Stone mafia challenges government: ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ

Advertisment

କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା।

କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା।

Forester

Forester Photograph: (sambad.in)

କାଳିଆପାଣି/ଟମକା: କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍‌ରେ ପାଟ୍ରୋଲିଂ ପାଇଁ ଯାଜପୁର ଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍‌ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍‌ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍‌-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍‌ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍‌ ମାରିବାକୁ ଉଦ୍ୟମ କରିଥିଲା। 

BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

ସହାୟତା ପାଇଁ ସହକର୍ମୀମାନଙ୍କୁ ଫୋନ୍‌

ବିପଦ ଆଶଙ୍କା କରି ଶ୍ରୀ ମୁଣ୍ଡା ରାମଠେଙ୍ଗା ପାଖରେ ବାଇକ୍‌ ଠିଆ କରି ସହାୟତା ପାଇଁ ଡୁବୁରୀର ସହକର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଉକ୍ତ କାର୍ ପୁଣି ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍‌ ଖସାଇ ଦେବାରୁ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। କାର୍‌ଟି ଦ୍ରୁତ ଗତିରେ ଡୁବୁରୀ ଆଡ଼କୁ ପଳାଇଥିଲା। ନିଜେ ମାଲିକ କାର୍ ଚଳାଉଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ନୀଳପଥର ମାଫିଆ ଆଗ ସିଟ୍‌ରେ ଓ ଅନ୍ୟଜଣେ ପଛ ସିଟ୍‌ରେ ବସିଥିବା ସୂଚନା ମିଳିଛି।

ପୂର୍ବ ଆକ୍ରୋଶ

ଏ ସମ୍ପର୍କରେ କଟକ ଡିଏଫ୍‌ଓ ଅନୀଲ କୁମାର ରାୟଙ୍କୁ ପଚାରିବାରୁ ମାମଲାରେ ଟମକା ଥାନା ଚିତ୍ରି ଗାଁର ଜଣେ ନୀଳପଥର ମାଫିଆର ସମ୍ପୃକ୍ତି ଥିବା କହିଛନ୍ତି। ଧରପଗଡ଼ ଚାଲିଥିବାରୁ ମାଫିଆମାନେ ରାଗ ରଖି ଏହି ଉଦ୍ୟମ କରିଥାଇପାରନ୍ତି ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସନ୍ତୋଷ କୁମାର ପତି ଓ ଟମକା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ କହିଛନ୍ତି। କିଛିଦିନ ପୂର୍ବରୁ ଏହି କାର୍ ଟମକା ମହୁଲମୂଳ ଛକ ପାଖରେ ତାଙ୍କୁ ସାଇଡ୍‌ ମାରି ଅନୁରୂପ ହତ୍ୟା ଉଦ୍ୟମ କରିଥିଲା ବୋଲି ଶ୍ରୀ ମୁଣ୍ଡା ଏତଲାରେ ଦର୍ଶାଇଛନ୍ତି। 

G Udayagiri: ‘ସ୍ୱାକ’ ପକ୍ଷରୁ କାଲିଗାଡୁ ହିଲ୍‌ଟପ୍‌ରେ ମିସନ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe