Budget 2026-27: ବଜେଟ୍ ୨୦୨୬-୨୭: ସଂସ୍କାର ସଂପୃକ୍ତି ସଂକଳ୍ପ

Advertisment

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ, ଅସ୍ଥିର ସୁନା-ରୁପା ମୂଲ୍ୟ, ମୁଦ୍ରା ଓ ଷ୍ଟକ୍‌ ବଜାରକୁ ନେଇ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସଂସ୍କାରଧର୍ମୀ ବଜେଟ ଉପସ୍ଥାପନ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ, ଅସ୍ଥିର ସୁନା-ରୁପା ମୂଲ୍ୟ, ମୁଦ୍ରା ଓ ଷ୍ଟକ୍‌ ବଜାରକୁ ନେଇ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସଂସ୍କାରଧର୍ମୀ ବଜେଟ ଉପସ୍ଥାପନ କରିଛନ୍ତି।

nirmala ddd

Photograph: (Rediff)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଶୁଳ୍କ, ଅସ୍ଥିର ସୁନା-ରୁପା ମୂଲ୍ୟ, ମୁଦ୍ରା ଓ ଷ୍ଟକ୍‌ ବଜାରକୁ ନେଇ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସଂସ୍କାରଧର୍ମୀ ବଜେଟ ଉପସ୍ଥାପନ କରିଛନ୍ତି। ଚିରାଚରିତ ଭାବେ ଲୋକଙ୍କୁ ଖୁସି କରିବା ପାଇଁ ଲୋଭନୀୟ ଘୋଷଣା କରିବା ପରିବର୍ତ୍ତେ ଅର୍ଥନୀତିକୁ ବଳ ଦେବା ଲାଗି ବଜେଟ ୨୦୨୬-୨୭ରେ ପ୍ରୟାସ କରାଯାଇଛି। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମୂଳଦୁଆ ପଡ଼ିଛି। ଆର୍ଥିକ ସଂସ୍କାରକୁ ଆଗକୁ ବଢ଼ାଇବା, ପ୍ରତିିଟି ନାଗରିକଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ଏବଂ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ୫୩,୪୭,୩୧୫ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ପ୍ରଥମ ଥର ପାଇଁ କର୍ତ୍ତବ୍ୟ ଭବନରେ ପ୍ରସ୍ତୁତ ହୋଇଥିବା ବଜେଟରେ ଅଭିବୃଦ୍ଧି, ଢାଞ୍ଚାଗତ ସଂସ୍କାର ଓ ଆର୍ଥିକ ସ୍ଥିରତା ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ଟିକସ ରିହାତି ସହିତ ଅନ୍ୟାନ୍ୟ ମାଗଣା ଯୋଜନା ଘୋଷଣା ଭଳି ସ୍ବଳ୍ପକାଳୀନ ଆଶ୍ବସ୍ତି ଦେବା ପରିବର୍ତ୍ତେ ବଜେଟରେ ଦୀର୍ଘକାଳୀନ ଲାଭକୁ ଗୁରୁତ୍ବ ଦିଆଯାଇଛି। 

Good news for Odisha: ଓଡ଼ିଶା ପାଇଁ ଭଲ ଖବର: ଖଣି-ଶିଳ୍ପ-ବନ୍ଦରକୁ ଯୋଡ଼ିବ ଜାତୀୟ ଜଳମାର୍ଗ-୫

ପ୍ରଥମ ଥର ପାଇଁ ନିର୍ମଳାଙ୍କ ଏହି ବଜେଟରେ ନିର୍ଦ୍ଦିଷ୍ଟ ଭାବେ ହାତଗଣତି କିଛି ରାଜ୍ୟକୁ ଖୁସି କରିବାକୁ ଉଦ୍ୟମ କରାଯାଇନାହିଁ, ବରଂ ସରକାର ତିନିଟି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରିଛନ୍ତି। ତାହା ହେଉଛି ଅର୍ଥନୀତି, ସାମାଜିକ ଭିତ୍ତି ଓ ବିକାଶ ପଥକୁ ସୁଦୃଢ଼ କରିବା। ବଜେଟରେ ଏମ୍ଏସ୍‌ଏମ୍ଇ, କୃଷି, ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଆଧାରିତ ନବସୃଜନକୁ ଗୁରୁତ୍ବ ଦିଆଯାଇଛି। 
ଭିତ୍ତିଭୂମିରେ ନିବେଶ ପରିମାଣ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରେଳପଥ, ଜାତୀୟ ରାଜପଥ ଓ ଜାତୀୟ ଜଳମାର୍ଗ ବିକାଶ ଉପରେ ଧ୍ୟାନ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ ହେଉଛି, ବଜେଟରେ କଲ୍ୟାଣମୂଳକ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇଛି। ସେହିପରି ଭାରତକୁ ଚୀନ, ପାକିସ୍ତାନ ଓ ବାଂଲାଦେଶ ଆଡ଼ୁ ବିପଦ ଥିବାରୁ ପ୍ରତିରକ୍ଷା ବଜେଟକୁ ରେକର୍ଡ ୭ ଲକ୍ଷ ୮୫ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଚାଷୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ/ଏଆଇ) ବ୍ୟବହାର, ମହିଳାମାନଙ୍କ ଲାଗି ସ୍ବତନ୍ତ୍ର ଉଦ୍ୟମିତା ଯୋଜନା ଘୋଷଣା କରାଯାଇଛି। ଯୁବବର୍ଗଙ୍କୁ ନିଯୁକ୍ତିକ୍ଷମ କରିବା ଉପରେ ଧ୍ୟାନ ଦିଆଯାଇଛି। ବୟସ୍କ ବ୍ୟକ୍ତି ଓ ଯତ୍ନ ଆବଶ୍ୟକ କରୁଥିବା ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବାକୁ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। ସମଗ୍ର ବିଶ୍ବରେ ରେୟାର ଆର୍ଥ ସଙ୍କଟ ଦେଖାଦେଇଥିବା ପରିପ୍ରେକ୍ଷୀରେ ଭାରତ ସରକାର ବଜେଟରେ ସେଥିପାଇଁ ସ୍ବତନ୍ତ୍ର ଘୋଷଣା କରି ନିଜ ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ପଷ୍ଟ କରିଛନ୍ତି।

ମନରେଗା ଭାଗରେ ୩୦ହଜାର କୋଟି: ଭିବି-ଜି ରାମ ଜିକୁ ୯୫୦୦୦ କୋଟି

ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ୭.୮୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ବଜେଟ ତୁଳନାରେ ଏହା ପ୍ରାୟ ୧.୦୪ ଲକ୍ଷ କୋଟି ଅଧିକ। ସେହିଭଳି ଅର୍ଥନୀତିକୁ ବଳ ଦେବା ପାଇଁ ଅର୍ଥମନ୍ତ୍ରୀ ପୁଞ୍ଜିବ୍ୟୟ ୧୨.୨ ଲକ୍ଷ କୋଟି ଟଙ୍କାକୁ ବଢ଼ାଇଛନ୍ତି। ଭିତ୍ତିଭୂମି ବିକାଶ ପାଇଁ ୭ଟି ହାଇସ୍ପିଡ୍ ରେଳ କରିଡର ଘୋଷଣା କରାଯାଇଛି। ଦେଶରେ ୩ଟି ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଖୋଲିବା ନେଇ ବଜେଟରେ ପ୍ରସ୍ତାବ ରହିଛି। ୧୦ ହଜାର କୋଟିର ବାୟୋଶକ୍ତି ଯୋଜନା ଘୋଷଣା କରାଯାଇଛି। ଏଥିସହିତ ୪୦ ହଜାର କୋଟିର ଇଣ୍ଡିଆ ସେମିକଣ୍ଡକ୍ଟର ମିସନ୍‌, ୨୦ ଜାତୀୟ ଜଳମାର୍ଗ ବିକାଶ, ୪ ରାଜ୍ୟରେ ବିରଳ ମୃତ୍ତିକା କରିଡର, ୩ଟି ରାଜ୍ୟରେ କଇଁଛ କରିଡର (ଟର୍ଟଲ୍‌ ଟ୍ରେଲ୍‌) ଆଦି ଘୋଷଣା କରାଯାଇଛି। କର୍ତ୍ତବ୍ୟ ଭବନରେ ପ୍ରଥମ ଥର ପାଇଁ ବଜେଟ ପ୍ରସ୍ତୁତ ହୋଇଛି। ଏଥିସହିତ ୩ଟି କର୍ତ୍ତବ୍ୟ ଦ୍ବାରା ବଜେଟ ଅନୁପ୍ରାଣିତ ହୋଇଛି। ପ୍ରଥମ କର୍ତ୍ତବ୍ୟ ହେଲା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଉତ୍ପାଦକତା ଓ ପ୍ରତିଯୋଗିତା କ୍ଷମତା ବଢ଼ାଇବା। ଦ୍ବିତୀୟ କର୍ତ୍ତବ୍ୟ ହେଲା ଲୋକଙ୍କ ଆକାଂକ୍ଷା ପୂରଣ ଓ ସେମାନଙ୍କ ଦକ୍ଷତା ବଢ଼ାଇବା। ତୃତୀୟ କର୍ତ୍ତବ୍ୟ ହେଲା ସବୁ ଲୋକ, ଅଞ୍ଚଳ ଏବଂ କ୍ଷେତ୍ରକୁ ସୁବିଧାସୁଯୋଗ ପହଞ୍ଚାଇବା।

ବଜେଟ୍‌ ଐତିହାସିକ: ମୋଦୀ

ସଂସଦରେ ଉପସ୍ଥାପିତ ବଜେଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଆଜିର ଭାରତ ରିଫର୍ମ ଏକ୍ସପ୍ରେସ୍‌ରେ ଯାଉଛି। ବଜେଟ୍ ଏହାକୁ ନୂତନ ଶକ୍ତି ଓ ଗତି ଦେବ। ଏହାଦ୍ବାରା ଆତ୍ମନିର୍ଭର ହେବା ପାଇଁ ଆମ ଲକ୍ଷ୍ୟ ହାସଲ ହୋଇପାରିବ। ସେ କହିଛନ୍ତି ଯେ ଏହି ବଜେଟ୍‌ରୁ ଏମ୍ଏସ୍ଏମ୍ଇଗୁଡିକ ବହୁତ ସମର୍ଥନ ପାଇଛନ୍ତି। ଭିତ୍ତିଭୂମିକୁ ମଜବୁତ ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ଯୁଗାନ୍ତକାରୀ ସଂସ୍କାର କରାଯାଇଛି ତାହା ଭାରତର ଦୁଃସାହସିକ ଓ ପ୍ରତିଭାଶାଳୀ ଯୁବକମାନଙ୍କ ଉଡ଼ାଣ ପାଇଁ ଆକାଶକୁ ଖୋଲିଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

hsfhfhhsfxvbvb

ସବୁକୁ ଅଣଦେଖା: ରାହୁଲ

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟ୍ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ  କହିଛନ୍ତି ଯେ ଆଗତ ବଜେଟ୍‌ରେ କିଛି ନାହିଁ।  ଭାରତର ସଂକଟ ପ୍ରତି ଆଖି ବୁଜି ଦିଆଯାଇଛି। ଯୁବକଙ୍କ ପାଖରେ ନିଯୁକ୍ତି ନାହିଁ। ଉତ୍ପାଦନ ହ୍ରାସ ପାଉଛି। ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି। ଘରୋଇ ସଞ୍ଚୟ ହ୍ରାସ ପାଉଛି। ଚାଷୀ ଅସୁବିଧାରେ ଅଛି। ଆସୁଥିବା ବିଶ୍ୱ ଝଟକା - ସବୁକିଛିକୁ ଅଣଦେଖା କରାଯାଇଛି। ଭାରତର ପ୍ରକୃତ ସଙ୍କଟ ପ୍ରତି ଅଣଦେଖା କରାଯାଇଛି ବୋଲି ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି।

ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ: ମୋହନ

କେନ୍ଦ୍ର ବଜେଟ୍‌କୁ ଐତିହାସିକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ବଜେଟ୍‌ରେ ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି। ସ୍ପଷ୍ଟ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବ ଦିଆଯାଇଛି। ସୋନପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ବଜେଟ୍‌ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଦେଶର ଆର୍ଥିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦୀ ସରକାର ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି। ଏହାଦ୍ବାରା ଆତ୍ମନିର୍ଭର ଭାରତ, ବିକଶିତ ଭାରତ ଗଠନ ଦିଗରେ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ତ୍ବରାନ୍ବିତ ହୋଇଛି।
ଓଡ଼ିଶା ସମ୍ପର୍କରେ ଶ୍ରୀ ମାଝୀ କହିଥିଲେ, ବିରଳ ଖଣିଜ ପଦାର୍ଥ ନିମନ୍ତେ ଖଣି, ପ୍ରକ୍ରିୟାକରଣ, ଗବେଷଣା ଓ ଉତ୍ପାଦନ କ୍ଷମତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ଉତ୍ସର୍ଗୀକୃତ ରେୟାର-ଆର୍ଥ କରିଡର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଉଦ୍ଦେଶ୍ୟ ହେଉଛି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା, ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ଇଲେକ୍ଟ୍ରୋନିକ୍ସ ଓ ଅକ୍ଷୟ ଶକ୍ତି ସମେତ ଉଚ୍ଚ-ବୈଷୟିକ କ୍ଷେତ୍ରକୁ ସମର୍ଥନ କରିବା। ସେହିପରି ପୂର୍ବତଟ ବିକାଶ କରିଡରରେ ପୂର୍ବ ଉପକୂଳରେ ଥିବା ପର୍ଯ୍ୟଟନ ଓ ଅର୍ଥନୈତିକ ହବ୍ ଅନ୍ତର୍ଭୁକ୍ତ। ଏଥିରେ ଓଡ଼ିଶା ଲାଭାନ୍ୱିତ ହେବ। ଜାତୀୟ ଜଳପଥ-୫ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଏହା ଖଣିଜ ସମୃଦ୍ଧ ଅଞ୍ଚଳ ତାଳଚେର ଓ ଅନୁଗୁଳକୁ ପାରାଦୀପ ଓ ଧାମରା ଭଳି ପ୍ରମୁଖ ଶିଳ୍ପ ଏବଂ ବନ୍ଦର ହବ୍ ସହିତ ସଂଯୋଗ କରିବ।
ଯାହା ଦକ୍ଷ ଓ ସୁଲଭ ମାଲ ପରିବହନରେ ସହାୟକ ହେବ ଏବଂ ସଡ଼କ ଓ ରେଳ ନେଟ୍‌ୱାର୍କ ଉପରେ ଲଜିଷ୍ଟିକ୍ ଚାପ ହ୍ରାସ କରିବ। ଏକ ନୂତନ ପଦକ୍ଷେପ ଭାବରେ ‘ସହର ଅର୍ଥନୈତିକ ଅଞ୍ଚଳ’ ଦ୍ବାରା ସହରରେ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ ହେବ ଏବଂ ଆଞ୍ଚଳିକ ସହରାଞ୍ଚଳ କ୍ଲଷ୍ଟରଗୁଡିକ ଲାଭାନ୍ୱିତ ହେବ। ଏହା ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପାରାଦୀପ-ପୁରୀ ସହରାଞ୍ଚଳ କରିଡର କାର୍ଯ୍ୟକାରୀ କରିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବନ୍ୟଜନ୍ତୁ ପର୍ଯ୍ୟଟନ ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା, କର୍ଣ୍ଣାଟକ ଓ କେରଳ ସମେତ ରାଜ୍ୟର ପ୍ରମୁଖ କଇଁଛ ବସା ବାନ୍ଧିବା ସ୍ଥଳ ନିକଟରେ କଇଁଛ ଟ୍ରେଲ୍ ବିକଶିତ କରାଯିବ। ରାଜ୍ୟଗୁଡ଼ିକରେ କୃଷକଙ୍କ ଆୟ, ଉତ୍ପାଦକତା ଓ ଗ୍ରାମୀଣ ନିଯୁକ୍ତି ବୃଦ୍ଧି ପାଇଁ ଉଚ୍ଚ ମୂଲ୍ୟର କୃଷିର ଅଂଶ ଭାବରେ ନଡ଼ିଆ, କାଜୁ ଓ ଚନ୍ଦନ ପାଇଁ ଯୋଜନା ଏବଂ ସହାୟକ ପଦକ୍ଷେପ ମଧ୍ୟ ଘୋଷଣା କରାଯାଇଛି। ଏହି ଯୋଜନାରେ ପ୍ରମୁଖ ନଡ଼ିଆ ଉତ୍ପାଦନକାରୀ ରାଜ୍ୟ ଉପରେ ଧ୍ୟାନ ଦିଆଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe