Fog for another four day: ଘନ କୁହୁଡ଼ି ଆହୁରି ୪ ଦିନ: ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧା‌କୁ ଅରେଞ୍ଜ ୱାର୍ଣ୍ଣିଂ

Advertisment

ରାଜ୍ୟ ଏବେ ବି କୁହୁଡ଼ି ଆସ୍ତରଣ ମଧ୍ୟରେ ରହିଥିବା ବେଳେ ନୟାଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏହି ୩ ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ କମ୍‌ ରହିଥିଲା।

ରାଜ୍ୟ ଏବେ ବି କୁହୁଡ଼ି ଆସ୍ତରଣ ମଧ୍ୟରେ ରହିଥିବା ବେଳେ ନୟାଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏହି ୩ ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ କମ୍‌ ରହିଥିଲା।

Fog

Fog in Nabarangpur. Photograph: (sambad.in)

ଭୁବନେଶ୍ବର: ରାଜ୍ୟ ଏବେ ବି କୁହୁଡ଼ି ଆସ୍ତରଣ ମଧ୍ୟରେ ରହିଥିବା ବେଳେ ନୟାଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏହି ୩ ଜିଲ୍ଲାରେ ଦୃଶ୍ୟମାନ ୫୦ ମିଟରରୁ କମ୍‌ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ଆଜି ସକାଳେ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଏଠାରେ ଦୃଶ୍ୟମାନ ଦୂରତା ୪୦୦ ମିଟର ରହିଥିଲା। ଅନ୍ୟପଟେ ରାଜ୍ୟରେ କୁହୁଡ଼ି ସହ ଶୀତ ପ୍ରକୋପ ବି ଜାରି ରହିଛି। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୭ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ରହିଥିଲା ୭.୫ ଡିଗ୍ରି। ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି। 

Health: ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ହସ୍ପିଟାଲରେ ଆଣ୍ଟି ରାବିଜ୍‌ ଭ୍ୟାକ୍‌ସିନ୍‌ର ଅଭାବ

ରାଜ୍ୟରେ  ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବା ଫଳରେ ଶୀତ ବଢ଼ିବ।  ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି। ଆସନ୍ତାକାଲି ମଧ୍ୟ ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧା‌ରେ ଅତି ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ରାତିର ସର୍ବନିମ୍ନ ପାରଦସ୍ତର ୧୩ ଡିଗ୍ରି ଓ ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ।

Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe