାଉଥିବା ସେହି ପରମ୍ପରା ପୁଣି ଥରେ ଉଜ୍ଜୀବିତ ହୋଇଛି ।

New Project (4)

ଆହୁରି ପଢନ୍ତୁ- Iran: ଇରାନରେ ଭାରତୀୟ ଛାତ୍ରୀଙ୍କ ଚିତ୍କାର: ଇରାନରେ ଭାରତୀୟ ଛାତ୍ରୀଙ୍କ ଚିତ୍କାର: ସୁରକ୍ଷିତ ସ୍ଥାନାନ୍ତର ପାଇଁ ସରକାରଙ୍କୁ ଆକୁଳ ନିବେଦନ

କବିସୂର୍ଯ୍ୟନଗର ଓଡ଼ିଆ ସାହିରୁ ଶଗଡ଼ ଆଣି ରାତି ସାରା ତାକୁ ସଜା ଯାଇଥିଲା । ଭଳିକି ଭଳି ଫୁଲ ଏବଂ ରଙ୍ଗବେରଙ୍ଗର କପଡ଼ାରେ ଶଗଡ଼କୁ ସବାରୀ ପରି ସଜାଯାଇଥିଲା । ଆଉ ତାପର ଦିନ ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନଙ୍କୁ ବହୂ କରି ଆଣିବାକୁ ଯାଇଥିଲା ଶଗଡ଼ । ରୀତିନୀତି ଅନୁସାରେ ଝିଅ ବାପଘରୁ ବିଦାହେବା ରାସ୍ତାରେ ଆଗେଇ ଚାଲିଥିଲା ଶଗଡ଼ । ଆଉ ରୁପା ଶଗଡ଼ିରେ ସୁନା କନିଆଁ ହାତେ ଓଢଣା ଟାଣି ଗୋଟେ ନିଆରା ଅନୁଭୂତିର ମଜାନେଉଥିଲା । ପରେ ଶଗଡ଼ି ଶାଶୁଘରେ ପହଞ୍ଚିବା ପରେ ଶନିଶ୍ଚରଙ୍କ ସହ ବାହାଘର ହୋଇଥିଲା । ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଶଗଡ଼ରେ ବୋହୂ ଆସିଲା ବେଳେ ରାସ୍ତାରେ ଶଗଡ଼ ସହ ଲୋକେ ସେଲ୍ଫି ନେଉଥିଲେ ଏବଂ ଘଡ଼ିଏ ଅଟକି ବୁଲି ଚାହୁଁଥିଲେ । 

ରିପୋର୍ଟ- କୃପାସିନ୍ଧୁ ସ୍ୱାଇଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe