Photograph: (Internet)
ମୁଖ୍ୟତଃ କଞ୍ଚାମାଲ୍କୁ କିଣାବିକା କରିବାକୁ ଉତ୍ପାଦ କାରବାର ବୋଲି କୁହାଯାଏ। ଏହା ଏକ ପୁରାତନ ବ୍ୟବସାୟ ଶୈଳୀ ଯାହାକି ଅନେକ ବର୍ଷ ଧରି ଆର୍ଥିକ କାରବାର ଏକ ମେରୁଦଣ୍ଡ ଭାବେ ଗଣନା କରାଯାଉଛି। ଷ୍ଟକ୍, ବଣ୍ଡ୍ ପରି କଞ୍ଚାମାଲ୍, କୃଷିଜାତ ଦ୍ରବ୍ୟ, ଶକ୍ତି ଉତ୍ସ, ମୂଲ୍ୟବାନ ଧାତୁ ଆଦି ବିନିମୟରେ ବିଭିନ୍ନ ପ୍ରକାରର ଦ୍ରବ୍ୟ କ୍ରୟ ଓ ବିକ୍ରୟକୁ ଏହା ବୁଝାଏ।
ଏହି ବିନିମୟଗୁଡ଼ିକ ଅଂଶଗ୍ରହଣକାରୀଙ୍କ ପାଇଁ ଉତ୍ପାଦ ଲାଗି ମାନକ ଚୁକ୍ତିରେ ବାଣିଜ୍ୟ କରିବାକୁ ଏକ ପ୍ଲାଟ୍ଫର୍ମ ସୃଷ୍ଟି କରିଥାଏ। ଭାରତରେ ଏପରି ୨୦ରୁ ଅଧିକ ବିନିମୟ ଅଛି ଯାହାକି ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆର ନିୟାମକ ଅଧିନରେ ପରିଚାଳିତ ହୋଇଥାଏ ଏବଂ ପ୍ରତ୍ୟେକ କାରବାରକୁ ସୁଗମ କରିଥାଏ। ୨୦୧୫ ଯାଏ ଉତ୍ପାଦ କାରବାର ବଜାରକୁ ନିୟନ୍ତ୍ରଣ କରୁଥିଲା ଫର୍ୱାର୍ଡ ମାର୍କେଟ୍ କମିସନ୍। କିନ୍ତୁ ଏହାକୁ ପରବର୍ତ୍ତୀ ସମୟରେ ବାଣିଜ୍ୟିକ ବିନିଯୋଗ ଲାଗି ଏକୀକୃତ ନିୟାମକ ପରିବେଶ ସୃଷ୍ଟି କରିବାକୁ ସେବି ସହିତ ମିଶ୍ରଣ କରାଯାଇଥିଲା।
ଆହୁରି ପଢ଼ନ୍ତୁ- Sanchar Saathi Default All Mobile: ସଞ୍ଚାର ସାଥୀ ଆପ୍କୁ ସରକାର ଲୋକଙ୍କ ଫୋନ୍ରେ ରଖିବାକୁ ଚାହୁଁଛନ୍ତି କାହିଁକି ?
ତେବେ କାରବାର ଆରମ୍ଭ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ଡିମାଟ୍ ଆକାଉଣ୍ଟ୍, ଏକ ଟ୍ରେଡିଂ ଆକାଉଣ୍ଟ୍ ଓ ଏକ ବ୍ୟାଙ୍କ୍ ଆକାଉଣ୍ଟ୍ ଆବଶ୍ୟକ। ଡିମାଟ୍ ଆକାଉଣ୍ଟ୍ ଆପଣଙ୍କ ସମସ୍ତ ଟ୍ରେଡ୍ ଓ ହୋଲ୍ଡିଂ ପାଇଁ ଏକ ସୁରକ୍ଷିତ ବ୍ୟବସ୍ଥା, କିନ୍ତୁ ଏକ୍ସଚେଞ୍ଜ ଉପରେ ଅର୍ଡର୍ ପାଇଁ ଆପଣଙ୍କୁ ଏକ ଦଲାଲ୍ ଆବଶ୍ୟକ। ଭାରତରେ ୬ ପ୍ରକାରର ମୁଖ୍ୟ କମୋଡିଟି ଟ୍ରେଡିଂ ଏକ୍ସଚେଞ୍ଜ ରହିଛି। ସେଗୁଡ଼ିକ ହେଲା: ନାସ୍ନାଲ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଇଣ୍ଡିଆ (NMCE), ନାସ୍ନାଲ୍ କମୋଡିଟି ଆଣ୍ଡ୍ ଡେରିଭେଟିଭ୍ ଏକ୍ସଚେଞ୍ଜ (NCDEX), ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (MCX), ଇଣ୍ଡିଆନ୍ କମୋଡିଟି ଏକ୍ସଚେଞ୍ଜ (ICEX), ନାସ୍ନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)। ଏହାସହ ଭାରତରେ ସ୍ପଟ୍ ମାର୍କେଟ୍ ଓ ଡେରିଭେଟିଭ୍ସ ମାର୍କେଟ୍ ପରି ଦୁଇ ପ୍ରକାର କମୋଡିଟି ମାର୍କେଟ୍ ମଧ୍ୟ ରହିଛି।
* ଦ୍ରବ୍ୟ ବିନିଯୋଗର ପ୍ରକାର:
୧୦୦ରୁ ଅଧିକ ଦ୍ରବ୍ୟରେ କାରବାର ପାଇଁ ବିଶ୍ବବ୍ୟାପୀ ପ୍ରାୟ ପଚାଶଟି ପ୍ରମୁଖ ଉତ୍ପାଦ ବଜାର ରହିଛି। ତେବେ ବ୍ୟବସାୟୀମାନେ ଚାରୋଟି ପ୍ରମୁଖ ବର୍ଗର ଦ୍ରବ୍ୟରେ ବାଣିଜ୍ୟ କରିପାରିବେ:
୧- ମେଟାଲ୍/ ଧାତୁ: ନିର୍ମାଣ ଓ ଉତ୍ପାଦନରେ ବ୍ୟବହୃତ ଲୁହା, ତମ୍ବା, ଆଲୁମିନିୟମ୍ ତଥା ନିକେଲ୍ ପରି ବିଭିନ୍ନ ଧାତୁ ବଜାରରେ ବାଣିଜ୍ୟ ପାଇଁ ଉପଲବ୍ଧ। ଏହାସହିତ ସୁନା, ରୂପା, ଓ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁରେ ମଧ୍ୟ ଆପଣ କାରବାର କରିପାରିବେ।
୨- ଏନର୍ଜି ଗୁଡ୍ସ/ ଶକ୍ତି ସାମଗ୍ରୀ: ଘର ଓ ଶିଳ୍ପରେ ବ୍ୟବହୃତ ଶକ୍ତି ସାମଗ୍ରୀ ବହୁଳ ଭାବରେ କାରବାର କରାଯାଏ। ଏଗୁଡ଼ିକ ହେଉଛି ପ୍ରାକୃତିକ ଗ୍ୟାସ୍ ଓ ତେଲ। ଏହାସହିତ ୟୁରାନିୟମ୍, ଇଥାନଲ୍, କୋଇଲା ଓ ବିଦ୍ୟୁତ୍।
୩- କୃଷିଜାତ ଦ୍ରବ୍ୟ: ବିଭିନ୍ନ ପ୍ରକାରର କୃଷି ଓ ପଶୁପାଳନ ଦ୍ରବ୍ୟ ଯଥା: ଚିନି, କୋକୋ, କପା, ମସଲା, ଶସ୍ୟ, ତେଲ ମଞ୍ଜି, ଡାଲି, ଅଣ୍ଡା, ଦୁଧିଆଳୀ ଗୋରୁ ଓ ଅନ୍ୟାନ୍ୟ ସାମଗ୍ରୀକୁ ନେଇ ବାଣିଜ୍ୟ କରିହେବ।
୪- ଏଗ୍ରିକଲ୍ଚରାଲ୍ ଗୁଡ୍ସ/ ପରିବେଶ ସାମଗ୍ରୀ: ଏହି ଗୋଷ୍ଠୀରେ ଅକ୍ଷୟ ଶକ୍ତି, ଅଙ୍ଗାରକାମ୍ଳ ନିର୍ଗମନ ଓ ହ୍ବାଇଟ୍ ସାର୍ଟିଫିକେଟ୍ ଅନ୍ତର୍ଭୁକ୍ତ।
ଆହୁରି ପଢ଼ନ୍ତୁ-World Highest Shivling:ଖୁବଶୀଘ୍ର ଓଡ଼ିଶା ଦେଇ ବିହାରରେ ପହଞ୍ଚିବ ବିଶ୍ୱର ସବୁଠାରୁ ଉଚ୍ଚ ଶିବଲିଙ୍ଗ
ସର୍ବଭାରତୀୟସ୍ତରରେ ସୁନା, ରୂପା, ଅଶୋଧିତ ତୈଳ, ବ୍ରେଣ୍ଟ୍ ଅଏଲ୍, ପ୍ରାକୃତିକ ଗ୍ୟାସ୍, ସୋୟାବିନ୍, କପା, ଗହମ, ମକା ଓ କଫି ଆଦିକୁ ଅଧିକ ପରିମାଣରେ କମୋଡିଟି ଟ୍ରେଡିଂରେ ଅନ୍ତର୍ଭୁକ୍ତ କରାଯାଏ। ତେବେ ଭାରତରେ ଗୋଲମରିଚ, କାଷ୍ଟର୍ ସିଡ୍, ଅଶୋଧିତ ପାମ୍ ଅଏଲ୍, ଡାଲ୍ଚିନି, କପା ପରି କୃଷିଜାତ ଦ୍ରବ୍ୟ, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ପରି ଶକ୍ତି, ପିତ୍ତଳ, ଆଲୁମିନିୟମ୍, ସୀସା, ତମ୍ବା, ଜିଙ୍କ୍ ଓ ନିକେଲ୍ ପରି ମୂଳ ଧାତୁ ଏବଂ ସୁନା, ରୁପା ପରି ବିଭିନ୍ନ ଦ୍ରବ୍ୟ ବିନିମୟରେ ଉତ୍ପାଦ କାରବାର ବହୁଳ ଭାବେ କରାଯାଇଥାଏ। ଯାହାକି ଲାଭଦାୟକ ସାବ୍ୟସ୍ତ ହେବା ସହିତ ଏଥିରେ କୌଣସି ଅଧିକ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିନଥାଏ। ମୋଟାମୋଟି କହିବାକୁ ଗଲେ ଏହା ଏକ ସୁରକ୍ଷିତ କାରବାର।
Follow Us