Cold in odisha: ୪ରୁ ୫ ଦିନ ଏହିଭଳି ଶୀତ

Advertisment

ରାଜ୍ୟରୁ ଧୀରେଧୀରେ ଶୀତ ଅପସାରିତ ହେବା ଆରମ୍ଭ କରିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାରେ ଏବେ ବି ଶୀତ ଜାରି ରହିଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଘୁ. ଉଦୟଗିରିର ରାତି ପାରଦ ପାଖାପାଖି ୧ ଡିଗ୍ରି ବଢ଼ି ୪.୩ ଡିଗ୍ରି ରେକର୍ଡ ହୋଇଛି।

ରାଜ୍ୟରୁ ଧୀରେଧୀରେ ଶୀତ ଅପସାରିତ ହେବା ଆରମ୍ଭ କରିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାରେ ଏବେ ବି ଶୀତ ଜାରି ରହିଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଘୁ. ଉଦୟଗିରିର ରାତି ପାରଦ ପାଖାପାଖି ୧ ଡିଗ୍ରି ବଢ଼ି ୪.୩ ଡିଗ୍ରି ରେକର୍ଡ ହୋଇଛି।

cold

ଭୁବନେଶ୍ବର: ରାଜ୍ୟରୁ ଧୀରେଧୀରେ ଶୀତ ଅପସାରିତ ହେବା ଆରମ୍ଭ କରିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାରେ ଏବେ ବି ଶୀତ ଜାରି ରହିଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଘୁ. ଉଦୟଗିରିର ରାତି ପାରଦ ପାଖାପାଖି ୧ ଡିଗ୍ରି ବଢ଼ି ୪.୩ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସେମିଳିଗୁଡ଼ାରେ ୬.୬ ଡିଗ୍ରି, ଫୁଲବାଣୀରେ ୭.୮ ଡିଗ୍ରି ଓ ନବରଙ୍ଗପୁରରେ ୯.୫ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଅବଶିଷ୍ଟ ଓଡ଼ିଶାର ରାତି ପାରଦ ୧୦ ଡିଗ୍ରି ଉପରେ ରହିଛି। ଅନ୍ୟପଟେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ପାରଦରେ ବି ସାମାନ୍ୟ ବୃଦ୍ଧି ଦେଖାଯାଇଛି। କଟକର ସର୍ବନିମ୍ନ ରାତି ତାପମାତ୍ରା ୧୧.୮ ଡିଗ୍ରି ‌ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ଥିଲା ୧୨.୭ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ କମ୍‌। ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଫଳରେ ବର୍ତ୍ତମାନ ଜାରି ରହିଥିବା ଶୀତ ଆଗକୁ ବି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

High Court slaps Arvind Agarwal: ଅଦାଲତ ଅବମାନନା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ହାଇକୋର୍ଟ ଛାଟ: ଉଚ୍ଚଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରୱାନା

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ସକାଳୁ ପାରଳାଖେମୁଣ୍ଡିଠାରେ ୨୦୦ ମିଟରରୁ କମ୍‌ ଦୃଶ୍ୟମାନ ଦୂରତା ସହ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା। ଏଥିସହ ଚାନ୍ଦବାଲି ଓ ପାରାଦୀପଠାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ଏଠାରେ ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ବି କମ୍‌ ରହିଥିଲା। ଆସନ୍ତାକାଲି ମଧ୍ୟ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଖୋର୍ଧା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ଆସନ୍ତାକାଲି ରାଜ୍ୟରେ ଆକାଶ ନିର୍ମଳ ଓ ପାଗ ଖରାଟିଆ ରହିବ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖାପାଖ ଅଞ୍ଚଳର ପାଗ ଖରାଟିଆ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୩ ଡିଗ୍ରି ମଧ୍ୟରେ ରହିବ।

Bhadrak Politics: ମୁକ୍ତି-ମଞ୍ଜୁଙ୍କ ବିଜେପିରେ ମିଶ୍ରଣ ରାସ୍ତାରେ କିଏ ସାଜିଛି କଣ୍ଟା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe