Cold continue next 2 days: ଆଉ ୨ ଦିନ ଥରିବ ଓଡ଼ିଶା, ୧୮ରୁ କମିବ ଶୀତ

Advertisment

ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ. ଉଦୟଗିରିଠାରେ ୫.୨ ଡିଗ୍ରି ରହିଥିବା ବେଳେ ରାଉରକେଲାରେ ୬.୬ ଡିଗ୍ରି ଓ ଫୁଲବାଣୀରେ ରହିଥିଲା ୭.୩ ଡିଗ୍ରି।

ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ. ଉଦୟଗିରିଠାରେ ୫.୨ ଡିଗ୍ରି ରହିଥିବା ବେଳେ ରାଉରକେଲାରେ ୬.୬ ଡିଗ୍ରି ଓ ଫୁଲବାଣୀରେ ରହିଥିଲା ୭.୩ ଡିଗ୍ରି।

Twin Cities to shiver in winter for 7 days

Twin Cities to shiver in winter for 7 days Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ. ଉଦୟଗିରିଠାରେ ୫.୨ ଡିଗ୍ରି ରହିଥିବା ବେଳେ ରାଉରକେଲାରେ ୬.୬ ଡିଗ୍ରି ଓ ଫୁଲବାଣୀରେ ରହିଥିଲା ୭.୩ ଡିଗ୍ରି। ଆସନ୍ତା ୨ ଦିନ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ। ଆସନ୍ତାକାଲି ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Tremor in BJD: ବିଜେଡିରେ କମ୍ପନ: ସନା, ଅରବିନ୍ଦ ନିଲମ୍ବିତ, ରହସ୍ୟରେ ଅରବିନ୍ଦଙ୍କ ନିଲମ୍ବନ

ଅନ୍ୟପଟେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବର ପ୍ରବଳ ଥଣ୍ଡାରେ ଥରୁଛି। କଟକର ସର୍ବନିମ୍ନ ରାତି ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ପାରଦସ୍ତର ୧୧.୮ ଡିଗ୍ରିକୁ ଖସିଥିଲା। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨ ଦିନ ପରେ ଅର୍ଥାତ ୧୮ ତାରିଖରୁ ରାତି ତାପମାତ୍ରା ବଢ଼ିବା ଆରମ୍ଭ କରିବ। ପାଖାପାଖି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବ ବୋଲି ଆକଳନ କରାଯାଉଛି।

Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe