ଭୁବନେଶ୍ବର: ରାତି ପ୍ରାୟ ୧୧ଟା ୧୫। ରାଜଧାନୀରେ ଚଳଚଞ୍ଚଳ ଇଲାକା ଭାବେ ପରିଚିତ ଜିପିପି କଲୋନି ପଡ଼ିଆରେ ଜଣେ ଯୁବକଙ୍କୁ ପ୍ରାୟ ୪ରୁ ୫ ଜଣ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସଂପୃକ୍ତ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନନ୍ତର କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକଙ୍କ ନାମ ରାହୁଲ୍ ମହାରଣା ଓ ତାଙ୍କ ଘର ପଳାଶୁଣୀ ଅଞ୍ଚଳରେ। ଏ ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ଖେଳାଇଦେଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର
ଯାହା ସୂଚନା ମିଳିଛି, ରାହୁଲ୍ ଅକ୍ସିଜେନ୍ ସିଲିଣ୍ଡର୍ କାରବାର କରନ୍ତି। ଏହାଛଡ଼ା ସେ ଜଣେ ୟୁଟୁବ୍ ବ୍ଲଗର୍ ଭାବେ ପରିଚିତ। ପ୍ରଥମିକ ଅନୁସନ୍ଧାନ ପରେ ପୁଲିସ କହିଛି, ଗତ ପ୍ରାୟ ଦୁଇମାସ ପୂର୍ବରୁ ରାହୁଲଙ୍କର ଏକ ବିହାରୀ ଗୋଷ୍ଠୀ ସହ କୌଣସି କାରଣରୁ ବିବାଦ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଥାନାକୁ ଯାଇଥିଲା। ଥାନାରେ ଉଭୟ ପକ୍ଷଙ୍କୁ ଡକାଇ ପୁଲିସ ବିବାଦର ଆପୋସ ସମାଧାନ କରିଥିଲା। କିନ୍ତୁ ତା’ପରଠାରୁ ରାହୁଲଙ୍କ ସହ ବିହାରୀ ଗୋଷ୍ଠୀର ଛକାପଞ୍ଝା ଲାଗିରହିଥିଲା। ଆଜି ସକାଳେ ବିହାରୀ ଗୋଷ୍ଠୀର କିଛି ଯୁବକଙ୍କ ସହ ରାହୁଲଙ୍କର ପୁଣି ବଚସା ହୋଇଥିଲା।
Weekly Horoscope 2026 March 1 To 7: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଏହାପରେ ବିହାରୀ ଗୋଷ୍ଠୀର କିଛି ଯୁବକ ସନ୍ଧାରେ ମଦ ପିଇ ରାହୁଲଙ୍କୁ ଆକ୍ରମଣ ପାଇଁ କୁଆଡ଼େ ଯୋଜନା ବନାଇଥିଲେ। ରାତିରେ ରାହୁଲ ତାଙ୍କର ସାଙ୍ଗଙ୍କ ସହ ପଡ଼ିଆରେ ବସିଥିବା ବେଳେ ଖଣ୍ଡା, ଛୁରି ଧରି ବିହାରୀ ଗୋଷ୍ଠୀ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଦେଇଥିଲେ। ରାହୁଲ୍ ଜୀବନ ବଞ୍ଚାଇବାକୁ ଦୌଡ଼ିବାରୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଓ ଛୁରି ଭୁସି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ଦୁଇମାସ ତଳେ ରାହୁଲଙ୍କର ବିବାହ ହୋଇଥିଲା।
Follow Us