Advertisment

Warning: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସତର୍କତା

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବିଭିନ୍ନ ରାଜ୍ୟରେ ଇରାନ୍ ସମର୍ଥକ ଥିବା ମୌଳବାଦୀ ପ୍ରଚାରକମାନେ ଉତ୍ତେଜନା ସୃଷ୍ଟି କଲା ଭଳି ବାର୍ତ୍ତା ଦେଉଛନ୍ତି। ଏହାଦ୍ବାରା ଆଇନଶୃଙ୍ଖଳା ସ୍ଥିତି....

ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବିଭିନ୍ନ ରାଜ୍ୟରେ ଇରାନ୍ ସମର୍ଥକ ଥିବା ମୌଳବାଦୀ ପ୍ରଚାରକମାନେ ଉତ୍ତେଜନା ସୃଷ୍ଟି କଲା ଭଳି ବାର୍ତ୍ତା ଦେଉଛନ୍ତି। ଏହାଦ୍ବାରା ଆଇନଶୃଙ୍ଖଳା ସ୍ଥିତି....

Untitled-14

କଟକ: ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବିଭିନ୍ନ ରାଜ୍ୟରେ ଇରାନ୍ ସମର୍ଥକ ଥିବା ମୌଳବାଦୀ ପ୍ରଚାରକମାନେ ଉତ୍ତେଜନା ସୃଷ୍ଟି କଲା ଭଳି ବାର୍ତ୍ତା ଦେଉଛନ୍ତି। ଏହାଦ୍ବାରା ଆଇନଶୃଙ୍ଖଳା ସ୍ଥିତି ରାଜ୍ୟରେ ସୃଷ୍ଟି ହେବାର ଆଶଙ୍କା ରହିଛି। ହିଂସା ଆଶଙ୍କାକୁ ଏଡ଼ାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଚିଠି ଲେଖିବା ପରେ ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରିଛି। ଉତ୍ତେଜିତ ବାର୍ତ୍ତା ଦେଉଥିବା ପ୍ରଚାରକଙ୍କୁ ଚିହ୍ନଟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Opposition : ମହାନଦୀ ଟ୍ରିବ୍ୟୁନାଲ୍‌ର ପାରିବାରିକ ଗସ୍ତକୁ ବିରୋଧ

 ମୁଖ୍ୟତଃ କ୍ରାଇମବ୍ରାଞ୍ଚ ଏଭଳି ଅନ୍‌ଲାଇନ୍ ଅପରାଧ ଉପରେ କଡ଼ା ନଜର ରଖିବାକୁ କଣ୍ଟ୍ରୋଲ୍‌ ରୁମ୍‌ ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖିଛି। ପୁଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏସ୍‌ପିମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସର୍ବସାଧାରଣରେ ଏଭଳି ଘଟଣାକୁ ନେଇ ଯେଭଳି ବିଶୃଙ୍ଖଳା ସୃଷ୍ଟି ନହୁଏ, ଏଥିପ୍ରତି ମଧ୍ୟ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚରେ ଜଣେ ଆଇଜିଙ୍କ ନେତୃତ୍ବରେ ଜଣେ ଏସ୍‌ପି, ତିନି ଜଣ ଅତିରିକ୍ତ ଏସ୍‌ପି, ଦୁଇ ଜଣ ଡିଏସ୍‌ପି ସାଇବର୍ ସୁରକ୍ଷା ପାଇଁ ଖୋଲିଥିବା କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଅଛନ୍ତି। କେହି ଉତ୍ତେଜନା ସୃଷ୍ଟି କରିବା ଭଳି ପୋଷ୍ଟ କଲେ ଏହାକୁ ହଟାଇବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe