ଭୁବନେଶ୍ବର: ଆଜିଠାରୁ ଧୀରେଧୀରେ ପୁଣି ଶୀତ ବଢ଼ିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଫଳରେ ଶୀତ ବଢ଼ିବ। ଆସନ୍ତାକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୮.୮ ଡିଗ୍ରି, ରାଉରକେଲାରେ ୯ ଡିଗ୍ରି, କିରେଇରେ ୯.୮ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି ଓ ଚିପିଲିମାରେ ୧୦.୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି। 

Advertisment

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ରାଜଧାନୀ ଭୁବନେଶ୍ବରରେ ଗତକାଲି ରାତିରେ ଶୀତ କମିଥିବା ବେଳେ ଏଠାରେ ରାତି ତାପମାତ୍ରା ୧୬.୯ ଡିଗ୍ରି ରେକର୍ଡ ହୋଇଛି। ବୌଦ୍ଧରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ବଲାଙ୍ଗୀର, କୋରାପୁଟ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଯାଇଥିଲା।

E-KYC: ଏମ୍‌ଜିନରେଗା ଇ-କେୱାଇସି ୬୩.୨୧ ପ୍ରତିଶତ, ରାଜ୍ୟ ହାରରୁ କମ୍